ETV Bharat / technology

Royal Enfield Bear 650ର ଖୁଲାସା; ଜାଣନ୍ତୁ କେବେ ଲଞ୍ଚ - ROYAL ENFIELD BEAR 650

ମାର୍କେଟକୁ ଖୁବଶୀଘ୍ର ଆସୁଛି ରୟାଲ ଏନଫିଲ୍ଡର ଏକ ଦମଦାର ବାଇକ୍‌ । ଏହାର ଡିଜାଇନରୁ ଖୁଲାସା ହୋଇଥିବା ବେଳେ ଜାଣନ୍ତୁ କେବେ ହେବ ଲଞ୍ଚ ?

Royal Enfield Bear 650
Royal Enfield Bear 650 (Photo- Royal Enfield)
author img

By ETV Bharat Tech Team

Published : Oct 29, 2024, 3:48 PM IST

ହାଇଦ୍ରାବାଦ: ଦୀର୍ଘ ସମୟର ଅପେକ୍ଷା ପରେ Royal Enfield EICMA 2024ର ଲଞ୍ଚ ପୂର୍ବରୁ ନିଜର ନୂଆ Royal Enfield Bear 650ର ଖୁଲାସା କରିଛି । Interceptor 650, Continental GT 650, Super Meteor 650 ଓ Shotgun 650ର ପରେ Bear 650ଟ୍ବିନ ପ୍ଲାଟଫର୍ମ ଉପରେ ଆଧାରାତି କମ୍ପାନୀର 650cc ମୋଟର ସାଇକେଲ ହେବାକୁ ଯାଉଛି । ତେବେ ଏହା କେବେ ଭାରତୀୟ ବଜାରରେ ଲଞ୍ଚ ହେବା ଜାଣନ୍ତୁ ।

Royal Enfield Bear 650
Royal Enfield Bear 650 (Photo- Royal Enfield)

କମ୍ପାନୀର ଏହି ନୂଆ ବାଇକ ସ୍କ୍ରେମ୍ବଲର ଆଧାରିତ ଡିଜାଇନ । ଏହା ଅନେକ ନୂଆ ଫିଚର ଓ ପ୍ରିମିୟମ ଯାନ୍ତ୍ରିକ ଉପାଦାନ ସହିତ ଆସିଛି । ରୟାଲ ଏନଫିଲ୍ଡ ନଭେମ୍ବର 5ରେ ଆଗାମୀ EICMA 2024ରେ ବିଅର 650 ବାଇକର ଦାମ ନେଇ ଘୋଷଣା କରିବ ।

Royal Enfield Bear 650ର ଡିଜାଇନ:-

ଷ୍ଟାଇଲିଂ ଦୃଷ୍ଟିରୁ ବିଅର-650 ଇଣ୍ଟରସେପ୍ଟର 650 ଅପେକ୍ଷା ବହୁତ ହାଲୁକା ଏବଂ କୁଲ୍‌ ଲୁକ ଦେଉଛି । ଏହି ବାଇକର ପେଣ୍ଟ ସ୍କିମ୍ ଏବଂ ଟାୟାର ପାଇଁ ହୋଇଛି । ପାର୍ଶ୍ବ ପ୍ୟାନେଲଗୁଡିକରେ ସ୍କ୍ରାମବ୍ଲର୍ ଷ୍ଟାଇଲ୍ ସିଟ୍ ଏବଂ ନମ୍ବର ବୋର୍ଡ ଏକ ସୁନ୍ଦର ଲୁକ୍‌ ଦେଉଛି । ବାଇକରେ ମିଳୁଥିବା ଲାଇଟ୍ ସଂପୂର୍ଣ୍ଣ ଏଲଇଡି ଏବଂ ଚକ ଆକାର ଅଲଗା ରହିଛି ।

ଏହା ବି ପଢନ୍ତୁ
  1. ରୟାଲ ଏନଫିଲ୍ଡ କ୍ଲାସିକ 350 ବାଇକ୍‌ କିଣିବେ କି ? ଜାଣିନିଅନ୍ତୁ ଏହି 5ଟି କଥା
  2. ଲଞ୍ଚ ହେବ Royal Enfieldର ନୂଆ ବାଇକ୍‌; କରନ୍ତୁ ବୁକିଂ, ରହିଛି ଦମଦାର ଫିଚର୍ସ
  3. ପାର୍ବଣ ଋତୁରେ Tata Curvv EV କିଣିବାକୁ ଚାହୁଁଛନ୍ତି ? ଜାଣନ୍ତୁ କେଉଁ ଭାରିଏଣ୍ଟରେ କଣ ଫିଚର

