ETV Bharat / technology

ଡିସେମ୍ବରରେ ଲଞ୍ଚ ହେଉଛି ଏହି ସ୍ମାର୍ଟଫୋନ; ତାଲିକାରେ କିଏ ଜାଣନ୍ତୁ.. - UPCOMING SMARTPHONE LAUNCH

ଡିସେମ୍ବରରେ ଦମଦାର ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି । ଯେଉଁଥିରେ ଭିଭୋ, ରିଅଲମି, ରେଡମି ଆଦି ବ୍ରାଣ୍ଡ୍‌ ସାମିଲ । ଅଧିକ ପଢନ୍ତୁ

UPCOMING SMARTPHONES
UPCOMING SMARTPHONES (Credit- X)
author img

By ETV Bharat Tech Team

Published : Nov 25, 2024, 6:07 PM IST

Updated : Nov 30, 2024, 12:00 PM IST

ହାଇଦ୍ରାବାଦ: ନଭେମ୍ବରରେ ଚାଇନା ବଜାରରେ ଅନେକ ଦମଦାର ସ୍ମାର୍ଟଫୋନ ଲଞ୍ଚ ହୋଇଛି । ଯାହାକି ଆସନ୍ତା ମାସ ଡିସେମ୍ବରରେ ଭାରତରେ ଲଞ୍ଚ ହେବାକୁ ଯାଉଛି । ବଜାର ପ୍ରବେଶ କରିବାକୁ ଥିବା କିଛି ସ୍ମାର୍ଟଫୋନର ଲଞ୍ଚ୍‌ ତାରିଖ ଓ ସ୍ପେଶିଫିକେସନର ମଧ୍ୟ ଖୁଲାସା ହୋଇଛି । କିନ୍ତୁ ଆଉ କିଛି ସ୍ମାର୍ଟଫୋନ ସମ୍ପର୍କରେ ଏଯାବତ ଖୁଲାସା ହୋଇନାହିଁ । ତେବେ ଡିସେମ୍ବରରେ କେଉଁ କେଉଁ ସ୍ମାର୍ଟଫୋନ ଲଞ୍ଚ ହେବ ଆସନ୍ତୁ ଜାଣିବା ।

iQOO 13 : ଆଇକୁ (iQOO) ଏହାର ନୂଆ ଫ୍ଲାଗସିପ ମଡେଲ IQOO 13ର ଭାରତରେ ଲଞ୍ଚ ତାରିଖର ଖୁଲାସା କରିଛି । ଆସନ୍ତା ଡିସେମ୍ବର 3 ତାରିଖରେ ଏହା ଭାରତରେ ଡେବ୍ୟୁ କରିବାକୁ ଯାଉଛି । ସବୁଠୁ ଖାସ କଥା ହେଉଛି ଫୋନର ଡିଜାଇନରେ ଆପଣ ସ୍ପୋର୍ଟି ଲୁକ୍‌ ଦେଖିବେ । କାରଣ BMW Motorsport ସହ କମ୍ପାନୀ ପାର୍ଟନରସିପ୍‌ କରିଛି । ଏଥିରେ କାର ଭଳି ଆପଣ ପ୍ୟାଟର୍ଣ୍ଣ ଡିଜାଇନ ଦେଖିବାକୁ ପାଇବେ । ଫୋନରେ 16GB RAM ଓ 120W ଚାର୍ଜିଂ ସହ 6000 mAh ବ୍ୟାଟେରୀ ମିଳିବ । ଏହାସହ 6.82 ଇଞ୍ଚ AMOLED ଡିସପ୍ଲେ ଓ ସେଲଫି ପାଇଁ 32MP କ୍ୟାମେରା ମିଳିବ ।

ଏହା ବି ପଢନ୍ତୁ
  1. ଆସିଗଲା ତାରିଖ; ଏହି ଦିନ ଭାରତରେ ଲଞ୍ଚ ହେବ IQOO 13
  2. Redmi Note 14 5G ଟିଜର ରିଲିଜ; ଏହି ତାରିଖରେ ଲଞ୍ଚ୍‌
  3. ବିଶ୍ବ ବଜାରକୁ ଖୁବଶୀଘ୍ର ଆସୁଛି Vivo X200 ସିରିଜ; ଭାରତରେ କେବେ ଲଞ୍ଚ
  4. ଡିସେମ୍ବରରେ ଲଞ୍ଚ ହେବ OnePlus Ace 5 ସିରିଜ; ଲିକ୍‌ ହେଲା ତଥ୍ୟ

