ETV Bharat / technology

2026ରେ ଆସିପାରେ Samsungର ପ୍ରଥମ ଟ୍ରାଇ-ଫୋଲ୍ଡ ଫୋନ - SAMSUNG TRI FOLD SMARTPHONE LAUNCH

ସାମସଙ୍ଗ ଏହାର ପ୍ରଥମ ଟ୍ରାଇ ଫୋଲ୍ଡିଂ ସ୍ମାର୍ଟଫୋନକୁ 2026ରେ ଲଞ୍ଚ କରିପାରେ । ସେହି ବର୍ଷ ଆପଲ୍‌ ମଧ୍ୟ ଆଣିପାରେ ପ୍ରଥମ ଫୋଲ୍ଡେବଲ iPhone । ଅଧିକ ପଢନ୍ତୁ

Samsung
Samsung (File Photo)
author img

By ETV Bharat Tech Team

Published : Dec 7, 2024, 8:57 AM IST

ହାଇଦ୍ରାବାଦ: ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ଟ୍ରାଇ ଫୋଲ୍ଡେବଲ ସ୍ମାର୍ଟଫୋନ ଉପରେ କାମ କରୁଛି ବୋଲି ବହୁ ଦିନରୁ ଚର୍ଚ୍ଚା ହେଉଛି । ଏବେ ଏକ ନୂଆ ରିପୋର୍ଟ ଅନୁସାରେ କମ୍ପାନୀ 2026ରେ ଏହାର ପ୍ରଥମ ତିନି ଭାଙ୍ଗିଆ ବା ଟ୍ରାଇ ଫୋଲ୍ଡେବଲ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ Galaxy Z Fold 7 ଓ Galaxy Z Flip 7 ସ୍ମାର୍ଟଫୋନ ଲଞ୍ଚ ପରେ ଟ୍ରାଇ ଫୋଲ୍ଡେବଲ ଫୋନକୁ ଲଞ୍ଚ କରିବ ।

2025ର ଦ୍ବିତୀୟାର୍ଦ୍ଧରେ କମ୍ପାନୀ Galaxy Z Fold 7 ଓ Galaxy Z Flip 7 ସ୍ମାର୍ଟଫୋନକୁ ଲଞ୍ଚ କରିବାକୁ ଯୋଜନା କରୁଛି । ଉଭୟ ସ୍ମାର୍ଟଫୋନ ବଡ଼ ଡିସପ୍ଲେ ସହିତ ଆସିବ । ଏହାସହିତ କମ୍ପାନୀ Samsung Galaxy Z Flip 6 FEକୁ ଅଧିକ ସୁଲଭ ମୂଲ୍ୟରେ ଉପଲବ୍ଧ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି । ସାମସଙ୍ଗ ଟ୍ରାଇ ଫୋଲ୍ଡେବଲ ସ୍ମାର୍ଟଫୋନ ସମ୍ପର୍କରେ ଏତେଟା ସୂଚନା ଦେଇନି । କିନ୍ତୁ ପୁରୁଣା ରିପୋର୍ଟକୁ ଦେଖିଲେ ଏହା ପ୍ରାୟ 9-10 ଇଞ୍ଚ ଡିସପ୍ଲେ ସହିତ ଆସିବ ।

କାହାକୁ ଦେବ ଟକ୍କର ?

ସାମସଙ୍ଗର ପ୍ରଥମ ଟ୍ରାଇ ଫୋଲ୍ଡେବଲ ସ୍ମାର୍ଟଫୋନ ବିଶ୍ବର ପ୍ରଥମ ଟ୍ରାଇ ଫୋଲ୍ଡିଂ ସ୍ମାର୍ଟଫୋନ ବା ଚାଇନିଜ କମ୍ପାନୀ Huaweiର Huawei Mate XT Ultimateକୁ ଟକ୍କର ଦେବ । ହୁୱେଇର ଟ୍ରାଇ ଫୋଲ୍ଡେବଲ ଫୋନ ଚୀନରେ ଲଞ୍ଚ ହୋଇଥିବା ବେଳେ ଅନ୍ୟ ଦେଶରେ ଉପଲବ୍ଧ ନାହିଁ ।

ଏହା ବି ପଢନ୍ତୁ
  1. 2026ରେ ଆପଲ୍‌ ଆଣିପାରେ ପ୍ରଥମ ଫୋଲ୍ଡେବଲ ଆଇଫୋନ୍‌
  2. Tri Foldable smartphone: 3 ଫୋଲ୍ଡେବଲ ଫୋନ ଆଣୁଛି ଏହି କମ୍ପାନୀ, ବିଶ୍ବରେ ପ୍ରଥମ

2026ରେ ଆସିପାରେ ଫୋଲ୍ଡେବଲ iPhone:-

ଅନ୍ୟ କିଛି ଲିକ୍‌ ହୋଇଥିବା ତଥ୍ୟ ଅନୁସାରେ, ଦୁନିଆର ଅନ୍ୟତମ ବୃହତ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Apple ଏହାର ପ୍ରଥମ ଫୋଲ୍ଡେବଲ iPhone ଆଣିବାକୁ ଯୋଜନା କରୁଛି । 2026 ଦ୍ବିତୀୟାର୍ଦ୍ଧରେ କମ୍ପାନୀ ଏହାକୁ ଲଞ୍ଚ କରିପାରେ । ଏହା ଫ୍ଲିପ ଷ୍ଟାଇଲ ଡିଜାଇନ ସହିତ ଆସିବ ଏବଂ ଏଥିରେ ଆପଲ୍‌ ଇଣ୍ଟେଲିଜେନ୍ସ ଫିଚର ରହିବ ।

ଆଶା କରାଯାଉଛି ଆପଲ୍‌ର ଫୋଲ୍ଡେବଲ ଆଇଫୋନ ଆସିବା ପରେ ବିଶ୍ବର ଫୋଲ୍ଡେବଲ ସ୍ମାର୍ଟଫୋନ ମାର୍କେଟକୁ ଡୋଜ୍‌ ମିଳିବ । Fold iPhone ଏହି ସେକ୍ଟର ଲାଗି ବୁଷ୍ଟର ଡୋଜ ସାଜିପାରେ । କାରଣ ନିକଟରେ ଏହି ମାର୍କେଟ ଧିମା ପଡ଼ିଛି । ଯୁବପିଢିଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ମଧ୍ୟରେ ଆଇଫୋନକୁ ନେଇ କ୍ରେଜ୍‌ ଥିବାରୁ ଫୋଲ୍ଡେବଲ ଆଇଫୋନ ସଫଳତା ହାସଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.