ETV Bharat / technology

ବିଶ୍ବ ବଜାରକୁ ଖୁବଶୀଘ୍ର ଆସୁଛି Vivo X200 ସିରିଜ; ଭାରତରେ କେବେ ଲଞ୍ଚ - VIVO X200 SERIES LAUNCH

ଭିଭୋର X200 ସିରିଜ ଖୁବଶୀଘ୍ର ବିଶ୍ବ ବଜାରରେ ଲଞ୍ଚ ହେବାକୁ ଯାଉଛି । ଏହି ସିରିଜର ସ୍ମାର୍ଟଫୋନର ଦାମ ଓ ସ୍ପେଶିଫିକେସ କଣ ରହିବ ଜାଣନ୍ତୁ...

Vivo X200 ସିରିଜ
Vivo X200 ସିରିଜ (Credit- Vivo)
author img

By ETV Bharat Tech Team

Published : Nov 9, 2024, 5:42 PM IST

ହାଇଦ୍ରାବାଦ: ପ୍ରମୁଖ ସ୍ମାର୍ଟଫୋନ କମ୍ପାନୀ ଭିଭୋ (Vivo) ଖୁବଶୀଘ୍ର ବିଶ୍ବ ବଜାରରେ ଲଞ୍ଚ ହେବା ନେଇ ସଙ୍କେତ ଦେଇଛି । ଗତ କିଛି ମାସ ପୂର୍ବର ଏହାର ହ୍ୟାଣ୍ଡସେଟ୍‌ ଚୀନରେ ଲଞ୍ଚ ହୋଇସାରିଛି । ଏହାପରେ ସମ୍ଭବତଃ ଏହା ମାଲେସିଆ ମାର୍କେଟରେ ଲଞ୍ଚ ହେବ । ଭିଭୋର ନୂଆ X200 ସିରିଜରେ 3ଟି ସ୍ମାର୍ଟଫୋନ ମଡେଲ ରହିବ । ଆକଳନ ଅନୁସାରେ ଭାରତୀୟ ବଜାରରେ ଭିଭୋର ଏହି ନୂଆ ସିରିଜ ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଡିସେମ୍ବର ପ୍ରଥମରୁ ଲଞ୍ଚ ହୋଇପାରେ । ଏଥିରେ କଣ ଫିଚର ମିଳିବ ଓ ଦାମ କେତେ ରହିବ ଜାଣିବା ।

Vivo X200 ସିରିଜ
Vivo X200 ସିରିଜ (Credit- Vivo)

Vivo X200 ସିରିଜର 3ଟି ମଡେଲ:

  • ଭିଭୋ ଏକ୍ସ200 (Vivo X200)
  • ଭିଭୋ ଏକ୍ସ200 ପ୍ରୋ (Vivo X200 Pro)
  • ଭିଭୋ ଏକ୍ସ200 ପ୍ରୋ ମିନି (Vivo X200 Pro Mini)
ଏହା ବି ପଢନ୍ତୁ
  1. ମନସୁନ ସେଲ୍‌ ଓ ଗ୍ରାମୀଣ ଚାହିଦା କଲା କମାଲ; ଭାରତ ସ୍ମାର୍ଟଫୋନ ବଜାରରେ ଅଭିବୃଦ୍ଧି, Vivo ନୂଆ ମାର୍କେଟ ଲିଡର୍‌
  2. ଆସିଗଲା Vivo ଫୋଲ୍ଡେବଲ ସ୍ମାର୍ଟଫୋନର ନୂଆ ଭାରିଏଣ୍ଟ; ଲଞ୍ଚ ହେଲା ହ୍ବାଇଟ Vivo X Fold 3 Pro
  3. ଆସିଗଲା ତାରିଖ; ଏହି ଦିନ ଭାରତରେ ଲଞ୍ଚ ହେବ IQOO 13
Vivo X200 ସିରିଜ
Vivo X200 ସିରିଜ (Credit- Vivo)