Redmi Note 14 Series: ରେଡମି ଆସନ୍ତା ଡିସେମ୍ବର 9 ତାରିଖରେ ନୋଟ୍‌ 14 5ଜି ସିରିଜ ଲଞ୍ଚ କରିବାକୁ ଯାଉଛି । ସେପ୍ଟେମ୍ବରରେ ଚୀନରେ ରେଡମି ନୋଟ୍ 14, ନୋଟ୍ 14 ପ୍ରୋ ଏବଂ ରେଡମି ନୋଟ୍ 14 ପ୍ରୋ + ସ୍ମାର୍ଟଫୋନ ଲଞ୍ଚ କରାଯାଇଥିଲା । ତେଣୁ ଆସନ୍ତା ମାସରେ ଭାରତରେ ଏହି ତିନୋଟି ସ୍ମାର୍ଟଫୋନ୍ ଲଞ୍ଚ ହେବାର ସମ୍ଭାବନା ରହିଛି । ରେଡମି ନୋଟ୍ 14 ସିରିଜରେ କମ୍ପାନୀ 6.67-ଇଞ୍ଚର OLED କର୍ଭଡ ଡିସପ୍ଲେ ମିଳିବ । ସିରିଜର ପ୍ରୋ ଓ ପ୍ରୋ ପ୍ଲସ ମଡେଲରେ ଟ୍ରିପଲ୍‌ ରିଅର କ୍ୟାମେରା ସେଟଅପ୍‌ ମିଳିପାରେ ।

Realme 14x: ରିଅଲମି କମ୍ପାନୀ ବର୍ତ୍ତମାନ ଭାରତ ପାଇଁ ରିଅଲ୍ 14x ଉପରେ କାମ କରୁଛି । ଡିସେମ୍ବରରେ ଏହି ଫୋନ ଲଞ୍ଚ ହେବାର ସମ୍ଭାବନା ରହିଛି । ତେବେ କମ୍ପାନୀ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ସ୍ପଷ୍ଟ କରିନାହିଁ । ଏଥିରେ 6000 mAh ବ୍ୟାଟେରୀ ଏବଂ 50MP ପ୍ରାଥମିକ କ୍ୟାମେରା ସେଟଅପ୍ ମିଳିପାରେ । ଏହି ଫୋନ୍ ବିଷୟରେ ଅଧିକ ସୂଚନା ଆଗାମୀ ଦିନରେ ଉପଲବ୍ଧ ହେବ ।

Vivo X200 Series: ଅକ୍ଟୋବରରେ ଚୀନରେ ଲଞ୍ଚ ହୋଇଥିବା ଭିଭୋ X200 ସିରିଜ୍ ଭାରତରେ ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି । କମ୍ପାନୀ ଭିଭୋ X200 ଏବଂ ପ୍ରୋ ଭାରିଏଣ୍ଟଗୁଡ଼ିକୁ ଭାରତୀୟ ବଜାରକୁ ଆଣିଛି । ଉଭୟ ଫୋନ୍ ମିଡିଆ ଟେକ୍ ଡାଇମେନସିଟି 9400 ପ୍ରୋସେସର ସହିତ ଆସିପାରେ । ପ୍ରୋ ମଡେଲରେ 6000 mAh ବ୍ୟାଟେରୀ ରହିବ ଯାହା 90W ଚାର୍ଜିଂକୁ ସମର୍ଥନ କରୁଥିବାବେଳେ ବେସ୍ ଭାରିଏଣ୍ଟରେ 5800 mAh ବ୍ୟାଟେରୀ ରହିପାରେ, ଯାହାକି 120W ଚାର୍ଜିଂକୁ ସମର୍ଥନ କରିବ ।

Realme Narzo 70 Curve: ରିଅଲମି ନୂଆ ସ୍ମାର୍ଟଫୋନ ସିରିଜ Narzoକୁ ଲଞ୍ଚ କରିବାକୁ ଯାଉଛି । ଏହି ଫୋନ ସମ୍ପର୍କରେ ଅଧିକ ସୂଚନା ମିଳିନଥିବା ବେଳେ ଏହା ଡିସେମ୍ବରରେ ଲଞ୍ଚ ହେବାର ସମ୍ଭାବନା ରହିଛି । ତେବେ ଆଗାମୀ ଦିନରେ କମ୍ପାନୀ ପକ୍ଷରୁ ଏହି ଫୋନ ସମ୍ପର୍କରେ ଅଧିକ ସୂଚନା ମିଳିବ ବୋଲି ଆଶା କରାଯାଉଛି । ଲିକ୍‌ ତଥ୍ୟ ଅନୁସାରେ ଏହାର ଦାମ 15ହଜାରରୁ 20ହଜାର ଟଙ୍କା ମଧ୍ୟରେ ରହିବ ।

