ETV Bharat / technology

ବର୍ଷା ହେଲେ କେମିତି ଗର୍ଜେ ବିଜୁଳି ? ମୁଣ୍ଡ ଉପରେ ବିଜୁଳି ମାରୁଥିଲେ ନିଜର କେମିତି କରିବେ ରକ୍ଷା ? ଜାଣନ୍ତୁ ଟିପ୍ସ - Safety Tips for lightning

author img

By ETV Bharat Tech Team

Published : Aug 31, 2024, 12:36 PM IST

The Electrifying Truth: ବର୍ଷା ଦିନ ଯେତିକି ସୁନ୍ଦର ସେତିକି ଘାତକ ମଧ୍ୟ । କାରଣ ବର୍ଷାଦିନେ ବିଜୁଳି ଘଡ଼ଘଡ଼ିରେ ଅନେକ ପ୍ରାଣ ଅକାଳରେ ଚାଲିଯାଏ । ତେବେ ବର୍ଷା ହେଲେ ଏହି ବିଜୁଳି କିପରି ଗର୍ଜେ ? ବିଜୁଳି ଘଡ଼ଘଡ଼ିରୁ ନିଜକୁ କେମିତି ରକ୍ଷା କରିବେ ଜାଣି ନିଅନ୍ତୁ....

The Electrifying Truth
The Electrifying Truth (ETV Bharat Tech Team)

ହାଇଦ୍ରାବାଦ: ବର୍ଷା ଦିନରେ ପ୍ରକୃତିର ଶୀତଳ ବିନ୍ଦୁ ସାଙ୍ଗକୁ ପ୍ରକୃତିର ଶୋଭା ଦ୍ବିଗୁଣିତ ହୋଇଯାଏ । ପ୍ରେମୀଯୁଗଳଙ୍କଠୁ ଆରମ୍ଭ କରି ଗଛଲତା ଓ ପ୍ରାଣୀ ସମସ୍ତେ ବର୍ଷା ଦିନକୁ ବେଶ ପସନ୍ଦ କରନ୍ତି । ଏହି ଦିନରେ ସକରାତ୍ମକ ଭାବନା ସାଙ୍ଗକୁ ପରିବାର ସହିତ ସମୟ ଅତିବାହିତ କରିବା ଲାଗି ମଧ୍ୟ ଯଥେଷ୍ଟ ସମୟ ମିଳିଯାଏ । କାରଣ ଅଧିକାଂଶ ଲୋକେ ଘରେ ରହି ବର୍ଷାକୁ ଉପଭୋଗ କରନ୍ତି । କିନ୍ତୁ ବେଳେବେଳେ କାର୍ଯ୍ୟ ପାଇଁ ବାହାରକୁ ଯିବାକୁ ପଡ଼େ । ଏହି ସମୟରେ ଚିନ୍ତାର କାରଣ ପାଲଟିଥାଏ ଘଡ଼ଘଡ଼ି ବିଜୁଳି ।

LIGHTNING SAFETY TIPS
LIGHTNING SAFETY TIPS (X)

କେମିତି ବିଜୁଳି ଘଡ଼ଘଡ଼ି ସୃଷ୍ଟି ହୁଏ ?

ବଜ୍ରପାତ ହେଉଛି ଏକ ବୃହତ ଇଲେକ୍ଟ୍ରୋଷ୍ଟାଟିକ୍ ଡିସଚାର୍ଜ ଯାହା ମେଘ ଏବଂ ଭୂମି ମଧ୍ୟରେ କିମ୍ବା ମେଘ ମଧ୍ୟରେ ଦେଖାଯାଏ । ମେଘରେ ବୈଦୁତିକ ଚାର୍ଜ ଜମା ହେବା ସହିତ ପ୍ରକ୍ରିୟା ଆରମ୍ଭ ହୁଏ । ଯେତେବେଳେ ଏକ ବର୍ଷା ଝଡ଼ ବିକଶିତ ହୁଏ, ମେଘଖଣ୍ଡ ମଧ୍ୟରେ ଥିବା ଜଳ ବୁନ୍ଦା ଏବଂ ବରଫ କଣିକାଗୁଡିକ ପରସ୍ପର ସହିତ ଧକ୍କା ହୋଇ ଷ୍ଟାଟିକ ବିଦ୍ୟୁତ୍ ଉତ୍ପାଦନ କରିଥାନ୍ତି ।

ବିଜୁଳି ମାରିବାରେ ବର୍ଷାର କଣ ଭୂମିକା ?

