ହାଇଦ୍ରାବାଦ: ଆମେରିକୀୟ କୃତ୍ରିମ ବୁଦ୍ଧିମତା (AI) ଗବେଷଣା ସଂସ୍ଥା OpenAI ଏହି ନୂତନ ପ୍ରକଳ୍ପ ଉପରେ କାମ କରୁଛି । ଯାହାର ନାମ ରଖାଯାଇଛି ପ୍ରୋଜେକ୍ଟ ଷ୍ଟ୍ରବେରୀ । ସଂସ୍ଥାର ଏହା ସବୁଠୁ ଉନ୍ନତ ଏଆଇ ମଡେଲ ବୋଲି କୁହାଯାଉଛି । ଏହାର କୋଡ ନେମ୍ ପ୍ରୋଜେକ୍ଟ ଷ୍ଟ୍ରବେରୀ ରଖାଯାଇଛି । ଏହି ମଡେଲକୁ ଚଳିତ ବର୍ଷ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଜାରି କରାଯିବ ବୋଲି କୁହାଯାଉଛି ।
ChatGPT ବିକଶିତ କରିଥିବା କମ୍ପାନୀ OpenAI ଏହି ନୂଆ ଟେକ୍ନୋଲୋଜି ଉପରେ କାମ କରି ସାରା ଦୁନିଆରେ ଚର୍ଚ୍ଚାର ପରିସରକୁ ଆସିଛି । ଯେଉଁମାନେ ଟେକ୍ନୋଲୋଜି ଦୁନିଆ ସହ ଜଡ଼ିତ ସେମାନେ ଏହି ପ୍ରୋଜେକ୍ଟ ଷ୍ଟ୍ରବେରୀ ନାମଟିକୁ ଶୁଣିଥିବେ । ଏହାର ଗଭୀରତାକୁ ଯାଇନଥିବା ବ୍ୟକ୍ତି ଜଣକ ଏହା କଣ ବୋଲି ନିଶ୍ଚିତ ଭାବିଥିବେ । ସରଳ ଭାଷାରେ କହିଲେ ଏହା ଉନ୍ନତମାନର AI ମଡେଲ । OpenAIର ସିଇଓ ସ୍ୟାମ୍ ଆଲ୍ଟମ୍ୟାନ୍ଙ୍କ ତତ୍ତ୍ବାବଧାନରେ ଏହି ପ୍ରୋଜେକ୍ଟ ଉପରେ କାମ ଆଗେଇ ଚାଲିଛି ।
ପ୍ରୋଜେକ୍ଟ ଷ୍ଟ୍ରବେରୀର ଉଦ୍ଦେଶ୍ୟ କଣ ?
ପୂର୍ବରୁ ପ୍ରୋଜେକ୍ଟ ଷ୍ଟ୍ରବେରୀର ନାମ Q* ରଖାଯାଇଥିଲା । ସଂସ୍ଥାର କିଛି କର୍ମଚାରୀଙ୍କୁ Q*ର ଡେମୋ ମଧ୍ୟ ଦେଖାଯାଇଥିଲା । ଏଥିରେ ଏଆଇ ମଡେଲ ସେହି କଠିନ ବିଜ୍ଞାନ ଓ ଗଣିତ ପ୍ରଶ୍ନର ଉତ୍ତର ଦେଇଥିଲା, ଯାହାକି ଜଣେ ମନୁଷ୍ଟ ପକ୍ଷେ ବେଶ କଷ୍ଟକର । Strawberry ପ୍ରକଳ୍ପର ଉଦ୍ଦେଶ୍ୟ କେବଳ କଠିନ ପ୍ରଶ୍ନର ଉତ୍ତର ଦେବା ନୁହେଁ, ବରଂ ଯେପରି ଏହି ମଡେଲ ଇଣ୍ଟରନେଟରେ ସ୍ବୟଂଚାଳିତ ଭାବେ କାମ କରିବା ସହିତ ବିଭିନ୍ନ ଯୋଜନା ପ୍ରସ୍ତୁତ କରିପାରିବ ।
