ETV Bharat / technology

ଆହୁରି ମଜାଦାର ହେବ Video Call, ହ୍ବାଟ୍ସଆପ୍‌ ଆଣିଲା ନୂଆ ଫିଚର - WHATSAPP IMPROVES CALL EXPERIENCE

ଛୁଟି ଦିନକୁ ଆଉ କିଛି ସମୟ ବାକିଥିବା ବେଳେ ହ୍ବାଟ୍ସଆପ୍‌ ଅନେକ ନୂଆ ଫିଚର ଲଞ୍ଚ କରିଛି । ସେଥିମଧ୍ୟରୁ ଏମିତି ଏକ ଫିଚର ଯାହାକି ଭିଡିଓ କଲ୍‌କୁ ଆହୁରି ମଜାଦାର କରିବ ।

WHATSAPP IMPROVES CALL EXPERIENCE
WHATSAPP IMPROVES CALL EXPERIENCE (Credit- WhatsApp)
author img

By ETV Bharat Tech Team

Published : Dec 14, 2024, 9:01 AM IST

ହାଇଦ୍ରାବାଦ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ଛୁଟି ଦିନକୁ ଆଖି ଆଗରେ ରଖି ଅନେକ ନୂଆ ନୂଆ ଫିଚର ଆଣୁଛି । ଯାହାକି ୟୁଜରଙ୍କୁ ଆହୁରି ଉନ୍ନତମାନର ସେବା ପ୍ରଦାନ କରିବ । ବିଶ୍ବରେ କୋଟି କୋଟି ୟୁଜର ଥିବା ଏହି ଆପ୍‌ ନିଜ ବ୍ଲଗ ପୋଷ୍ଟରେ ଭିଡିଓ କଲ୍‌କୁ ଉନ୍ନତମାନର କରିବା ଲାଗି ଏକ ଫିଚର ସମ୍ପର୍କରେ ଉଲ୍ଲେଖ କରିଛି । ଯାହାଦ୍ବାରା ୟୁଜର ସହଜରେ ନିଜ ବନ୍ଧୁ ଓ ପରିବାର ଜନଙ୍କ ସହିତ ବିନା ଦ୍ବିବିଧାରେ ବାର୍ତ୍ତାଳାପ କରିପାରିବେ ।

ହ୍ବାଟ୍ସଆପର କହିବାନୁସାରେ, ପ୍ରତିଦିନ ଏହି ଆପ୍‌ରେ ପ୍ରାୟ 2 ବିଲିୟନ କଲ୍‌ ହୋଇଥାଏ । ଏହାରି ମଧ୍ୟରେ ହ୍ବାଟ୍ସଆପ୍‌ରେ ଭିଡିଓ କଲ୍‌ ମଧ୍ୟ ବିଶ୍ବବ୍ୟାପୀ ଲୋକପ୍ରିୟତା ଅର୍ଜନ କରିବାରେ ଲାଗିଛି । କାରଣ ଏହା ୟୁଜର ଫ୍ରେଣ୍ଡଲି ହୋଇଥାଏ । ଖୁବ ସହଜରେ ୟୁଜର ନିଜ ବନ୍ଧୁ ପରିବାର ସଦସ୍ୟଙ୍କୁ କଲ କରିପାରିଥାନ୍ତି । କମ୍ପାନୀ ଆଣୁଥିବା ଏହି ଫିଚର ଉଭୟ ଡେସ୍କଟପ୍‌ ଓ ମୋବାଇଲରେ ଉପଲବ୍ଧ ହେବ । ପୂର୍ବାପେକ୍ଷା ଆହୁରି ସହଜରେ ୟୁଜର ଆପ୍‌ରେ ବନ୍ଧୁଙ୍କୁ କଲ୍‌ କରିପାରିବେ ।

କେମିତି କାମ କରିବ ଏହି ନୂଆ ଫିଚର ?

