ETV Bharat / technology

Jio ଓ Airtel ୟୁଜର୍ସଙ୍କୁ ଝଟକା, ଏତିକି ଟଙ୍କା ମହଙ୍ଗା ହେଲା ମୋବାଇଲ ରିଚାର୍ଜ - Jio And Airtel Tariff Hike

author img

By ETV Bharat Odisha Team

Published : Jun 28, 2024, 1:51 PM IST

Updated : Jun 28, 2024, 1:57 PM IST

Jio And Airtel New Plans: ଟେଲିକମ୍ ଅପରେଟର କମ୍ପାନୀ ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ମୋବାଇଲ ୟୁଜର୍ସଙ୍କୁ ବଡ଼ ଝଟକା । ଉଭୟ କମ୍ପାନୀ ବର୍ତ୍ତମାନ ନିଜର ଟାରିଫ ପ୍ଲାନ ମୂଲ୍ୟ ବଢାଇ ଦେଇଛନ୍ତି । ଏହା ଅର୍ଥ ଏହି ଦୁଇ କମ୍ପାନୀ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏବେ ମୋବାଇଲ୍ ରିଚାର୍ଜର ମୂଲ୍ୟ ବୃଦ୍ଧି କରାଯାଇଛି । ତେବେ Jio ଓ Airtelର ନୂଆ ପ୍ଲାନ କ'ଣ, ରିଚାର୍ଜ ମୂଲ୍ୟ କେତେ ବୃଦ୍ଧି କରାଯାଇଛି ଏବଂ ଏହା କେବେ ଠାରୁ ଲାଗୁ ହେବ ? ଜାଣନ୍ତୁ

Jio ଓ Airtel ମୋବାଇଲ ୟୁଜର୍ସଙ୍କୁ ଝଟକା ! ରିଚାର୍ଜ ଦାମ ବଢାଇଲେ ଉଭୟ କମ୍ପାନୀ
Jio ଓ Airtel ମୋବାଇଲ ୟୁଜର୍ସଙ୍କୁ ଝଟକା ! ରିଚାର୍ଜ ଦାମ ବଢାଇଲେ ଉଭୟ କମ୍ପାନୀ (ETV Bharat Odisha)

ହାଇଦ୍ରାବାଦ: ମୋବାଇଲ ୟୁଜର୍ସଙ୍କୁ ବଡ଼ ଝଟକା । ଟେଲିକମ୍ ଅପରେଟର କମ୍ପାନୀ ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ଗ୍ରାହକଙ୍କୁ ବଡ଼ ଝଟକା । ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ନିଜର ଟାରିଫ ପ୍ଲାନ ମୂଲ୍ୟ ବଢାଇ ଦେଇଛନ୍ତି । ଗ୍ରାହକଙ୍କ ପାଇଁ ଏବେ ମୋବାଇଲ୍ ରିଚାର୍ଜର ମୂଲ୍ୟ ବୃଦ୍ଧି କରିଛି ଜିଓ ଏବଂ ଏୟାରଟେଲ । ଏନେଇ ଆସନ୍ତା ମାସରୁ ଜିଓ ଏବଂ ଏୟାରଟେଲର ନୂଆ ଯୋଜନା ଲାଗୁ କରାଯିବ ବୋଲି ଜଣାପଡିଛି । ଅର୍ଥାତ୍ ଜୁଲାଇ ୩ରୁ ଜିଓ ଏବଂ ଏୟାରଟେଲ ନିଜ ନୂଆ ପ୍ଲାନ ଗ୍ରାହକଙ୍କୁ ପାଇଁ ଲାଗୁ କରିବ । ଜିଓ ମୋବାଇଲ୍ ସେବା 12 ରୁ 27 ପ୍ରତିଶତକୁ ବୃଦ୍ଧି ପାଇବାକୁ ଥିବାବେଳେ ଏୟାରଟେଲ ସେବା ୧୦ରୁ ୨୧ ପ୍ରତିଶତ ବୃଦ୍ଧି ନେଇ ଘୋଷଣା କରାଯାଇଛି । ଫଳରେ ଉଭୟ ଜିଓ ଏବଂ ଏୟାରଟେଲର ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ମୋବାଇଲ ରିଚାର୍ଜ ପ୍ଲାନ ମହଙ୍ଗା ହେବ ।