ବିଜୁଳି ଘଡ଼ଘଡ଼ି ମାରିବାରେ ବର୍ଷାର ବଳିଷ୍ଠ ଭୂମିକା ରହିଥାଏ । ଯେତେ ଜୋରରେ ବର୍ଷା ହୋଇଥାଏ, ସେତେ ପରିମାଣରେ ବିଜୁଳି ମଧ୍ୟ ମାରିଥାଏ । ତେବେ କିପରି ବିଜୁଳି ମାରିଥାଏ ଆସନ୍ତୁ ଜାଣିବା

ବରଫ ଓ ଜଳବିନ୍ଦୁ କୋଲିଜନ:- ବର୍ଷା ହେବା ପରେ ମେଘଖଣ୍ଡ ମଧ୍ୟରେ ବରଫ ଓ ପାଣି ମିଶିଥାଏ । ଯେତେବେଳେ ଏହି 2 କଣିକା ପରସ୍ପର ସହିତ ଧକ୍କା ଖାଇଥାନ୍ତି ସେତେବେଳେ ଇଲେକ୍ଟ୍ରୋକନର ଉତ୍ପନ୍ନ ହୁଏ ଓ ଏହା ସହିତ ଏକ ବୈଦ୍ୟୁତିକ ଚାର୍ଜ ସୃଷ୍ଟି ହୋଇଥାଏ ।

LIGHTNING SAFETY POSITION
LIGHTNING SAFETY POSITION (X)

ଇଲେକ୍ଟ୍ରିକାଲ ଚାର୍ଜ ସୃଷ୍ଟି:- ମେଘଖଣ୍ଡର ଉପରି ଭାଗରେ ଯୁକ୍ତ ଚାର୍ଜ ଓ ନିମ୍ନ ଭାଗରେ ବିଯୁକ୍ତ ଚାର୍ଜ ସୃଷ୍ଟି ହୋଇଥାଏ । ଏପରିକି ପୃଥିବୀପୃଷ୍ଠ ମଧ୍ୟ ବିଯୁକ୍ତ ଚାର୍ଜ ରହିଥାଏ । ଯେତେବେଳେ ଦୁଇ ବାଦଲ ମଧ୍ୟରେ ଡିସଚାର୍ଜ ହୁଏ ସେତେବେଳେ ବିଜୁଳି ସୃଷ୍ଟି ହୁଏ ।

ଲିଡର ଷ୍ଟ୍ରୋକ୍‌:- ଯେତେବେଳେ ମେଘଖଣ୍ଡରେ ବୈଦ୍ୟୁତିକ ଚାର୍ଜ ଉତ୍ପନ୍ନ ହୁଏ । ଏହାପରେ ମେଘଖଣ୍ଡ ଓ ଭୂମିପୃଷ୍ଠ ମଧ୍ୟରେ ଏହା ପରସ୍ପରକୁ ଆକର୍ଷିତ କରିଥାଏ । ସେହି ସମୟରେ ବାଦଲରୁ ଜମି ଉପରକୁ ବିଜୁଳି ଖସେ । ଯାହା ଇଲେକ୍ଟ୍ରିକ ଚାର୍ଜର ବିନିମୟ କରେ । ଏହାପରେ ବଜ୍ରପାତ ମେଘରୁ ଭୂମି ପର୍ଯ୍ୟନ୍ତ ପଡେ ।

ବିଜୁଳି ଘଡ଼ଘଡ଼ିରୁ କେମିତି ରହିବେ ସତର୍କ ?

  • ପାଣିପାଗ ବିଭାଗ ପକ୍ଷରୁ ଦିଆଯାଉଥିବା ସତର୍କବାଣୀ ଉପରେ ନଜର ରଖିବା ଆବଶ୍ୟକ ।
  • ଯଦି ଆପଣ ବିଜୁଳି ଘଡ଼ଘଡ଼ି ଶବ୍ଦ ଶୁଣୁଛନ୍ତି ବା ପ୍ରବଳ ବର୍ଷା ହେଉଛି ତେବେ ତୁରନ୍ତ ନିଜ ପାଇଁ ଏକ ସୁରକ୍ଷିତ ସ୍ଥାନ ବାଛନ୍ତୁ ।
  • ଗଛ ତଳେ କିମ୍ବା ଖୋଲା ସ୍ଥାନରେ ରୁହନ୍ତୁ ନାହିଁ ।
  • ଧାତୁ ଜିନିଷ ଓ ସାଇକେଲଠାରୁ ଦୂରେଇ ରୁହନ୍ତୁ ।
  • ଯଦି କୌଣସି ପାଣି ସ୍ଥାନ ଯେପରିକି ପୋଖରୀ, ସ୍ବିମିଂପୁଲ, ନଦୀନାଳ, ହ୍ରଦରୁ ବାହାରକୁ ବାହାରି ଆସନ୍ତୁ ।
  • ମୋବାଇଲ ଚାର୍ଜ ବସିଥିଲେ ଏହାକୁ ଆଦୌ ବ୍ୟବହାର କରନ୍ତୁ ନାହିଁ ।
  • ବିଦ୍ୟୁତ ନଥିଲେ ବି ଏହା ସମ୍ବନ୍ଧୀୟ ଉପକରଣଗୁଡ଼ିକକୁ ସ୍ପର୍ଶ କରନ୍ତୁ ନାହିଁ ।

ଏହା ବି ପଢନ୍ତୁ- Football Ground: ଚାଲିଥିଲା ଫୁଟବଲ ମ୍ୟାଚ, ଆକାଶରୁ ଖସିଲା ମୃତ୍ୟୁ, ଗୋଲ୍ ଦେଲା ବେଳେ ଜଣଙ୍କ ପରେ ଜଣେ ଟଳିପଡିଲେ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.