ETV Bharat / technology

ଆପଣଙ୍କ ଆଣ୍ଡ୍ରୋଏଡ ଫୋନ ସ୍ଲୋ ଚାଲୁଛି କି ? ଏହି ଉପାୟ କଲେ ପୁଣି ନୂଆ ଫୋନ ଭଳି କାର୍ଯ୍ୟ କରିବ - Tricks to make old Phone run faster

author img

By ETV Bharat Odisha Team

Published : May 5, 2024, 8:59 AM IST

Tricks to make Mobile Phone faster: ଆପଣଙ୍କ ପୁରୁଣା ଆଣ୍ଡ୍ରୋଏଡ ମୋବାଇଲ ଫୋନ ସ୍ଲୋ କାମ କରୁଛି କି ? ଯେଉଁଥିପାଇଁ ଆପଣ ନୂଆ ଫୋନ କିଣିବାକୁ ଭାବୁଛନ୍ତି । ତେବେ ନୂଆ ଫୋନ କିଣିବା ଖର୍ଚ୍ଚରୁ ଏହି ଖବର ଆପଣଙ୍କୁ ବଞ୍ଚାଇପାରେ । କିଛି ଟ୍ରିକ୍ସ ଆପଣାଇ ଆପଣ ଆପଣଙ୍କ ପୁରୁଣା ଫୋନକୁ ପୁଣି ଫାଷ୍ଟ କରାଇପାରନ୍ତି । ପଢନ୍ତୁ ଏହି ଖବର

Tricks to make Mobile Phone faster
Tricks to make Mobile Phone faster (Etv Bharat Odisha)

ହାଇଦ୍ରାବାଦ: ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ । ହେଲେ ଆଣ୍ଟ୍ରୋଏଡ ଫୋନ ପୁରୁଣା ହୋଇଗଲେ ସମସ୍ତଙ୍କ ଚିନ୍ତା ବଢିଯାଏ । କାରଣ ନୂଆ ଅପେକ୍ଷା ଟିକେ ପୁରୁଣା ହେଲେ ଏହି ମୋବାଇଲ ଫୋନ ସ୍ଲୋ କାମ କରେ । ଯାହାକୁ ନେଇ ୟୁଜର୍ସମାନେ ବେଶ ବ୍ୟସ୍ତ ହୋଇପଡନ୍ତି । ଗେମ ଖେଳିବାକୁ ହେଉ କିମ୍ବା କୌଣସି ଆପ୍ ଚଳାଇବା ପାଇଁ ଇଚ୍ଛା ହୁଏ ନାହିଁ । ପୁଣି ଆଉ ଏକ ନୂଆ ଫୋନ କିଣିବାକୁ ଇଚ୍ଛା ହୁଏ । ତେବେ ଏଭଳି ଇଚ୍ଛା ହେଉଥିଲେ ପଢନ୍ତୁ ଏହି ଖବର । ଯାହା ଆପଣଙ୍କୁ ନୂଆ ଫୋନ କିଣିବା ଖର୍ଚ୍ଚରୁ ବଞ୍ଚାଇପାରେ । ଏହି ସବୁ ଉପାୟ ଆପଣାଇ ଆପଣ ନିଜ ସ୍ଲୋ ଫୋନକୁ କରିପାରନ୍ତି ସ୍ପିଡ୍ ।

ଏହିସବୁ ଉପାୟ ଆପଣାଇ ଆଣ୍ଡ୍ରୋଏଡ ଫୋନକୁ କରନ୍ତୁ ଫାଷ୍ଟ୍:

ଫ୍ୟାକ୍ଟରୀ ରିସେଟ କରନ୍ତୁ: ଆପଣଙ୍କ ଆଣ୍ତ୍ରୋଏଡ ଫୋନ ସ୍ଲୋ ରନ କରୁଥିଲେ ପ୍ରଥମେ ଫ୍ୟାକ୍ଟରୀ ରିସେଟ କରନ୍ତୁ । ଏହା ଆପଣଙ୍କ ଫୋନ ପାଇଁ ବେଶ ଲାଭଦାୟକ ଅଟେ । ଆଣ୍ତ୍ରୋଏଡକୁ କ୍ଲିୟର କରିବା କିମ୍ବା ଅବ୍ୟବହୃତ, ଜଙ୍କ ଆପ୍ସ ହଟାଇ ଦେବା ଦ୍ୱାରା ଫୋନ ପୁଣି ପୂର୍ବଭଳି କାମ କରିଥାଏ । ଫୋନରୁ ଡାଟା ଇରେଜ କରିବା ବେଶ ଲାଭଦାୟକ ହୋଇଥାଏ ।

ଏହାମଧ୍ୟ ପଢନ୍ତୁ.. ନିର୍ବାଚନ ପରେ ଗ୍ରାହକଙ୍କୁ ଲାଗିବ ଝଟ୍‌କା, ବଢିପାରେ ରିଚାର୍ଜ ଦର - Mobile Service Cost More