Airtel ନୂଆ ପ୍ଲାନ
Airtel ନୂଆ ପ୍ଲାନ (ETV Bharat Odisha)
Jio ନୂଆ ପ୍ଲାନ
Jio ନୂଆ ପ୍ଲାନ (ETV Bharat Odisha)

ଜିଓ ପ୍ଲାନ କେତେ ମହଙ୍ଗା ହୋଇଛି ?

ରିଲାଏନ୍ସ ଜିଓର ମୂଳ ପ୍ଲାନ ୧୫୫ ଟଙ୍କା ଥିଲା ଏବଂ ଏହା ବୈଧତା ୨୮ ଦିନ ଥିଲା । ଯାହାର ମୂଲ୍ୟ ବର୍ତ୍ତମାନ ୧୮୯ ଟଙ୍କାକୁ ବୃଦ୍ଧି ପାଇଛି । ଦ୍ୱିତୀୟ ପ୍ଲାନ ୨୦୯ ଟଙ୍କା ଥିଲା ଯାହା ୨୪୯ ଟଙ୍କାକୁ ବୃଦ୍ଧି ପାଇଛି । ଏହି ପ୍ଲାନଗୁଡିକର ଡାଟା ଲାଭରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହାସହ ୨୩୯ ଟଙ୍କା ପ୍ଲାନର ମୂଲ୍ୟ ଯାହା ଅସୀମିତ 5G ଡାଟା ପ୍ରଦାନ କରେ ୨୯୯ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ଯୋଜନାରେ, ୟୁଜର୍ସମାନେ କେବଳ ୨୮ ଦିନ ପାଇଁ ଲାଭ ଉଠାଇପାରିବେ ।

ଏୟାରଟେଲ ପ୍ଲାନ କେତେ ମହଙ୍ଗା ହୋଇଛି?

ଏୟାରଟେଲ ପ୍ଲାନ 10-21% ବୃଦ୍ଧି କରିଛି । ନୂତନ ପ୍ଲାନ ଅନୁଯାୟୀ ୧୭୯ ଟଙ୍କିଆ ପ୍ଲାନ ବର୍ତ୍ତମାନ ୧୯୯ ଟଙ୍କାରେ ଉପଲବ୍ଧ ହେବ । ପ୍ରିପେଡ୍ ଶୁଳ୍କ ଦିନକୁ ହାରାହାରି ୭୦ ପଇସାରୁ ବୃଦ୍ଧି ପାଇଛି । ପୋଷ୍ଟପେଡ୍ ଯୋଜନାଗୁଡିକ 10-20% ବୃଦ୍ଧି ପାଇଛି । ୩୯୯ ଟଙ୍କା ପୋଷ୍ଟପେଡ୍ ପ୍ଲାନ ବର୍ତ୍ତମାନ ୪୪୯ ଟଙ୍କାରେ ଉପଲବ୍ଧ ହେବ । ବର୍ଦ୍ଧିତ ହାର ଜୁଲାଇ ୩ରୁ ଲାଗୁ ହେବ ।

ଏହା ମଧ୍ୟ ପଢନ୍ତୁ: ଆପଣଙ୍କ ଆଣ୍ଡ୍ରୋଏଡ ଫୋନ ସ୍ଲୋ ଚାଲୁଛି କି ? ଏହି ଉପାୟ କଲେ ପୁଣି ନୂଆ ଫୋନ ଭଳି କାର୍ଯ୍ୟ କରିବ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 28, 2024, 1:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.