ETV Bharat / technology

ବିମାନ ଯାତ୍ରା ବେଳେ ଆଉ ହେବେନି ବୋର୍‌; କରିପାରିବେ ହାଇସ୍ପିଡ ଇଣ୍ଟରନେଟର ବ୍ୟବହାର

କତାର ଏୟାରୱେଜ ଦୁନିଆର ପ୍ରଥମ ବୋଇଙ୍ଗ 777 ଷ୍ଟାରଲିଙ୍କ-ସଜ୍ଜିତ ବିମାନର ଲଞ୍ଚ କରିଛି । ଫଳରେ ବିମାନ ଯାତ୍ରା ସମୟରେ ବି ଆପଣ ହାଇସ୍ପିଡ ଇଣ୍ଟରନେଟର ବ୍ୟବହାର କରିପାରିବେ । ଅଧିକ ପଢନ୍ତୁ

World's first Boeing 777 Starlink equipped flight
World's first Boeing 777 Starlink equipped flight (Photo- Qatar Airways)
author img

By ETV Bharat Tech Team

Published : 2 hours ago

ହାଇଦ୍ରାବାଦ: ଚଳିତ ବର୍ଷ ପ୍ରାରମ୍ଭରେ ଘୋଷଣା ପରେ କତାର ଏୟାରୱେଜ୍ ଦୁନିଆର ପ୍ରଥମ ବୋଇଙ୍ଗ 777 ଷ୍ଟାରଲିଙ୍କ(ପୋର୍ଟେବଲ ସାଟେଲାଇଟ ଇଣ୍ଟରନେଟ) ସଜ୍ଜିତ ବିମାନର ଲଞ୍ଚ କରିଛି । ଯାହାକି ଦୋହାରୁ ଲଣ୍ଡନ ଅଭିମୁଖେ ଗସ୍ତ କରିଛି । ଏଣିକି ଆପଣ ବିମାନ ଯାତ୍ରା ସମୟରେ ମଧ୍ୟ ହାଇସ୍ପିଡ ଇଣ୍ଟରନେଟର ବ୍ୟବହାର କରିପାରିବେ । ନିଜ ପ୍ରିୟଜନଙ୍କ ସହ ଭିଡିଓ ବାର୍ତ୍ତାଳାପଠାରୁ ଆରମ୍ଭ କରି ସୋସିଆଲ ମିଡିଆ ଚଲାଇପାରିବେ । ବିମାନ ଯାତ୍ରା ସମୟରେ ଇଣ୍ଟରନେଟ ଚାଲୁନଥିବାରୁ ଅନେକ ବିଭିନ୍ନ ଜରୁରୀ କାର୍ଯ୍ୟ କରିବାରୁ ବଞ୍ଚିତ ହୁଅନ୍ତି ।

ବିମାନରେ ଇଣ୍ଟରନେଟର ମଜା:-

ସ୍ପେସଏକ୍ସ (SpaceX) ଦ୍ବାରା ପରିଚାଳିତ 'ଷ୍ଟାରଲିଙ୍କ' ହେଉଛି ବିଶ୍ବର ସର୍ବ ବୃହତ ସାଟେଲାଇଟ ଯାହାକି 35,000 ଫୁଟ ଉଚ୍ଚରେ ହାଇସ୍ପିଡ ଇଣ୍ଟରନେଟ୍ ସଂଯୋଗ ପ୍ରଦାନ କରିଥାଏ । ଯାତ୍ରୀମାନେ ବର୍ତ୍ତମାନ ପ୍ରିୟଜନଙ୍କ ସହ ଭିଡିଓ କଲରେ ଯୋଡ଼ି ହୋଇପାବେ, ସେମାନଙ୍କର ପ୍ରିୟ ମନୋରଞ୍ଜନ କାର୍ଯ୍ୟକ୍ରମ ଅନଲାଇନ ଦେଖିପାରିବେ, ଲାଇଭ୍ ଖେଳ ଦେଖିପାରିବେ, ଅନଲାଇନ ଗେମ୍ ଖେଳିପାରିବେ ଏବଂ ବିଭିନ୍ନ ଜରୁରୀ କାର୍ଯ୍ୟ ଆକାଶରେ ଉଡ଼ି ଉଡ଼ି କରିପାରିବେ । ଷ୍ଟାରଲିଙ୍କର ଉନ୍ନତ ସାଟେଲାଇଟ ଟେକ୍ନୋଲୋଜି ୱାଇ-ଫାଇ ସିଗନାଲ୍ ଦ୍ବାରା ପୂର୍ବରୁ ଉପଲବ୍ଧ ହୋଇନଥିବା ଦୂର ସ୍ଥାନଗୁଡିକରେ ମଧ୍ୟ ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ପ୍ରବେଶ ସୁନିଶ୍ଚିତ କରିବ ।

