ETV Bharat / technology

ଟାରିଫ୍‌ ନିୟମରେ ବଡ଼ ସଂଶୋଧନ; କେବଳ କଲ୍‌ ଓ SMS ରିଚାର୍ଜ ଭାଉଚର ଆଣିବାକୁ ନିର୍ଦ୍ଦେଶ - VOUCHERS FOR ONLY CALL SMS

ଡାଟା ବ୍ୟବହାର କରୁନଥିବା ଗ୍ରାହକଙ୍କୁ ବଡ଼ ଆଶ୍ବସ୍ତି । କେବଳ କଲ୍‌ ଓ SMS ପାଇଁ ଭାଉଚର ଆଣିବାକୁ ଟେଲିକମ କମ୍ପାନୀକୁ ନିର୍ଦ୍ଦେଶ ଦେଲା TRAI । ଅଧିକ ପଢନ୍ତୁ

TRAI NEW GUIDELINES
TRAI NEW GUIDELINES (ETV Bharat)
author img

By ETV Bharat Tech Team

Published : Dec 24, 2024, 12:21 PM IST

ହାଇଦ୍ରାବାଦ: ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (TRAI) ସୋମବାର ଶୁଳ୍କ ନିୟମରେ ସଂଶୋଧନ କରିଛି । ଏହା ଅଧୀନରେ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀଗୁଡିକ ଡାଟା ବ୍ୟବହାର କରୁନଥିବା ଗ୍ରାହକଙ୍କୁ କେବଳ ଭଏସ୍ କଲ୍ ଏବଂ SMS ପାଇଁ ରିଚାର୍ଜ କୁପନ୍ ପ୍ରଦାନ କରିବାକୁ ପଡ଼ିବ। ଏବେ କମ୍ପାନୀଗୁଡିକ ଇଣ୍ଟରନେଟ୍ ଡାଟା, ଭଏସ୍ କଲ୍ ଏବଂ SMS ରିଚାର୍ଜ କୁପନ୍ ପ୍ରଦାନ କରୁଛନ୍ତି । ଏହାସହ ଅତିକମ୍‌ରେ ୧୦ ଟଙ୍କିଆ ରିଚାର୍ଜ କୁପନ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

365ଦିନ ହେବ ବୈଧତା

TRAI ଟେଲିକମ୍ ଗ୍ରାହକ ସୁରକ୍ଷା (ଦ୍ବାଦଶ ସଂଶୋଧନ) ନିୟମାବଳୀ 2024ରେ ସଂଶୋଧନ କରି କହିଛି ଯେ ସେବା ପ୍ରଦାନକାରୀଙ୍କୁ ଅତି କମରେ ଏକ ସ୍ବତନ୍ତ୍ର ଶୁଳ୍କ ଭାଉଚର କେବଳ କଲ୍‌ ଏବଂ SMS ପାଇଁ ପ୍ରଦାନ କରିବାକୁ ପଡ଼ିବ । ଏହାର ବୈଧତା ଅବଧି 365 ଦିନରୁ ଅଧିକ ହେବ ନାହିଁ । ଏହି ନିଷ୍ପତ୍ତି ସେହି ଗ୍ରାହକଙ୍କୁ ଉପକୃତ କରିବ ଯେଉଁମାନେ ଇଣ୍ଟରନେଟ୍ ଡାଟା ବ୍ୟବହାର ନ କରି କେବଳ ଭଏସ୍ କଲ୍ ଏବଂ SMS ବ୍ୟବହାର କରିବା ପାଇଁ ରିଚାର୍ଜ କରନ୍ତି ।

