ETV Bharat / technology

ସୋସିଆଲ ମିଡିଆରେ ଫଟୋ ସେୟାର କରୁଥିଲେ ସାବଧାନ ! ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ - NEW TACTICS OF CYBERCRIMINALS

author img

By ETV Bharat Tech Team

Published : Sep 26, 2024, 11:35 AM IST

Cyber Crime: କଣ ଆପଣ ବି ସେଲ୍ଫି ଓ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିବାକୁ ପସନ୍ଦ କରନ୍ତି ? ଯଦି ହଁ ତେବେ ସାବଧାନ ହୋଇଯାଆନ୍ତୁ, କାରଣ ଟିକେ ଅସାବଧାନତା ଯୋଗୁଁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରେ । ଅଧିକ ପଢନ୍ତୁ

Cyber Crime
Cyber Crime (ETV Bharat)

ହାଇଦ୍ରାବାଦ: ନୂତନ ଟେକ୍ନୋଲୋଜି ବିକଶିତ ସହିତ ଦେଶରେ ସାଇବର ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଲୋକେ ଯେତେ ସଚେତନ ହେଲେ ମଧ୍ୟ ସାଇବର ଠକମାନେ ଠକେଇର ନୂଆ ନୂଆ ରାସ୍ତା ବାଛି ନେଉଛନ୍ତି । ନିରୀହ ଲୋକଙ୍କୁ ନିଜ ଜାଲରେ ଫସାଇ ଅତି ଚତୁରତାର ସହିତ ବ୍ୟକ୍ତିଗତ ତଥ୍ୟ ହାସଲ କରି ଟଙ୍କା ଚଳୁ କରୁଛନ୍ତି । ଏଣୁ ନିଜର ବ୍ୟକ୍ତିଗତ ତଥ୍ୟକୁ ପବ୍ଲିକ କରିବା ପୂର୍ବରୁ ପ୍ରତିଟି ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ଯାହାଦ୍ବାରା ଆପଣଙ୍କ କଷ୍ଟ ଅର୍ଜିତ ଧନ ରକ୍ଷା ପାଇପାରିବ ।

ଫେକ୍‌ ଆକାଉଣ୍ଟ ପ୍ରତି ସାବଧାନ :-

ଆଜିକାଲି ସବୁ ପ୍ରକାରେ ଚେଷ୍ଟା କରିବା ପରେ ସାଇବର ଠକ ବିଫଳ ହେବା ପରେ ଠକେଇର ନୂଆ ରାସ୍ତା ବାଛିଛନ୍ତି । ସେମାନେ ସୋସିଆଲ ମିଡିଆ ଆକାଉଣ୍ଟରୁ ୟୁଜରଙ୍କ ଫଟୋ ନେଇ ଫେକ୍‌ ବା ନକଲି ