ETV Bharat / technology

ଏଣିକି WhatsAppରୁ ଲିଙ୍କ ଡିଭାଇସରେ ସେଭ୍‌ କରିହେବ କଣ୍ଟାକ୍ଟସ

ହ୍ବାଟ୍ସଆପ ଏକ ଲାଟେଷ୍ଟ ଅପଡେଟ ଆଣିଛି । ଏଣିକି ୟୁଜର୍ସ ଲିଙ୍କ ଡିଭାଇସରେ ମଧ୍ୟ କୌଣସି ନୂଆ ନମ୍ବର ନିଜ ମୋବାଇଲକୁ ସେଭ କରିପାରିବେ । ଅଧିକ ପଢନ୍ତୁ

Easy Contact Management
Easy Contact Management (Photo- WhatsApp)
author img

By ETV Bharat Tech Team

Published : 3 hours ago

ହାଇଦ୍ରାବାଦ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍ ଏକ ନୂତନ ଫିଚରର ଶୁଭାରମ୍ଭ ନେଇ ଘୋଷଣା କରିଛି । ଯାହା ବ୍ୟବହାରକାରୀଙ୍କ ପାଇଁ ମେସେଜିଂ ଆପରେ ସେମାନଙ୍କର କଣ୍ଟାକ୍ଟକୁ ବ୍ୟକ୍ତିଗତ ଭାବରେ ସେଭ୍‌ ଏବଂ ପରିଚାଳନା କରିବା ସହଜ କରିବ । ସେମାନେ ଯେକୌଣସି ଡିଭାଇସ ବ୍ୟବହାର କରୁଥିଲେ ମଧ୍ୟ ସହଜରେ ଏପରି କରିପାରିବେ । ପ୍ରାଇମେରି ଡିଭାଇସ ବା ନିଜ ସ୍ମାର୍ଟଫୋନକୁ ନ ୟାଇ ଲିଙ୍କ ଡିଭାଇସରେ ହିଁ ନମ୍ବର ସେଭ କରିପାରିବେ ।

ପୂର୍ବରୁ ହ୍ବାଟ୍ସଆପ୍ ବ୍ୟବହାରକାରୀମାନେ କେବଳ ଏକ ଫୋନ୍ ନମ୍ବର ଟାଇପ୍ କରି, ଏକ QR କୋଡ୍ ସ୍କାନ୍ କରି କିମ୍ବା ଏକ କଣ୍ଟାକ୍ଟ କାର୍ଡ ସେଭ କରି ସେମାନଙ୍କର ପ୍ରାଥମିକ ମୋବାଇଲ୍ ଡିଭାଇସରୁ କୌଣସି ନୂଆ ମୋବାଇଲ ନମ୍ବର ନିଜ ମୋବାଇଲରେ ସେଭ କରୁଥିଲେ । ଏହାପରେ ଯାଇ ଉକ୍ତ ନୂଆ ନମ୍ବରଟି ହ୍ବାଟ୍ସଆପରେ ଦେଖାଉଥିଲା । ସିଧାସଳଖ ଲିଙ୍କଡ ଡିଭାଇସରେ ଏହି ଅପସନ ନଥିଲା । ବର୍ତ୍ତମାନ ଉପଭୋକ୍ତାମାନେ ହ୍ବାଟ୍ସଆପ୍ ୱେବ୍ ଏବଂ ୱିଣ୍ଡୋଜ୍ ଆପ୍ ସହିତ ଲିଙ୍କ୍ ହୋଇଥିବା ଡିଭାଇସରୁ କୌଣସି ନୂଆ ନମ୍ବର ସେଭ କରିପାରିବେ ଏବଂ ପରିଚାଳନା କରିବାରେ ସକ୍ଷମ ହେବେ ।