ପ୍ରଥମ ଷ୍ଟାରଲିଙ୍କ୍-ସଜ୍ଜିତ ବିମାନର ଶୁଭାରମ୍ଭ ସହିତ କତାର ଏୟାରୱେଜ୍ ଅନେକ କୀର୍ତ୍ତିମାନ ହାସଲ କରିଛି । ସେଗୁଡ଼ିକ ହେଉଛି:

  • ବିଶ୍ବର ପ୍ରଥମ ଷ୍ଟାରଲିଙ୍କ୍-ସଜ୍ଜିତ ବୋଇଙ୍ଗ ୱାଇଡବଡି 777
  • କତାର ଏୟାରୱେଜ୍ ଯାତ୍ରୀବାହୀ ବିମାନରେ ପ୍ରଥମ ଷ୍ଟାରଲିଙ୍କ୍ ସେବା
  • MENA (ମଧ୍ୟ ପୂର୍ବ / ଉତ୍ତର ଆଫ୍ରିକା) ଅଞ୍ଚଳରେ ପ୍ରଥମ ଷ୍ଟାରଲିଙ୍କ୍ ସଜ୍ଜିତ ଯାତ୍ରୀ ବିମାନ
  • କୌଣସି ଏକ ବୋଇଙ୍ଗ ବିମାନ ପାଇଁ ପ୍ରଥମ ଷ୍ଟାରଲିଙ୍କ ସପ୍ଲିମେଣ୍ଟାରୀ ଟାଇପ ସାର୍ଟିଫିକେଟ୍ (STC)
  • ଷ୍ଟାରଲିଙ୍କ ସେବା ଯୋଗାଉଥିବା ସବୁଠାରୁ ବଡ ଯାତ୍ରୀ ବିମାନ
  • ଦୀର୍ଘତମ ପରିସର ଷ୍ଟାରଲିଙ୍କ୍-ସଜ୍ଜିତ ଯାତ୍ରୀ ବିମାନ
ଏହା ବି ପଢନ୍ତୁ
  1. ମୋବାଇଲରେ ଇଣ୍ଟରନେଟ୍‌ ସ୍ଲୋ ହେଉଛି କି ? ଆପଣାନ୍ତୁ ଏହି ଟ୍ରିକ୍ସ
  2. 6 ଘଣ୍ଟା ମଧ୍ୟରେ 46 ଷ୍ଟାରଲିଙ୍କ ସାଟେଲାଇଟ ଲଞ୍ଚ କଲା ସ୍ସେସଏକ୍ସ
  3. ଆଉ ରହିବନି ନେଟୱାର୍କ ସମସ୍ୟା, Starlink Internet ସହ ଯୋଡିହେବ ମୋବାଇଲ୍ ଫୋନ୍

2024 ଶେଷ ସୁଦ୍ଧା 12ଟି ବୋଇଙ୍ଗ 777-300 ବିମାନରେ ଷ୍ଟାରଲିଙ୍କ ସଂଯୋଗ ସୁନିଶ୍ଚିତ କରିବା ଲାଗି କତାର ଏୟାରଲାଇନ ଯୋଜନା କରିଛି । ନିର୍ଦ୍ଧାରିତ ବର୍ଷ ପୂର୍ବରୁ 2025 ସୁଦ୍ଧା ଏହାର ସମ୍ପୂର୍ଣ୍ଣ ବୋଇଙ୍ଗ 777 ଜାହାଜକୁ ଷ୍ଟାରଲିଙ୍କ ଟେକ୍ନୋଲୋଜି ସହିତ ସଜାଇବ । ଏ ନେଇ Space X ସିଇଓ ଏଲନ ମସ୍କ କହିଛନ୍ତି, "ପୃଥିବୀ ପୃଷ୍ଠରୁ 35ହଜାର ଫୁଟ ଉଚ୍ଚରେ ଇଣ୍ଟରନେଟ ସେବା ଯୋଗାଉଥିବାରୁ ଆମେ ବେଶ ଆନନ୍ଦିତ । ଆଗକୁ ଏହି ସେବା ଅଧିକ ଉନ୍ନତ ହୋଇ ଚାଲିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.