ETV Bharat / technology

ଆଉ ଏକ ସେମିକଣ୍ଡକ୍ଟର ୟୁନିଟକୁ ମୋଦି କ୍ୟାବିନେଟରେ ମଞ୍ଜୁରୀ; ଗୁଜୁରାଟରେ ତୃତୀୟ, ଦେଶରେ 5ମ - Cabinet approves Semiconductor unit - CABINET APPROVES SEMICONDUCTOR UNIT

Cabinet Approves Another Semiconductor Unit: ଆତ୍ମନିର୍ଭରଶୀଳ ଭାରତକୁ ଗୁରୁତ୍ବ । ଦେଶରେ ସ୍ଥାପନ ହେବାକୁ ଯାଉଛି 5ମ ସେମିକଣ୍ଡକ୍ଟର ୟୁନିଟ୍‌ । ମଞ୍ଜୁରୀ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖର୍ଚ୍ଚ ହେବ 3000ରୁ ଊର୍ଦ୍ଧ୍ବ କୋଟି ଟଙ୍କା । ତେବେ କଣ ଏହି ୟୁନିଟ, ଏହାର କାମ କଣ ଓ ଏହି ସେମିକଣ୍ଡକ୍ଟର ଚିପ୍‌ କେଉଁଠି କେଉଁଠି ବ୍ୟବହୃତ ହୋଇଥାଏ ଆସନ୍ତୁ ବିସ୍ତୃତ ଭାବରେ ଜାଣିବା...

Cabinet Approves Another Semiconductor Unit
Cabinet Approves Another Semiconductor Unit (ETV Bharat Tech Team)
author img

By ETV Bharat Tech Team

Published : Sep 3, 2024, 11:40 AM IST

ହାଇଦ୍ରାବାଦ: ଭାରତ ସରକାର ଦେଶରେ ଆଉ ଏକ ସେମିକଣ୍ଡକ୍ଟର ୟୁନିଟକୁ ସୋମବାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ପ୍ଲାଣ୍ଟ ଗୁଜୁରାଟର ସାନନ୍ଦଠାରେ ସ୍ଥାପିତ ହେବ । ଏହାସହିତ ଦେଶର ପ୍ରଥମ ସେମିକଣ୍ଡକ୍ଟର ଚିପ୍‌ 2025 ମଧ୍ୟ ଭାଗ ସୁଦ୍ଧା ତିଆରି କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଏହି ପ୍ଲାଣ୍ଟ କାୟନେସ ସେମିକନ (Kaynes Semicon) କମ୍ପାନୀ ପକ୍ଷରୁ ସ୍ଥାପିତ କରାଯିବ । ଭାରତରେ ସେମିକଣ୍ଡକ୍ଟର ଇକୋସିଷ୍ଟମ କ୍ଷେତ୍ରରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।

ଖର୍ଚ୍ଚ ହେବ 3300 କୋଟି ଟଙ୍କା:-

ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କାୟନେସ ସେମିକନ ଏହି ସେମିକଣ୍ଡକ୍ଟର ପ୍ଲାଣ୍ଟ ଉପରେ ପ୍ରାୟ 3300 କୋଟି ଟଙ୍କା ନିବେଶ କରିବାକୁ ଯାଉଛି । କମ୍ପାନୀ ଏହା ଦାବି କରିଛି ଯେ ଏହି ପ୍ଲାଣ୍ଟ ପ୍ରତିଦିନ 60ଲକ୍ଷ ଚିପ୍‌ ପ୍ରସ୍ତୁତ କରିବ । ଏହି ପ୍ଲାଣ୍ଟରେ ତିଆରି ହେବାକୁ ଥିବା ଚିପ୍‌ ଇଣ୍ଡଷ୍ଟ୍ରିଆଲ, ଅଟୋ ସେକ୍ଟର, ଇଲେକ୍ଟ୍ରିକ ଭେଇକିଲ, କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ, ଟେଲକିମ, ମୋବାଇଲ ଫୋନ ସମେତ ଅନେକ ସ୍ଥାନରେ ବ୍ୟବହାର କରାଯିବ । ଭାରତ ସରକାର ସେମିକଣ୍ଡକ୍ଟର ଓ ଡିସପ୍ଲେ ମ୍ୟାନୁଫ୍ୟାକଚରିଂ ଇକୋସିଷ୍ଟମ ବିକାଶ ଲାଗି 2021 ଡିସେମ୍ବର 21 ତାରିଖରେ ଆରମ୍ଭ କରିଥିଲେ । ଏଥିଲାଗି ସରକାର 76ହଜାର କୋଟି ଖର୍ଚ୍ଚ କରୁଛନ୍ତି ।

ଏହା ବି ପଢନ୍ତୁ- ଆତ୍ମନିର୍ଭରଶୀଳତା ଓ ପରିବର୍ତ୍ତନଶୀଳ ଯାତ୍ରାକୁ ସୁଦୃଢ଼ କରିବ ସେମିକଣ୍ଡକ୍ଟର: ପ୍ରଧାନମନ୍ତ୍ରୀ