ଅତିକମ୍‌ରେ ୧୦ ଟଙ୍କିଆ ରିଚାର୍ଜ କୁପନ

TRAI ଟେଲିକମ୍ କମ୍ପାନୀଗୁଡିକୁ ଯେକୌଣସି ମୂଲ୍ୟର ରିଚାର୍ଜ ଭାଉଚର ଜାରି କରିବାକୁ ଅନୁମତି ଦେଇଛି କିନ୍ତୁ ସେମାନଙ୍କୁ ଅତି କମରେ 10 ଟଙ୍କିଆ ରିଚାର୍ଜ କୁପନ୍ ମଧ୍ୟ ଦେବାକୁ ପଡ଼ିବ ବୋଲି କହିଛି । ଏହାପୂର୍ବରୁ ଏହି ନିୟମ ଟେଲିକମ୍ ଅପରେଟରମାନଙ୍କୁ 10 ଟଙ୍କାରେ ଟପ୍ ଅପ୍ ଭାଉଚର୍ ପ୍ରଦାନ କରିବାକୁ ଅନୁମତି ଦେଇଥିଲା । ପରାମର୍ଶ ପ୍ରକ୍ରିୟା ସମୟରେ TRAI ବିଭିନ୍ନ ମତାମତ ଗ୍ରହଣ କରିଥିଲା । ଏଥିମଧ୍ୟରେ ବହୁ ବରିଷ୍ଠ ନାଗରିକ, ଘରେ ବ୍ରଡବ୍ୟାଣ୍ଡ ଥିବା ପରିବାର ଆଦି ଅନ୍ତର୍ଭୁକ୍ତ ଥିଲେ । ସେମାନେ ନିଜ ମୋବାଇଲ ଫୋନ ରିଚାର୍ଜ କରିବା ଲାଗି ଡାଟା ସହିତ ରିଚାର୍ଜ ପ୍ଲାନର ଆବଶ୍ୟକ କରୁନଥିବା କହିଥିଲେ ।

ଏହା ବି ପଢନ୍ତୁ
  1. BSNL ଆଣିଲା 13ମାସର ଶସ୍ତା ପ୍ଲାନ; ଅନଲିମିଟେଡ କଲିଂ ସାଙ୍ଗକୁ ମିଳିବ 790GB ଡେଟା
  2. ଜାନୁଆରୀ 1ରୁ ଏହି ସ୍ମାର୍ଟଫୋନରେ ଆଉ ଚାଲିବନି WhatsApp; ତାଲିକାରେ କିଏ ଜାଣନ୍ତୁ

ପ୍ରଭାବିତ ହେବେ ଟେଲିକମ କମ୍ପାନୀ !

ଟେଲିକମ ରେଗୁଲେଟର ଟ୍ରାଇ ଦ୍ବାରା ଏହି ନୂଆ ନିୟମ ଆସିବା ଦ୍ବାରା ଘରୋଇ ଟେଲିକମ କମ୍ପାନୀ ଜିଓ, ଏୟାରଟେଲ, ଭୋଡାଫୋନ ଆଇଡିଆ ପ୍ରଭାବିତ ହୋଇପାରନ୍ତି । ଜୁଲାଇରେ ଟ୍ରାଇ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଥିଲା ଯେ ବଣ୍ଡଲଡ୍‌ ପ୍ଲାନ ଆସିବା ଦ୍ବାରା ଗ୍ରାହକଙ୍କ ଚଏସ ସୀମିତ ରହୁଛି । ସେମାନେ ନ ଚାହିଁ ବି ଅଧିକ ଟଙ୍କା ଦେଇ ରିଚାର୍ଜ ପ୍ଲାନ କିଣୁଛନ୍ତି । ଏହି ସମସ୍ୟାକୁ ସମାଧାନ କରିବା ଲାଗି ଟ୍ରାଇ ଏପରି ନିୟମ ଆଣିଥିବା କହିଛି । ଏହି ନିୟମ ଲାଗୁ ହେବା ପରେ ମୋବାଇଲ ବ୍ୟବହାରକାରୀ ଲାଭବାନ ହେବେ । ସେମାନେ ନିଜ ଆବଶ୍ୟକତା ମୁତାବକ ଟଙ୍କା ଖର୍ଚ୍ଚ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.