ଆଣ୍ଡ୍ରୋଏଡ ଅପଡେଟ ଯାଞ୍ଚ କରନ୍ତୁ: ଫୋନକୁ ଅଧିକ ଦିନ ବ୍ୟବହାର କରିବାକୁ ଚାହୁଁଥିଲେ ଏହାକୁ ସମୟ ମଧ୍ୟରେ ଅପଡେଟ କରିବା ନିହାତି ଆବଶ୍ୟକ । Google ପିକ୍ସେଲ ଓ ନେକ୍ସସ ଭଳି ଆଣ୍ଡ୍ରୋଏଡ ନିଜେ ନିଜେ ଅପଡେଟ ହୋଇଥାଏ । କିନ୍ତୁ ଅନ୍ୟ ଫୋନଗୁଡିକରେ ଆପଣଙ୍କୁ ଅପଡେଟ କରିବାକୁ ପଡିଥାଏ । ଯଦି ଅପଡେଟ ନେଇ କୌଣସି ନୋଟିଫିକେସନ ଆସୁନାହିଁ ତେବେ ଆପଣ ସମୟ ସମୟରେ ଆଣ୍ଡ୍ରୋଏଡ ଅପଡେଟ ଯାଞ୍ଚ କରି ଏହାକୁ ଅପଡେଟ କରନ୍ତୁ ।

ଆଣ୍ଡ୍ରୋଏଡ ଫୋନକୁ ପ୍ରତିଦିନ କରନ୍ତୁ ରିଷ୍ଟାର୍ଟ: ରିଷ୍ଟାର୍ଟ ମୋବାଇଲ ପାଇଁ ରାମବାଣ ସଦୃଶ୍ୟ ଅଟେ । ୩୦ ସେକେଣ୍ଡର ଏକ ସାଧାରଣ ରିଷ୍ଟାର୍ଟ ଆପଣଙ୍କୁ ଫୋନ ମେମୋରିକୁ ଖାଲି କରିବା ସହ ବ୍ୟାକଗ୍ରାଉଣ୍ଡ୍ ଆପ୍ସ ଓ ବ୍ୟାକଗ୍ରାଉଣ୍ଡରେ ଚାଲୁଥିବା ସମସ୍ୟାଗୁଡିକ ଶେଷ କରିଦେଇଥାଏ । ଯାହାଦ୍ୱାରା ଫୋନ ସ୍ପିଡ ଚାଲେ ।

ବ୍ୟବହାର ହେଉନଥିବା ଆପ୍ସ କରନ୍ତୁ ବାଏ ବାଏ: ଆମମାନଙ୍କ ସ୍ମାର୍ଟ ଫୋନରେ ଆମେ ଅନେକ ଏଭଳି ଆପ୍ସ ରଖିଥାଉ ଯାହାକୁ ଆମେ କେବେ ବ୍ୟବହାର କରିନଥାଉ । ସେହି ଆପଗୁଡିକ ଆମର କୌଣସି କାମରେ ଆସିନଥାଏ । ଏଭଳି ସ୍ଥଳେ ଏହି ଅବ୍ୟବହୃତ ଆପଗୁଡିକ ଇନଷ୍ଟଲ କରିବା ଠିକ୍ ଅଟେ ।

ଡାର୍କ ମୋଡ ଅନ କରନ୍ତୁ: ଯଦି ଆପଣ ଆଣ୍ତ୍ରୋଏଡ ଫୋନରେ OLED ସ୍କ୍ରିନ ଅଛି ତେବେ ଏହା ସହ ଆପଣ ଡାର୍କ ମୋଡ ଅନ କରିଦିଅନ୍ତୁ । ଯାହାଦ୍ୱାରା ଆପଣଙ୍କ ଫୋନର ବ୍ୟାଟେରୀ ଲାଇଫ ବଢିପାରିବ । ଏହାସହ ସ୍କ୍ରିନ ରିଜୋଲ୍ୟୁସନକୁ କମ କରିବା ଦ୍ୱାରା ବ୍ୟାରେଟୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିପାରିବ । ଅଲଓ୍ବେଜ ଅନ୍ ଡିସପ୍ଲେ (Always on Display)କୁ ମଧ୍ୟ ବନ୍ଦ ରଖନ୍ତୁ । କାରଣ ଏହା ଆପଣଙ୍କ ଫୋନ ବ୍ୟାରେଟୀକୁ କ୍ଷତି ପହଞ୍ଚାଇପାରେ ।

ଲାର୍ଜ ସାଇଜ ଫାଇଲ୍ସକୁ ଏସଡି କାର୍ଡ କିମ୍ବା Google Driveରେ ସେଭ କରନ୍ତୁ: ଫୋନରେ ଲାର୍ଜ ସାଇଜ ଫାଇଲ୍ସକୁ ସେଭ ରଖିବା ଫୋନର ହେଲ୍ଥ ପାଇଁ ଠିକ ନୁହେଁ । ଏହି ଫାଇଲଗୁଡିକୁ ଆପଣ ଏସଡି କାର୍ଡ କିମ୍ବା Google Driveରେ ରଖିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.