ETV Bharat / technology

OnePlus 13R ଖୁବଶୀଘ୍ର ଭାରତରେ ହେବ ଲଞ୍ଚ; ଲିକ୍‌ ହେଲା ତଥ୍ୟ - ONEPLUS 13R INDIA LAUNCH

ୱାନପ୍ଲସ 13 ଭାରତରେ ଲଞ୍ଚ ହେବାକୁ ଥିବା ବେଳେ ୱାନପ୍ଲସ 13R ମଧ୍ୟ ଲଞ୍ଚ ହେବାକୁ ଯାଉଛି । ଏଥିରେ କଣ ଫିଚର ଓ ସ୍ପେଶିଫିକେସନ ମିଳିବ ଜାଣନ୍ତୁ...

ONEPLUS 13R INDIA LAUNCH
ONEPLUS 13R INDIA LAUNCH (Credit- X/ OnePlus Club)
author img

By ETV Bharat Tech Team

Published : Nov 8, 2024, 12:43 PM IST

ହାଇଦ୍ରାବାଦ: ୱାନପ୍ଲସ 13 ଚୀନରେ ଲଞ୍ଚ ହୋଇସାରିଛି । ଏହା ଖୁବଶୀଘ୍ର ଭାରତକୁ ମଧ୍ୟ ଆସିବାକୁ ଯାଉଛି । ଏହାରି ମଧ୍ୟରେ କମ୍ପାନୀର ନମ୍ବର ଫ୍ଲାଗସିପର 'R' ଭାରିଏଣ୍ଟ ୱାନପ୍ଲସ 13Rକୁ ନେଇ ଚର୍ଚ୍ଚା ହେଉଛି । ୱାନପ୍ଲସ 13 ସହିତ ୱାନପ୍ଲସ 13R ମଧ୍ୟ ଭାରତରେ ଲଞ୍ଚ ହୋଇପାରେ । ଏହାରି ମଧ୍ୟରେ ୱାନପ୍ଲସ 13Rର ସ୍ପେଶିଫିକେସନ, ଫିଚର ଓ ଦାମ ସମ୍ପର୍କରେ ତଥ୍ୟ ଲିକ୍‌ ହୋଇଛି । ତେବେ ଆସନ୍ତୁ ଜାଣିବା ଏହି ନୂଆ ସ୍ମାର୍ଟଫୋନରେ ୟୁଜରଙ୍କୁ କମ୍ପାନୀ କଣ ଭେଟି ଦେଉଛି ।

ୱାନପ୍ଲସ 13Rକୁ ଆନୁଷ୍ଠାନିକ ଭାବେ ଲଞ୍ଚ ନେଇ ତଥ୍ୟ ପ୍ରକାଶ କରାଯାଇନାହିଁ, ହେଲେ ଏହାର ଚୀନ କାଉଣ୍ଟରପାର୍ଟ ୱାନପ୍ଲସ ଏସ 5 (OnePlus Ace 5)ର ଫିଚର ସମ୍ପର୍କରେ ଅନଲାଇନରେ ତଥ୍ୟ ପ୍ରକାଶ ପାଇଛି । ଯେଉଁଥିରେ ଆମକୁ 'ନୂଆ ଫ୍ଲାଗସିପ କିଲର' ୱାନପ୍ଲସ 13ଆର ସ୍ମାର୍ଟଫୋନରେ କଣ କଣ ସୁବିଧା, ସ୍ପେଶିଫିକେସନ ଓ ଫିଚର ମିଳିବ ସେ ନେଇ ସଙ୍କେତ ମିଳିଛି ।

OnePlus 13R
OnePlus 13R (Credit- @OnePlusClub)