  • କଲ୍ ଅଂଶଗ୍ରହଣକାରୀଙ୍କୁ ଚୟନ କରନ୍ତୁ: ପୂର୍ବରୁ ଗ୍ରୁପ କଲ୍‌ କଲେ ଉକ୍ତ ଗ୍ରୁପରେ ଥିବା ସମସ୍ତ ସଦସ୍ୟଙ୍କ ନିକଟକୁ କଲ୍‌ ଯାଉଥିଲା । ଯାହାଦ୍ବାରା ସେମାନେ କଲ୍‌ ରିସିଭ କରୁଥିଲେ । ହେଲେ ଏବେ ଆପଣ ଗ୍ରୁପ୍‌ କଲ୍‌ କଲେ ମଧ୍ୟ ଯାହାକୁ ଚାହୁଁଛନ୍ତି କେବଳ ସେମାନଙ୍କୁ ଚୟନ କରିପାରିବେ । ଏହାଦ୍ବାରା ଉକ୍ତ ଗ୍ରୁପରେ ଆପଣ ଯେଉଁ ଯେଉଁ ୟୁଜରଙ୍କ ସହିତ କଥା ହେବାକୁ ଚାହୁଁଛନ୍ତି କେବଳ ସେହିମାନଙ୍କ ନିକଟକୁ କଲ୍‌ର ନୋଟିଫିକେସନ ଯିବ ।
  • ଭିଡିଓ କଲ୍‌ ପାଇଁ ନୂଆ ଇଫେକ୍ଟ: 10ଟି ଇଫେକ୍ଟ ଦିଆଯାଇଛି ଯାହାକୁ ଆପଣ ବାଛି ନିଜର ଭିଡିଓ କଲ୍‌କୁ ଅଧିକ ମଜାଳିଆ ବାର୍ତ୍ତାଳାପରେ ପରିଣତ କରିପାରିବେ । ଏହି ନୂଆ ଫିଚରରେ ଆପ୍‌ Puppy Ears ଯୋଡିବାଠାରୁ ଆରମ୍ଭ କରି ଆପଣଙ୍କୁ ପାଣି ଭିତରକୁ ନେବା ଓ ମାଇକ୍ରୋଫୋନ୍ ଆପଣଙ୍କ ଆଗରେ ରଖିବା ଭଳି ଫିଲ୍ଟର ରହିଛି ।
  • ଡେସ୍କଟପ୍‌ରେ ଉନ୍ନତ କଲିଂ: ଏବେ ଯଦି ଆପଣ ହ୍ବାଟ୍ସଆପ୍‌ ଡେସ୍କଟପ୍‌ ଆପରେ କ୍ଲିକ କରନ୍ତି, ତେବେ ଆପଣ ସହଜରେ କଲ୍‌ କରିପାରିବେ । ଏଥିରେ କଲ୍‌ ଆରମ୍ଭ କରିବା, କଲ୍‌ ଲିଙ୍କ ସୃଷ୍ଟି କରିବା ଏବଂ ସିଧାସଳଖ କୌଣସି ନମ୍ବର ଡାଏଲ କରିବା ଭଳି ଅପସନ ପ୍ରଦାନ କରାଯାଇଛି ।
  • କ୍ବାଲିଟି ଭିଡିଓ କଲ୍‌: ଆପଣ ଡେସ୍କଟପ୍‌ ହେଉ କି ମୋବାଇଲ, ଯେଉଁଥିରୁ କଲ୍‌ କଲେ ବି ଭଲ କ୍ବାଲିଟିର ରହିବ । ଏହା ହାଇ ରିଜୋଲ୍ୟୁସନ ଭିଡିଓ ପ୍ରଦାନ କରିବା ସହିତ ଉଭୟ ପଟରୁ ଭଲ କ୍ବାଲିଟି ରହିବ । ଗ୍ରୁପ୍‌ କଲ୍‌ କଲେ ମଧ୍ୟ ସମାନ ସୁବିଧା ମିଳିବ ।
ଏହା ବି ପଢନ୍ତୁ
  1. WhatsApp ଜାରି କଲା କଷ୍ଟମ ଲିଷ୍ଟ ଫିଚର; କେମିତି କରିବେ ବ୍ୟବହାର
  2. WhatsApp ଆଣିଲା ଡ୍ୟାନ୍ସିଂ ଥ୍ରି-ଡଟ୍‌ ଇଣ୍ଡିକେଟର ଫିଚର; କଣ ଏହା ଜାଣନ୍ତୁ

କମ୍ପାନୀ ନିଜ ଗ୍ରାହକଙ୍କୁ ଉନ୍ନତମାନର ଓ ସହଜ ସେବା ପ୍ରଦାନ କରିବା ଲାଗି ଉଦ୍ୟମରତ ବୋଲି କହିଛି । ସୂଚନା ଥାଉ କି ଗତ ସପ୍ତାହରେ ହ୍ବାଟ୍ସଆପ୍‌ ଥ୍ରି-ଡ୍ୟାନ୍ସିଂ ଇଣ୍ଡିକେଟର ଫିଚର ଆଣିଥିଲା । ଯାହାଦ୍ବାରା ଗ୍ରୁପ୍‌ ଚାଟ୍‌ରେ ଯଦି କେହି ଟାଇପିଂ କରୁଛି ତେବେ କି-ବୋର୍ଡ ଉପରେ ଉକ୍ତ ୟୁଜରର ପ୍ରୋଫାଇଲ ଆଇକନ୍‌ ଦୃଶ୍ୟମାନ ହୋଇଥାଏ । ପୂର୍ବରୁ ଗ୍ରୁପ୍‌ର ନାଁ ତଳେ ଟାଇପିଂ କରୁଥିବା 'ୟୁଜରଙ୍କ ନାମ ସହ Typing...' ଦୃଶ୍ୟମାନ ହେଉଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.