ETV Bharat / technology

Safety Precautions: LPG ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିଲେ ସାବଧାନ ! ସତର୍କ ନହେଲେ ହେବେ ଅଘଟଣର ଶିକାର - LPG Gas Cylinder Safety Precautions

author img

By ETV Bharat Tech Team

Published : Sep 6, 2024, 1:19 PM IST

LPG Gas Cylinder Safety Precautions: ଏବେ ସମସ୍ତେ ନିଜ ଘରେ ରୋଷେଇ ପାଇଁ ଏଲପିଜି ଗ୍ୟାସ ସିଲିଣ୍ଡରର ବ୍ୟବହାର କରୁଛନ୍ତି । ଅନେକ ସମୟରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଖବର ଆସିଥାଏ । ଫଳରେ ଗ୍ୟାସ ସିଲିଣ୍ଡରରେ ରୋଷେଇ କରିବାକୁ ମହିଳା ଭୟଭୀତ ହୋଇପଡ଼ନ୍ତି । ଯଦି ଆପଣ ସତର୍କତା ଅବଲମ୍ବନ କରନ୍ତି ତେବେ ଏପରି ଅଘଟଣରୁ ବର୍ତ୍ତିପାରିବେ । ଆସନ୍ତୁ ଏ ସମ୍ପର୍କରେ ଜାଣିବା...

LPG Gas Cylinder Safety Precautions
LPG Gas Cylinder Safety Precautions (ETV Bharat Tech Team)

ହାଇଦ୍ରାବାଦ: ବର୍ତ୍ତମାନ ରୋଷେଇ ପାଇଁ ପ୍ରାୟ ସମସ୍ତଙ୍କ ଘରେ ଏଲପିଜି ଗ୍ୟାସ ସିଲିଣ୍ଡରର ବ୍ୟବହାର ହେଉଛି । ଏହା ବ୍ୟବହାରଯୋଗ୍ୟ ହେଲେ ମଧ୍ୟ ବିପଦପୂର୍ଣ୍ଣ । ଆପଣ ଗ୍ୟାସ ବ୍ୟବହାର କରୁଥିଲେ ଏ ସମ୍ପର୍କରେ ଜ୍ଞାନ ରଖିବା ମଧ୍ୟ ଆବଶ୍ୟକ । ନଚେତ ଆପଣ ମଧ୍ୟ ଦୁର୍ଭାଗ୍ୟବଶତଃ କୌଣସି ବଡ଼ ଅଘଟଣର ଶିକାର ହୋଇପାରନ୍ତି । ଏଣୁ ସିଲିଣ୍ଡର ବ୍ୟବହାର କରୁଥିଲେ କଣ ସବୁ ସତର୍କତା ଅବଲମ୍ବନ କରିବା ଉଚିତ ସେ ସମ୍ପର୍କରେ ନିମ୍ନରେ ଜାଣନ୍ତୁ ।

କେମିତି ରହିବେ ସତର୍କ ?