କେବଳ WhatsApp ପାଇଁ ଅଲଗା କଣ୍ଟାକ୍ଟ:-

ହ୍ବାଟ୍ସଆପ୍ ମେସେଜିଂ ଆପରେ ହ୍ବାଟ୍ସଆପ୍ କଣ୍ଟାକ୍ଟ ଭାବରେ ଯେକୌଣସି କଣ୍ଟାକ୍ଟକୁ ସେଭ୍ କରିବାକୁ ଉପଭୋକ୍ତାମାନଙ୍କୁ ଅନୁମତି ଦେଉଛି । ସେମାନେ ନିଜ ଫୋନ ସହିତ ଏହି କଣ୍ଟାକ୍ଟଗୁଡିକ ସିଙ୍କ କରିବାକୁ ଚୟନ କରିପାରିବେ । ଉପଭୋକ୍ତାମାନେ ଯଦି ଫୋନ୍ ହଜାଇ ଦିଅନ୍ତି କିମ୍ବା ଡିଭାଇସ୍ ପରିବର୍ତ୍ତନ କରନ୍ତି ତେବେ ଏହିପରି କଣ୍ଟାକ୍ଟଗୁଡିକ ପୁଣି ନିଜ ମୋବାଇଲରେ ପାଇବାରେ ସମର୍ଥ ହେବେ ।

ଏହା ବି ପଢନ୍ତୁ
  1. କଣ ଆଉ ରହିବନି ପ୍ରାଇଭେସି ? ଆସୁଛି WhatsAppର ନୂଆ ଫିଚର
  2. ନମ୍ବର ସେଭ୍‌ ନକରି କେମିତି ପଠାଇବେ WhatsApp ମେସେଜ; ଜାଣନ୍ତୁ ଟ୍ରିକ୍ସ
  3. ହ୍ବାଟ୍ସଆପ ମେଟା AI ଆଣିଲା ନୂଆ ଫିଚର୍ସ; ଜାଣିଲେ କହିବେ Wow
  4. ଆପଣଙ୍କ ହ୍ବାଟ୍ସଆପ ଆକାଉଣ୍ଟ ଆଉ କିଏ ଚଲଉଥିଲେ କେମିତି ଜାଣିବେ ?

ମେଟା ମାଲିକାନା କମ୍ପାନୀ କହିଛି ଯେ ହ୍ବାଟ୍ସଆପ୍ କଣ୍ଟାକ୍ଟ ବ୍ୟବହାରକାରୀଙ୍କୁ ନିଜ ଫୋନରେ ଏକାଧିକ ହ୍ବାଟ୍ସଆପ୍ ଆକାଉଣ୍ଟ୍ ପରିଚାଳନା କରିବାବେଳେ ବ୍ୟକ୍ତିଗତ ଏବଂ ବ୍ୟବସାୟିକ ସମ୍ପର୍କକୁ ପୃଥକ କରିବାରେ ସାହାଯ୍ୟ କରିଥାଏ । ଉପଭୋକ୍ତାମାନଙ୍କୁ ଯେତେବେଳେ ସେମାନେ ନିଜ ଫୋନ ଅନ୍ୟମାନଙ୍କ ସହ ସେୟାର କରନ୍ତି ଏହା ମଧ୍ୟ ଗୋପନୀୟତା ପ୍ରଦାନ କରିପାରିବ ।

WhatsApp ୟୁଜରନେମ:-

ଏକ ବ୍ଲଗ୍ ପୋଷ୍ଟରେ ହ୍ବାଟ୍ସଆପ୍ କହିଛି ଯେ ଏହି ଅପଡେଟଗୁଡିକ ବ୍ୟବହାରକାରୀଙ୍କ ନାମ ଦ୍ବାରା ଯୋଗାଯୋଗ ପରିଚାଳନା (Contact Managament) ତଥା ସେଭ କରିବା ମଧ୍ୟ ସମ୍ଭବ କରିବ । ଯାହାକି ଗୋପନୀୟତାର ଏକ ଅତିରିକ୍ତ ପଦକ୍ଷେପ ଯୋଗ କରିବ ବୋଲି ଆଶା କରାଯାଉଛି । କାରଣ ଏହା ଉପଭୋକ୍ତାମାନଙ୍କୁ ବିନା ନିଜର ହ୍ବାଟ୍ସଆପ ନମ୍ବର ଦେଇ କୌଣସି ୟୁଜରଙ୍କୁ ସେମାନଙ୍କର ଫୋନ୍ ନମ୍ବର ମେସେଜ ପଠାଇବାକୁ ଅନୁମତି ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.