OnePlus 13: ଡିସେମ୍ବରରେ ଭାରତରେ OnePlus 13 ଲଞ୍ଚ ହେବାର ସମ୍ଭାବନା ରହିଛି । ଓପୋର ଏହି ସବ୍ ବ୍ରାଣ୍ଡ ନୂତନ ସ୍ମାର୍ଟଫୋନ୍ ସହିତ OnePlus 13R ଏବଂ OnePlus Watch 3 ମଧ୍ୟ ଲଞ୍ଚ କରିପାରେ । OnePlus 13ରେ 6.82 -ଇଞ୍ଚର BOE X2 2K + AMOLED ଡିସପ୍ଲେ 4500 ନିଟ୍ସର ପିକ୍‌ ବ୍ରାଇଟନେସ୍‌ ରହିପାରେ । OnePlus ଫ୍ଲାଗସିପ୍ ଏକ ଅଲଟ୍ରାସୋନିକ୍ ଫିଙ୍ଗର ପ୍ରିଣ୍ଟ ସେନ୍ସର ଏବଂ IP68 ଏବଂ IP69 ଜଳ ପ୍ରତିରୋଧ ପାଇଁ ଫିଚ ସହ ଆସିବାର ସମ୍ଭାବନା ଅଛି ।

Tecno Phantom V Fold 2: ଏକ ରିପୋର୍ଟ ଅନୁସାରେ, Tecno ମଧ୍ୟ ଏହାର ନୂଆ ସ୍ମାର୍ଟଫୋନ Tecno Phantom V Fold 2 ଓ Tecno Phantom V Flip 2 ଫୋନ ଡିସେମ୍ବରରେ ଲଞ୍ଚ କରିପାରେ । ଟେକ୍ନୋ ଫାଣ୍ଟମ ଫ୍ଲିପ 2ରେ 6.9 ଇଞ୍ଚର ଫୁଲ୍‌ HD+ LTPO AMOLED ପ୍ରାଇମେରି ଡିସପ୍ଲେ ଓ 3.64 ଇଞ୍ଚ AMOLED ଏକ୍ସଟର୍ଣ୍ଣାଲ ଡିସପ୍ଲେ ମିଳିପାରେ । ଏହା ମିଡିଆଟେକ୍‌ ଡାଇମେନସିଟି 8020 ପ୍ରୋସେସର ସହ ମଧ୍ୟ ଆସିପାରେ । ଏଥିରେ 4,720mAh ବ୍ୟାଟେରୀ ଯାହାକି 70W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ । ଏଥିରେ 50MP ପ୍ରାଇମେରି ଓ 50MP ଅଲଟ୍ରା-ୱାଇଡ ଆଙ୍ଗଲ ଲେନ୍ସ ପଛ କ୍ୟାମେରା ମିଳିପାରେ । Tecno Phantom V Fold 2 କଥା ଦେଖିଲେ ଏଥିରେ 7.85 ଇଞ୍ଚର LTPO AMOLED ଇଣ୍ଟରନାଲ୍‌ ଡିସପ୍ଲେ ଓ 6.42 ଇଞ୍ଚର LTPO AMOLED ଏକ୍ସଟର୍ଣ୍ଣାଲ ଡିସପ୍ଲେ ମିଳିବ । ଏଥିରେ ମିଡିଆଟେକ୍‌ ଡାଇମେନସିଟି 9000+ ପ୍ରୋସେସର ମିଳିପାରେ । ଏଥିରେ 50MP ପ୍ରାଇମେରି କ୍ୟାମେରା, ଅଲଟ୍ରା ୱାଇଡ କ୍ୟାମେରା ସହ 50MP 2x ଅପଟିକାଲ ଜୁମ୍‌ ପୋର୍ଟରେଟ୍‌ ସେନ୍ସର ମିଳିବ ।

Poco F7: ପୋକୋ ଏହାର F-ସିରିଜ ସ୍ମାର୍ଟଫୋନକୁ ଡିସେମ୍ବରରେ ଭାରତରେ ଲଞ୍ଚ କରିପାରେ । ହେଲେ ଏହାର ଫିଚର ସମ୍ପର୍କରେ ସୂଚନା ମିଳିନାହିଁ ।

Last Updated : Nov 30, 2024, 12:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.