  • କେବଳ ISI ମାର୍କ ହୋଇଥିବା LPG ଗ୍ୟାସ ବ୍ୟବହାର କରନ୍ତୁ ।
  • ଯେତେବେଳେ ଆପଣଙ୍କ ଘରେ ଗ୍ୟାସ ସିଲିଣ୍ଡର ଡେଲିଭର ହେଉଛି, ଏହାପରେ ସିଲିଣ୍ଡର ଭଲ ଭାବେ ସିଲ୍‌ ହୋଇଛି କି ନାହିଁ ତାହାକୁ ଯାଞ୍ଚ କରନ୍ତୁ ।
  • ସର୍ବଦା ସିଲିଣ୍ଡରକୁ ଭେଣ୍ଟିଲେଟେଡ ସ୍ଥାନରେ ରଖନ୍ତୁ ।
  • ଯଦି ଆପଣ ସିଲିଣ୍ଡରକୁ ଭଲ ଭାବେ ଫିଟ୍‌ କରିପାରୁନାହାନ୍ତି, ତେବେ ଏଥିଲାଗି ସର୍ଭିସ ମ୍ୟାନ ବା ଡେଲିଭରି ମ୍ୟାନଙ୍କ ସାହାଯ୍ୟ ନିଅନ୍ତୁ ।
  • ଏହା ନିଶ୍ଚିତ କରନ୍ତୁ ଯେପରି ସିଲିଣ୍ଡର ନିକଟରେ କିରୋସିନ, ପେଟ୍ରୋଲ ଆଦି ନଥିବ ।
  • ଗ୍ୟାସ ସିଲିଣ୍ଡର ରଖାଯାଇଥିବା ସ୍ଥାନରେ ଗ୍ୟାସ ଡିଟେକ୍ଟର ରଖନ୍ତୁ । ଯଦି ଗ୍ୟାସ ଲିକ୍‌ ହୁଏ ତେବେ ଏହା ଆପଣଙ୍କୁ ସତର୍କ କରାଇଦେବ ।
  • ରୋଷେଇ ପରେ ତୁରନ୍ତ ଗ୍ୟାସ ସିଲିଣ୍ଡରକୁ ଅଫ୍‌ କରନ୍ତୁ । ଏହାସହିତ ରାତିରେ ଶୋଇବାକୁ ଯିବା ପୂର୍ବରୁ କିମ୍ବା ଘର ବାହାରକୁ ଗଲେ ଗ୍ୟାସ ସିଲିଣ୍ଡର ଅଫ୍‌ ଅଛି କି ନାହିଁ ତାହା ଯାଞ୍ଚ କରନ୍ତୁ ।
  • ଗ୍ୟାସ ଲିକେଜ ଭଳି ସମସ୍ୟାକୁ ଏଡ଼ାଇବା ଲାଗି ପ୍ରତିଦିନ ଏଲପିଜି କନେକ୍ସନକୁ ଯାଞ୍ଚ କରନ୍ତୁ ।
  • ରୋଷେଇ ଘର ଓ ଏଲପିଜି ଗ୍ୟାସ ସିଲିଣ୍ଡରଠାରୁ ଛୋଟ ପିଲାଙ୍କୁ ଦୂରେଇ ରଖନ୍ତୁ ।
  • ଯଦି ଗ୍ୟାସ ଲିକ୍‌ ହେଉଥିବା ଆପଣ ଜାଣିବାକୁ ପାଇଲେ ତେବେ ତୁରନ୍ତ ଘରର କବାଟ ଓ ଝରକା ଖୋଲି ଦିଅନ୍ତୁ । ଯାହାଦ୍ବାରା ଗ୍ୟାସଗୁଡ଼ିକ ବାହାରକୁ ଚାଲିଯିବ ।

କୌଣସି ଡେଲିଭରି ଚାର୍ଜ ଦିଅନ୍ତୁ ନାହିଁ:-

  • LPG ସିଲିଣ୍ଡର ଆପଣଙ୍କ ଘରକୁ ଆସିବା ଲାଗି କୌଣସି ଡେଲିଭରି ଚାର୍ଜ ଦେବା ଆବଶ୍ୟକ ନାହିଁ । ଏ ସମ୍ପର୍କରେ HPCL ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି ।
  • କେବଳ ଅଧିକ ମହଲା କୋଠା କିମ୍ବା ଆପାର୍ଟମେଣ୍ଟସ ପାଇଁ ଏହା ଉପଯୁକ୍ତ ।
  • ଯଦି ଡେଲିଭରି ମ୍ୟାନ ଆପଣଙ୍କୁ ଟଙ୍କା ମାଗୁଛନ୍ତି, ତେବେ ଗ୍ରାହକ ଏ ନେଇ ମନା କରିବାର ଅଧିକାର ରଖନ୍ତି ।
  • ନିକଟରେ ହାଇଦ୍ରାବାଦ ନିବାସୀ କରିମ ଅନସାରୀ ଏ ନେଇ HPCL ବିରୋଧରେ RTI ପିଟିସନ ଦାଖଲ କରିଥିଲେ ।
  • ଏହାପରେ HPCL ପକ୍ଷରୁ ଅତିରିକ୍ତ ଚାର୍ଜ ଦେବା ଲାଗି ବାରଣ କରାଯାଇଥିଲା । ଯଦି ଡେଲିଭରି ବଏ ଅତିରିକ୍ତ ଟଙ୍କା ମାଗୁଛନ୍ତି ତେବେ ଗ୍ରାହକ ଏଥିଲାଗି ମନା କରିପାରିବେ ବୋଲି କହିଥିଲା ଏଚପିସିଏଲ ।

ପଢନ୍ତୁ ଅନ୍ୟ କିଛି ଖବର

Save Electricity Save Money: ଆଉ ଆସିବନି ଅଧିକ ବିଦ୍ୟୁତ ବିଲ୍‌; ଫଲୋ କରନ୍ତୁ ଏହି ଟିପ୍ସ

ବାରମ୍ବାର ଆପଣଙ୍କ ଫୋନ ହିଟ୍‌ ହୋଇଯାଉଛି କି ? ଶୀଘ୍ର କରନ୍ତୁ ଏହି ସେଟିଂ, ନଚେତ ଘଟିପାରେ ଅଘଟଣ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.