ହାଇଦ୍ରାବାଦ: ଭାରତରେ 5ଜି ସେବା ଆରମ୍ଭ କଲା ଭୋଡାଫୋନ ଆଇଡିଆ (Vi) । ଏକ ରିପୋର୍ଟ ଅନୁସାରେ ଏହି ଖବର ସାମ୍ନାକୁ ଆସିଛି । ଦୂରସଞ୍ଚାର ସେବା ପ୍ରଦାନ କରୁଥିବା ଏହି କମ୍ପାନୀ ନିଜର 5ଜି ସେବା ଦେଶର କିଛି ନିର୍ଦ୍ଦିଷ୍ଟ ସହରରେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ କରିଛି । ସେହି ସହରଗୁଡ଼ିକ ମଧ୍ୟରେ ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା, ମୁମ୍ବାଇ ଓ ନୂଆଦିଲ୍ଲୀ ସାମିଲ ।
ଭାରତରେ 6ରୁ 7 ମାସ ମଧ୍ୟରେ 5ଜି ସେବା ଆରମ୍ଭ ହେବ ବୋଲି କମ୍ପାନୀର ସିଇଓ ଚଳିତ ବର୍ଷ ଜାନୁଆରୀରେ ଘୋଷଣା କରିଥିଲେ । ଏବେ ଏହି ଖବର ସାମ୍ନାକୁ ଆସିଛି ସତ, କିନ୍ତୁ କିଛି ଦେଶର କିଛି ପ୍ରମୁଖ ସହରରେ ଏହି ସେବା ଆରମ୍ଭ ହୋଇଛି । 'Telecom Talk'ର ଏକ ରିପୋର୍ଟ ଅନୁସାରେ, ଭୋଡାଫୋନ ଆଇଡିଆ ଭାରତରେ କେବଳ 17 ଲାଇସେନ୍ସ ପ୍ରାପ୍ତ କ୍ଷେତ୍ର (LSA)ରେ 5ଜି ସେବା ଆରମ୍ଭ କରୁଛି ।
ଏହି ରିପୋର୍ଟ ଅନୁସାରେ, Vi ଉଭୟ 3.3GHz ଏବଂ 26GHz ସ୍ପେକ୍ଟ୍ରମରେ 5G ସୁବିଧା ଲଞ୍ଚ କରିଛି । ଏହି ସେବା ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ଆରମ୍ଭ କରାଯାଇଛି । ସେବାର ଶୁଭାରମ୍ଭ ନିଶ୍ଚିତ କରିବାକୁ କିଛି ଉପଭୋକ୍ତା ସୋସିଆଲ ମିଡିଆରେ ନିଜ ହ୍ୟାଣ୍ଡସେଟରେ ସକ୍ଷମ 5G ସେବାର ସ୍କ୍ରିନସଟ ସେୟାର କରିଛନ୍ତି । କିନ୍ତୁ ଭୋଡାଫୋନ ଆଇଡିଆ ଆନୁଷ୍ଠାନିକ ଭାବେ 5G ସେବା ଆରମ୍ଭ କରିବାକୁ ଘୋଷଣା କରିନାହିଁ ।
ଏହି ସହରରେ ଆରମ୍ଭ ହେଲା Viର 5G ସେବା
- ଜୟୁପର, ରାଜସ୍ଥାନ
- କର୍ଣ୍ଣଲ, ହରିୟାଣା
- ସଲ୍ଟ ଲେକ୍, କୋଲକାତା
- ଥ୍ରିକ୍କାକରା, କକ୍କନାଡ, କେରଳ
- ଲକ୍ଷ୍ନୌ, ଉତ୍ତର ପ୍ରଦେଶ ପୂର୍ବ
- ଆଗ୍ରା, ଉତ୍ତର ପ୍ରଦେଶ ପଶ୍ଚିମ
- ଇନ୍ଦୋର, ମଧ୍ୟ ପ୍ରଦେଶ
- ଅହମ୍ମଦାବାଦ, ଗୁଜୁରାଟ
- ହାଇଦ୍ରାବାଦ, ତେଲେଙ୍ଗାନା
- ସିଲୁଗୁଡି, ପଶ୍ଚିମ ବଙ୍ଗ
- ପାଟନା, ବିହାର
- ଅନ୍ଧେରି ଇଷ୍ଟ, ୱର୍ଲି, ମୁମ୍ବାଇ
- ବେଙ୍ଗାଲୁରୁ, କର୍ଣ୍ଣାଟକ
- ଜଲନ୍ଧର, ପଞ୍ଜାବ
- ଚେନ୍ନାଇ, ତାମିଲନାଡୁ
- ପୁଣେ, ମହାରାଷ୍ଟ୍ର
- ଇଣ୍ଡିଆ ଗେଟ, ପ୍ରଗତି ମୈଦାନ, ଓଖଲା ଇଣ୍ଡଷ୍ଟ୍ରିଆଲ ଏରିଆ, ଦିଲ୍ଲୀ
ଏହା ବି ପଢନ୍ତୁ |
5G ସେବା ପ୍ଲାନର ଦାମ
ଏହି ପ୍ଲାନର ଦାମ ସମ୍ପର୍କରେ କହିଲେ, ରିପୋର୍ଟ ଅନୁସାରେ ପ୍ରିପେଡ ୟୁଜରମାନଙ୍କୁ 5G କନେକ୍ଟିଭିଟିର ଲାଭ ଉଠାଇବା ଲାଗି 475 ଟଙ୍କା ରିଚାର୍ଜ କରିବାକୁ ପଡ଼ିବ । ସେହିପରି ପୋଷ୍ଟପେଡ୍ ୟୁଜରମାନେ 5ଜି ସେବା ପାଇବା ଲାଗି REDX 1101 ପ୍ଲାନ ଚୟନ କରିବାକୁ ପଡ଼ିବ ।