ଭିଭୋ ନିଜର ନୂଆ ସିରିଜ ଭିଭୋ ଏକ୍ସ200କୁ ମାଲେସିଆ ଫେସବୁକ ପେଜରେ ଗତ ଶୁକ୍ରବାର ପରିଚିତ କରାଇଛି । କିନ୍ତୁ ଏହା ମାଲେସିଆ ବଜାରରେ କେଉଁ ତାରିଖରେ ଲଞ୍ଚ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ହେଲେ ଏହି ଟିଜର ପୋଷ୍ଟରେ X200 ସିରିଜରେ ଡିଜାଇନର ଖୁଲାସା ହୋଇଛି । ଏଥିରେ ଏହି ସିରିଜ ଟାଇଟାନିୟମ, ଟାଇଟାନିୟମ ଗ୍ରୀନ କଲର ଅପସନ ସହିତ ଉପଲବ୍ଧ ହେବ ।

Vivo X200 ସିରିଜ ସ୍ପେଶିଫିକେସନ:-

ଭିଭୋ X200 ଲାଇନଅପ୍‌ରେ ମିଡିଆଟେକ୍ ଡାଇମେନସିଟି 9400 ପ୍ରୋସେର ମିଳିବ । ଏଥିରେ ଜେସିସ-ବ୍ରାଣ୍ଡେଡ ଟ୍ରିପଲ ରିଅର କ୍ୟାମେରା ସେଟଅପ ମିଳିବ। ଏହାସିହତ 50 ମେଗା ପିକ୍ସେଲ ପ୍ରାଇମେରି କ୍ୟାମେରା ମିଳିବ । ସମସ୍ତ ମଡେଲ OS 5 ଦ୍ବାରା ଚାଲିବ । ଏଥିରେ ୟୁଜରଙ୍କୁ 5,800mAh ବ୍ୟାଟେରୀ ଓ 90W ୱେୟାର୍ଡ ଚାର୍ଜିଂ ସପୋର୍ଟ ମିଳିବ । ଅନ୍ୟପଟେ Vivo X200 Pro ଓ X200 Pro Mini 6,000mAh ଓ 5,800mAh ବ୍ୟାଟେରୀ ସହିତ ଆସିବ । ଏଥିରେ ମଧ୍ୟ ସମାନ 90W ୱେୟାର୍ଡ ଚାର୍ଜିଂ ସପୋର୍ଟ ମିଳିବ ।

Vivo X200 ସିରିଜ
Vivo X200 ସିରିଜ (Credit- X)
  • 6.67" 120Hz AMOLED ଡିସପ୍ଲେ
  • 4500 ନିଟ୍ସ ପିକ୍‌ ବ୍ରାଇଟନେସ୍‌
  • ଡାଇମେନସିଟି 9400 SoC
  • 50+50+50MP କ୍ୟାମେରା
  • 32MP ସେଲଫି କ୍ୟାମେରା
  • 800mAh ବ୍ୟାଟେରୀ
  • 90W ୱେୟାର୍ଡ ଫାଷ୍ଟ ଚାର୍ଜିଂ
  • ମେଟାଲ ଫ୍ରେମ
  • IP68 / IP69 ରେଟିଂ
Vivo X200 ସିରିଜ
Vivo X200 ସିରିଜ (Credit- Vivo)

ଦାମ କେତେ ?

  • ଅକ୍ଟୋବରରେ ଭିଭୋ ଏକ୍ସ200 ସିରିଜ ସ୍ମାର୍ଟଫୋନ ଚୀନ ବଜାରରେ ଲଞ୍ଚ ହୋଇଛି ।
  • 12GB + 256GB ଭାରିଏଣ୍ଟ ପାଇଁ CNY 4,300 (ପ୍ରାୟ Rs.51,000)
  • ରିପୋର୍ଟ ଅନୁସାରେ Vivo X200 ସିରିଜ ଭାରତରେ ଆନୁଷ୍ଠାନିକ ଭାବେ ନଭେମ୍ବର ଶେଷ ସୁଦ୍ଧା ବା ଡିସେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.