OnePlus 13R ଡିଜାଇନ:-

OnePlus 13R ଏବଂ ଫ୍ଲାଗସିପ୍ OnePlus 13 ମଧ୍ୟରେ ଡିଜାଇନ ଦୃଷ୍ଟିରୁ ବିଶେଷ କିଛି ଭିନ୍ନ ହେବ ନାହିଁ । ସ୍ମାର୍ଟଫୋନର ପଛ ଭାଗରେ ତିନୋଟି କ୍ୟାମେରା ଧାରଣ କରିଥିବା ଏକ ବୃତ୍ତାକାର ମଡ୍ୟୁଲ୍ ମିଳିପାରେ । କିନ୍ତୁ OnePlus 13 ପରି, OnePlus 13R କ୍ୟାମେରା ମଡ୍ୟୁଲ୍ ନିକଟରେ ହସେଲବ୍ଲାଡ୍ (Hasselblad) ବ୍ରାଣ୍ଡିଂ ପ୍ରଦର୍ଶନ କରିବ ନାହିଁ । ତଥାପି ଆଲର୍ଟ ସ୍ଲାଇଡର (Alert Slider) ଫିଚର ମିଳିବ ଯାହାକି OnePlus ଫୋନରେ ଏକ ସିଗ୍ନେଚର । ଏହା ଉପଭୋକ୍ତାମାନଙ୍କୁ ତିନୋଟି ମୋଡ୍ ମଧ୍ୟରେ ସହଜରେ ପରିବର୍ତ୍ତନ କରିବାରେ ସାହାଯ୍ୟ କରିବ -ସାଇଲେଣ୍ଟ, ଭାଇବ୍ରେଟ୍‌ ଏବଂ ରିଙ୍ଗ୍‌ ।

ଏହା ବି ପଢନ୍ତୁ
  1. OnePlus 13 ବନାମ iQOO 13; କେଉଁଟା ଆପଣଙ୍କ ପାଇଁ ବେଷ୍ଟ, ଜାଣନ୍ତୁ
  2. କ୍ବାଲକମର Snapdragon 8 Elite ସହ ଲଞ୍ଚ ହେଲା ୱାନପ୍ଲସ 13, ବିଶ୍ବରେ ତୃତୀୟ
  3. 24GB RAM ସହିତ ରିଲିଜ ହେବ One plusର ଏହି ମୋବାଇଲ, ଜାଣନ୍ତୁ ଦାମ

OnePlus 13R ସ୍ପେଶିଫିକେସନ ଓ ଫିଚର (ରୁମର୍‌):-

  • 6.78-ଇଞ୍ଚ ଫ୍ଲାଟ୍‌ BOE X2 OLED 8T LTPO ପ୍ୟାନେଲ୍‌
  • 1.5K ରିଜୋଲ୍ୟୁସନ, 120Hz ରିଫ୍ରେସ ରେଟ୍‌
  • Snapdragon 8 Gen 3 ଲିଡିଂ ଭର୍ସନ
  • 16GB LPDDR5x RAM
  • 512GB UFS 4.0 ଷ୍ଟୋରେଜ
  • 6,300mAh-6,500mAh ବ୍ୟାଟେରୀ
  • 100W ଫାଷ୍ଟ ଚାର୍ଜିଂ
  • ଆଗ କ୍ୟାମେରା: 16MP
  • ରିଅର (ପଛ) କ୍ୟାମେରା: 50MP + 8MP + 2MP ଟ୍ରିପଲ୍‌ କ୍ୟାମେରା
  • Android 15, ColorOS 15
  • ଇନ-ସ୍କ୍ରିନ (ମୋବାଇଲ ସ୍କ୍ରିନ ଉପରେ) ଫିଙ୍ଗରପ୍ରିଣ୍ଟ ସେନ୍ସର
  • ଆଲର୍ଟ ସ୍ଲାଇଡର (Alert Slider)
  • IR ବ୍ଲାଷ୍ଟର

OnePlus 13R: ଦାମ ଓ ଲଞ୍ଚ୍‌ ଟାଇମଲାଇନ୍‌

ରୁମର୍‌ ଅନୁସାରେ, କମ୍ପାନୀ ୱାନପ୍ଲସ 13R ମୋବାଇଲର ଦାମ 40,000 ଟଙ୍କା ରଖିପାରେ । OnePlus 13R ଏବଂ ଫ୍ଲାଗସିପ୍ OnePlus 13 ଏକାଠି ଆସନ୍ତା ଡିସେମ୍ବର କିମ୍ବା 2025 ଜାନୁଆରୀରେ ଲଞ୍ଚ ହେବ । ୱାନପ୍ଲସ 13Rଠାରୁ ୱାନପ୍ଲସ 13ର ଦାମ ଅଧିକ ରହିପାରେ । ଉପରେ ଦିଆଯାଇଥିବା ସମସ୍ତ ସ୍ପେଶିଫିକେସନ କମ୍ପାନୀ ଦେଇପାରେ ବୋଲି ଆକଳନ କରାଯାଉଛି । ମୋବାଇଲ ଲଞ୍ଚ ହେବା ପରେ ଏହାର ଫାଇନାଲ ସ୍ପେଶିଫିକେସନ ଓ ଫିଚରର ତଥ୍ୟ ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.