ଏହା ପୂର୍ବରୁ 4ୟୁନିଟକୁ ମିଳିଛି ମଞ୍ଜୁରୀ:-

କେନ୍ଦ୍ର କ୍ୟାବିନେଟ ଏହା ପୂର୍ବରୁ ଗୁଜୁରାଟର ସାନନ୍ଦ ସେମିକଣ୍ଡକ୍ଟର ୟୁନିଟ ସ୍ଥାପିତ କରିବା ଲାଗି 2023 ଜୁନରେ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହାପରେ ଚଳିତ ବର୍ଷ ଫେବୃଆରୀରେ ସରକାର ଆଉ 3ଟି ସେମିକଣ୍ଡକ୍ଟର ୟୁନିଟକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହି କ୍ରମରେ ଟାଟା ଇଲେକ୍ଟ୍ରୋନିକ୍ସ ଗୁଜୁରାଟର ଧୋଲେରା ଏକ ସେମିକଣ୍ଡକ୍ଟର ୟୁନିଟ ସ୍ଥାପନ କରିଥିବା ବେଳେ ଆସାମର ମୋରିଗାଓଁରେ ଏକ ସେମିକଣ୍ଡକ୍ଟର ୟୁନିଟ ସ୍ଥାପନ ହୋଇଛି । ଏହାସହିତ ଗୁଜୁରାଟର ସାନନ୍ଦରେ ସିଜି ପାୱାର ପକ୍ଷରୁ ଏକ ୟୁନିଟ ସ୍ଥାପନ କରାଯାଇଛି । ଏବେ ପୁଣି ଗୁଜୁରାଟର ସାନନ୍ଦରେ ଆଉ ଏକ ୟୁନିଟ ସ୍ଥାପନ ହେବାକୁ ଯାଉଛି । ତେବେ କମ୍ପାନୀ ଏହି ନୂଆ ପ୍ଲାଣ୍ଟ ଲାଗି ଗୁଜୁରାଟର ସାନନ୍ଦରେ ଜାଗା କିଣିସାରିଥିବା ବେଳେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ଏହା ବି ପଢନ୍ତୁ- ଭାରତୀୟ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ସୁଯୋଗ ଓ ସମ୍ଭାବନା - SEMICONDUCTOR INDUSTRY Prospects

Semiconductor Unit
Semiconductor Unit (File Photo)

ସେମିକଣ୍ଡକ୍ଟର ୟୁନିଟରୁ ସୃଷ୍ଟି ହେବ ଲକ୍ଷ ଲକ୍ଷ ନିଯୁକ୍ତି:-

ଦେଶରେ ମୋଟ 5ଟି ସେମିକଣ୍ଡକ୍ଟର ୟୁନିଟ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏହି ସମସ୍ତ କମ୍ପାନୀ ପ୍ରାୟ 1.5ଲକ୍ଷ କୋଟି ଟଙ୍କା ସେମିକଣ୍ଡକ୍ଟର ସେକ୍ଟରରେ ନିବେଶ କରିବାକୁ ଯାଉଛି । ଏହି ସମସ୍ତ କମ୍ପାନୀର ମୋଟ ଉତ୍ପାଦ ପ୍ରତିଦିନ ପ୍ରାୟ 7କୋଟି ଚିପ୍‌ ନିର୍ମାଣ ଲକ୍ଷ୍ୟ ରଖାଯାଇଛି । ଏହି ସେମିକଣ୍ଡକ୍ଟର ୟୁନିଟଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ଦେଶରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ।

ସେମିକଣ୍ଡକ୍ଟର ଚିପ୍‌ କଣ ?

ସେମିକଣ୍ଡକ୍ଟର ଏକ ସିଲିକନ ଚିପ୍‌ । ଏହାକୁ ବିଭିନ୍ନ ବୈଦ୍ୟୁତିକ ଉପକରଣରେ ବ୍ୟବହାର କରାଯାଇଥାଏ । ସେମିକଣ୍ଡକ୍ଟର ଗାଡି, ସ୍ମାର୍ଟଫୋନ, କମ୍ପ୍ୟୁଟର, ଏଟିଏମ, କାର, ଡିଜିଟାଲ କ୍ୟାମେରା, AC, ଫ୍ରିଜ ଆଦିରେ ବ୍ୟବହାର କରାୟାଇଥାଏ । ଖାଲି ସେତିକି ନୁହେଁ, ମିସାଇଲରେ ମଧ୍ୟ ସେମିକଣ୍ଡକ୍ଟର ଚିପ୍‌ର ଆବଶ୍ୟକତା ପଡ଼ିଥାଏ । ଏହାସହିତ ହାଇଟେକ‌୍‌ କାରର ସେନ୍ସର୍ସ, ଡ୍ରାଇଭର ଆସିଷ୍ଟାଣ୍ଟ, ପାର୍କିଂ ରିଅର କ୍ୟାମେରା, ଏୟାରବ୍ୟାଗ ଓ ଏମରଜେନ୍ସି ବ୍ରେକିଂରେ ସେମିକଣ୍ଡକ୍ଟରର ବ୍ୟବହାର ହୋଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.