ଏହି ବାଇକର ସ୍ପୋକ ହ୍ବିଲ ସହିତ ନୂତନ MRF ନାଇଲୋରକ୍ସ ଅଫ-ରୋଡ ଟାୟାର ଲଗାଯାଇଛି । ବାଇକ୍ ଟ୍ୟୁବଲେସ୍ ସ୍ପୋକ୍ ଚକଗୁଡିକୁ ଦିଆଯାଇନାହିଁ । ବିଅର-650ର ସସପେନ୍ସସନ ଟ୍ରାଭେଲ ଇଣ୍ଟରସେପ୍ଟରଠାରୁ ଅଧିକ ଏବଂ ଫଳସ୍ବରୂପ ସିଟର ଉଚ୍ଚତା ବୃଦ୍ଧି ପାଇଛି । ଏଥିରେ ଡୁଆଲ ଚ୍ୟାନେଲ ଏବିଏସ (ଆଣ୍ଟି-ଲକିଂ ବ୍ରେକିଂ ସିଷ୍ଟମ )ରହିଛି ଓ ଅଫ-ରୋଡ ରାଇଡିଂ ଲାଗି ରିଅର ABSକୁ ବନ୍ଦ କରାଯାଇପାରିବ । ଏଥିରେ ଇନବିଲ୍‌ଟ ନାଭିଗେସନ ସିଷ୍ଟମ ସହିତ TFT ସ୍କ୍ରିନ ଦିଆଯାଇଛି ।

Royal Enfield Bear 650ର ଇଞ୍ଜିନ କିପରି ?

ବିଅର-650 କମ୍ପାନୀର ବିଦ୍ୟମାନ 650cc ସମାନ୍ତରାଳ-ଟ୍ବିନ୍ ଇଞ୍ଜିନ୍ ଦ୍ବାରା ଚାଳିତ, ଯାହା ସର୍ବାଧିକ 47bhp ଶକ୍ତି ଏବଂ ସର୍ବାଧିକ ଟର୍କ 57 ନ୍ୟୁଟନ୍ ମିଟର ଉତ୍ପାଦନ କରିଥାଏ । ଏହା ଇଣ୍ଟରସେପ୍ଟର 650 ବାଇକ୍‌ଠାରୁ 5Nm ଅଧିକ । ଏଥିରେ ଏକ ନୂତନ ଟୁ-ଇନଟୁ ସିଷ୍ଟମ ବ୍ୟବହୃତ ହୋଇଛି, ଯେଉଁ କାରଣରୁ ବାଇକର ଓଜନ ସାମାନ୍ୟ ହ୍ରାସ ପାଇଛି । ଇଞ୍ଜିନ ପୂର୍ବ ପରି 6-ସ୍ପିଡ୍ ଗିଅରବକ୍ସ ସହିତ ଡିଜାଇନ ହୋଇଛି ।

କଲର ଅପସନ:- ରୟାଲ ଏନଫିଲ୍ଡ ବିଅର 650କୁ କମ୍ପାନୀ ମୋଟ 5ଟି ରଙ୍ଗ ସହିତ ଲଞ୍ଚ କରିବାକୁ ଯାଉଛି । ଯେଉଁଥିରେ ପ୍ରତ୍ୟେକ ରଙ୍ଗ ଅନୁଯାୟୀ ଦାମ ମଧ୍ୟ ଅଲଗା ରହିଛି । ରୟାଲ ଏନଫିଲ୍ଡ ଏହି ବାଇକକୁ ଆସନ୍ତା ନଭେମ୍ବର 5 ତାରିଖରେ ଲଞ୍ଚ କରିବ ଓ ଏହାର ଦାମ ସେହି ଦିନ ହିଁ ଜଣାପଡ଼ିବ । ଏବେ ଏହାର ବୁକିଂ ମଧ୍ୟ ଆରମ୍ଭ ହୋଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.