ବିଜ୍ଞାନ ଓ ଗଣିତ କ୍ଷେତ୍ରରେ ବଡ଼ ସମ୍ଭାବନା:-
ଏହି ପ୍ରୋଜେକ୍ଟର ବ୍ୟବହାର ଲମ୍ବା ସମୟ ପର୍ଯ୍ୟନ୍ତ କରିବା ଲାଗି OpenAI ଚାହୁଁଛି । ସଂସ୍ଥା ଚାହୁଁଛି ଯେ ତାଙ୍କର ଏହି ଏଆଇ ମଡେଲ ଇଣ୍ଟରନେଟରେ କାମ କରୁ । ଷ୍ଟ୍ରବେରୀର ବିକାଶ ଏଆଇ ଟେକନିକ୍ରେ ଏକ ବଡ଼ ପଦକ୍ଷେପ ପ୍ରମାଣିତ ହୋଇପାରେ । ଏହା ନା ଯେ କେବଳ ଭାବିବାର କ୍ଷମତାରେ ସୁଧାର ଆଣିବ, ବରଂ AIକୁ ଆହୁରି ବ୍ୟବହାରଯୋଗ୍ୟ ଓ ସ୍ବାଧୀନତା ପ୍ରଦାନ କରିବ ।
କେବେ ଲଞ୍ଚ ହେବ ପ୍ରୋଜେକ୍ଟ ଷ୍ଟ୍ରବେରୀ ?
କିଛି ରିପୋର୍ଟ ଅନୁସାରେ OpenAI ଏହି ଉନ୍ନତ ଧରଣର ଏଆଇ ମଡେଲକୁ ଅକ୍ଟୋବର ଓ ନଭେମ୍ବର ମଧ୍ୟରେ ଲଞ୍ଚ କରିବାକୁ ଯୋଜନା ରଖିଛି । ବୋଧହୁଏ ଏହି ନୂତନ AI ମଡେଲ୍ ମଧ୍ୟ ସବୁଠାରୁ ଉନ୍ନତ ଚାଟବଟ୍ ChatGPT-4o ସହିତ ଏକୀଭୂତ ହୋଇପାରେ । ଯଦିଓ ଏହି ପ୍ରକଳ୍ପ ବିଷୟରେ ଅନେକ ତଥ୍ୟ ନାହିଁ, ଏହା ନିଶ୍ଚିତ ହୋଇଛି ଯେ OpenAI ଏକ ନୂତନ ଏବଂ ବୈପ୍ଳବିକ AI ବିକାଶ ପାଇଁ କାର୍ଯ୍ୟ କରୁଛି ।
କଣ ଚାହୁଁଛି କମ୍ପାନୀ OpenAI ?
ସ୍ୟାମ୍ ଅଲ୍ଟମ୍ୟାନ୍ଙ୍କ OpenAI ଏକ AI ବିପ୍ଳବ ଆରମ୍ଭ କରିଛି ଏବଂ ସେମାନଙ୍କର ଷ୍ଟାର୍ଟଅପ୍ କ୍ରମାଗତ ଭାବରେ ଉତ୍ପାଦଗୁଡିକ ବିକଶିତ କରେ ଯାହା ବ୍ୟାପକ ଧ୍ୟାନ କେନ୍ଦ୍ରିତ କରିଥାଏ । ବର୍ତ୍ତମାନ କମ୍ପାନୀ ଏହାର AI ମଡେଲକୁ ଉନ୍ନତମାନର କାର୍ଯ୍ୟ କରିବା ଯେପରିକି ମାନବ ଭଳି ଆତ୍ମ ତାଲିମ କ୍ଷମତା ସହ କାମ କରାଇବାକୁ ଚାହୁଁଛି । ଏହା ମଧ୍ୟ ଆଶା କରାଯାଉଛି ଯେ "ପ୍ରୋଜେକ୍ଟ ଷ୍ଟ୍ରବେରୀ" ମଧ୍ୟ ChatGPT 5ର ଏକ ଅଂଶ ହୋଇପାରେ ।