ହାଇଦ୍ରାବାଦ: ଗତ ମାସରେ ଚାଇନିଜ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଓପୋ ଭାରତ ସମେତ ବିଶ୍ବ ବଜାରରେ Find X8 ସିରିଜ ଲଞ୍ଚ କରିଛି । କମ୍ପାନୀ ଏହି ସିରିଜକୁ Find X8 Ultra ଲଞ୍ଚ ସହିତ ବିସ୍ତାର କରିପାରେ । କିଛି ଲିକ୍ ହୋଇଥିବା ସୂଚନା ଅନୁସାରେ ଆସନ୍ତା ବର୍ଷରେ ଓପୋ ଫାଇଣ୍ଡ ଏକ୍ସ8 ଅଲଟ୍ରା ଲଞ୍ଚ କରିବାକୁ ଯୋଜନା କରୁଛି । ସ୍ମାର୍ଟଫୋନ ଲଞ୍ଚ ହେବା ପୂର୍ବରୁ ଏହାର କିଛି ତଥ୍ୟ ଲିକ୍ ହୋଇଛି । Find X8 ଅଲଟ୍ରା 6.82 ଇଞ୍ଚ ସ୍କ୍ରିନ, ଧୂଳି ଓ ପାଣିରୁ ରକ୍ଷା ପାଇବା ଲାଗି IP69 ରେଟିଂ ଓ ଅଲଟ୍ରାସୋନିକ ଫିଙ୍ଗରପ୍ରିଣ୍ଟ ସେନ୍ସର ସହିତ ଆସିପାରେ ।
Oppo Find X8 Ultra: ଲିକ୍ ସ୍ପେଶିଫିକେସନ
- ଚାଇନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ Weibo ପକ୍ଷରୁ ଫାଇଣ୍ଡ ଏକ୍ସ8 ଅଲଟ୍ରା ନେଇ ତଥ୍ୟ ଲିକ୍ ହୋଇଛି ।
- ଏହି ଲିକ୍ ତଥ୍ୟ ଅନୁସାରେ Find X8 Ultra 6.82 ଇଞ୍ଚ 2K ସ୍କ୍ବାଡ୍ କର୍ଭ ଡିସପ୍ଲେ, ଅଲଟ୍ରାସୋନିକ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ସହିତ ଆସିପାରେ ।
- ଧୂଳିଓ ପାଣିରୁ ରକ୍ଷା ପାଇବା ଲାଗି ଏହା IP68 + IP69 ରେଟିଂ ସହିତ ଆସିବାର ସମ୍ଭାବନା ରହିଛି ।
- ଏଥିରେ 6,000mAh ବ୍ୟାଟେରୀ ଆସିପାରେ ଯାହାକି 80W ବା 90W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ ।
ଏହା ବି ପଢନ୍ତୁ |
ଆଉ କଣ ମିଳିପାରେ ଫିଚର ?
- ପୂର୍ବରୁ ଲିକ୍ ହୋଇଥିବା ତଥ୍ୟ ଅନୁସାରେ, ଏହି ସ୍ମାର୍ଟଫୋନ କ୍ବାଲକମର ଲାଟେଷ୍ଟ ସ୍ନାପଡ୍ରାଗନ 8 ଏଲିଟ୍ ପ୍ରୋସେସର ସହିତ ଆସିପାରେ ।
- ଏଥିରେ 50MP ପ୍ରାଇମେରି ସେନ୍ସର, 50MP ଅଲଟ୍ରା-ୱାଇଡ ସେନ୍ସର, 50MP ପେରିସ୍କୋପ ଟେଲିଫୋନ ଲେନ୍ସ କ୍ୟାମେରା ସହିତ ଆସିପାରେ ।
- 6x ଅପ୍ଟିକାଲ ଜୁମ୍ ଲାଗି 50MP ପେରିସ୍କୋପ ଟେଲିଫଟୋ ଲେନ୍ସ ମିଳିପାରେ ।
- ଏହାବାଦ ଫୋନରେ 120Hz ରିଫ୍ରେସ ରେଟ୍ ଡିସପ୍ଲେ ମିଳିପାରେ ।
ଏହି ଫୋନର ଦାମ କେତେ ରହିବ ସେ ସମ୍ପର୍କରେ ଖୁଲାସା ହୋଇନଥିବା ବେଳେ ଆସନ୍ତା ବର୍ଷ 2025 Oppo Find N5 ସହିତ Find X8 Ultraକୁ କମ୍ପାନୀ ଲଞ୍ଚ କରିପାରେ ବୋଲି ସୂଚନା ମିଳିଛି ।