ETV Bharat / technology

8 ମହାକାଶଚାରୀଙ୍କୁ ନେଇ ସୁରକ୍ଷିତ ପୃଥିବୀ ଫେରିଲା SpaceX Dragon

ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରୁ 8ଜଣ ମହାକାଶଚାରୀଙ୍କୁ ନେଇ ସୁରକ୍ଷିତ ପୃଥିବୀ ଫେରିଲା ସ୍ପେଶ-ଏକ୍ସ ଡ୍ରାଗନ । ଅଧିକ ପଢନ୍ତୁ

SpaceX Crew-8 Dragon Astronauts
SpaceX Crew-8 Dragon Astronauts (Photo- X/SpaceX)
author img

By ETV Bharat Tech Team

Published : 3 hours ago

ହାଇଦ୍ରାବାଦ: ସ୍ପେସ୍ ଏକ୍ସ ଡ୍ରାଗନ୍ ମହାକାଶଯାନ 8ଜଣ ମହାକାଶଚାରୀଙ୍କୁ ନେଇ ସୁରକ୍ଷିତ ଭାବେ ପୃଥିବୀ ପ୍ରତ୍ୟାବର୍ତ୍ତନ କରିଛି । ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ 7ମାସ ବିତାଇଥିବା ଆମେରିକୀୟ ଏବଂ ଋଷୀୟ ମହାକାଶଚାରୀଙ୍କୁ ନେଇ ଆଜି (ଶୁକ୍ରବାର) ଅପରାହ୍ନ 12ଟା 59ରେ ଫ୍ଲୋରିଡାର ପେନ୍ସାକୋଲା ଉପକୂଳରେ ସୁରକ୍ଷିତ ଅବତରଣ କରିଛି । ଏହି କ୍ରୁରେ ନାସାର ମହାକାଶଚାରୀ ମାଥ୍ୟୁ ଡୋମିନିକ୍, ମାଇକେଲ୍ ବାରାଟ ଏବଂ ଜିନେଟ ଏପ୍ସଙ୍କ ସହ ଋଷୀୟ ମହାକାଶଚାରୀ ଆଲେକ୍ସଜାଣ୍ଡାର୍ ଗ୍ରେବେଙ୍କିନ୍ ମଧ୍ୟ ଅଛନ୍ତି ।

ପୃଥିବୀରେ ଅବତରଣ କରିବା ପରେ ସମସ୍ତ ମହାକାଶଚାରୀଙ୍କ ମେଡିକାଲ ଚେକଅପ କରାଯାଇଥିଲା । ଏହାପରେ ନାସା ଓ ସ୍ପେଶ-ଏକ୍ସ ମିଳିତ ଭାବରେ ଏକ ଟେଲି କନଫରେନ୍ସରେ ଏହି ଲ୍ୟାଣ୍ଡ ନେଇ ସୂଚନା ଦେଇଥିଲେ । ଏହାସହିତ ସ୍ପେଶ-ଏକ୍ସ 13ତମ ମାନବ ସ୍ପେସ୍ ଫ୍ଲାଇଟ୍ ମିଶନ ସଫଳ ହୋଇଛି । ସେପଟେ ଚଳିତ ବର୍ଷ ଜୁନରୁ ISS ଯାଇଥିବା ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ବ୍ୟାରି ୱିଲମୋର ମହାକାଶରେ ଅଛନ୍ତି । ସୁନୀତା ଏବେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନର ପ୍ରତିନିଧିତ୍ବ କରୁଛନ୍ତି । ଏବେ ସେ କିଛି ଗବେଷଣା କରୁଥିବା ବେଳେ ଆସନ୍ତା ବର୍ଷ ଫେବୃଆରୀରେ ପୃଥିବୀକୁ ଫେରିବେ ।

ଏହା ବି ପଢନ୍ତୁ

SpaceX କ୍ୟାପସୁଲକୁ ମହାକାଶରେ ସ୍ବାଗତ କଲେ ସୁନୀତା; 2025ରେ ପୃଥିବୀ ଫେରିବେ

ଘରକୁ ଫେରିବେ ମହାକାଶଚାରୀ ସୁନୀତା; ଲଞ୍ଚ ହେଲା Crew-9 ମିଶନ

2025ରେ ମହାକାଶରୁ ଫେରିବେ ସୁନୀତା; 8 ଦିନ ପାଇଁ ଯାଇଥିଲେ, 8 ମାସ ପର୍ଯ୍ୟନ୍ତ କେମିତି ବଞ୍ଚିବେ !

Crew-9 ଡ୍ରାଗନରେ ପୃଥିବୀ ଫେରିବେ ସୁନୀତା ୱିଲିୟମ୍ସ ଓ ୱିଲମୋର:-

ବୋଇଙ୍ଗ ଷ୍ଟାରଲାଇନର ସ୍ପେଶକ୍ରାଫ୍ଟରେ ମହାକାଶକୁ ଚଳିତ ବର୍ଷ ଜୁନ 6 ତାରିଖରେ ସୁନୀତା ୱିଲିୟମ୍ସ ଓ ସାଥୀ ମହାକାଶଚାରୀ ବ୍ୟାରି ୱିଲମୋର ଗସ୍ତ କରିଥିଲେ । 8ଦିନ ପାଇଁ ଉଭୟ ଯାଇଥିଲେ । ମାତ୍ର ବୋଇଙ୍ଗ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଭୟ ସୁରକ୍ଷା ଦୃଷ୍ଟିରୁ ମହାକାଶରେ ସ୍ଥାପିତ ହୋଇଥିବା ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରେ ଅଛନ୍ତି । ସେମାନେ ଆସନ୍ତା ବର୍ଷ 2025 ଫେବୃଆରୀରେ ପୃଥିବୀ ପ୍ରତ୍ୟାବର୍ତ୍ତନ କରିବେ ।

ସୁନୀତାଙ୍କୁ ଆଣିବାକୁ ଯାଇଛି କ୍ରୁ-9 ଡ୍ରାଗନ:-

ନାନା ବାଧାବିଘ୍ନ ପରେ ଶେଷରେ ଲଞ୍ଚ ହୋଇଛି ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ରେସ୍କ୍ୟୁ ମିଶନ । ଯାହାର ନାମ ରଖାଯାଇଛି କ୍ରୁ-9 ମିଶନ (Crew-9) । ଫ୍ଲୋରିଡାର କାପେ କାନଭେରାଲ ସ୍ପେଶ ଫୋର୍ସ ଷ୍ଟେସନରୁ ସେପ୍ଟେମ୍ବର 28ରୁ ଭାରତୀୟ ସମୟ ରାତି ପ୍ରାୟ 10ଟା 47 ମିନିଟରେ ଏହି ରେସ୍କ୍ୟୁ ମିଶନ ଲଞ୍ଚ କରାଯାଇଛି । ଗତ ସେପ୍ଟେମ୍ବର 26 ତାରିଖରେ ଏହି ମିଶନ ଲଞ୍ଚ ହେବାର ଥିଲା । ମାତ୍ର ହରିକେନ ହେଲିନ ଯୋଗୁଁ ଏହାକୁ ସେପ୍ଟେମ୍ବର 28କୁ ଘୁଞ୍ଚାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.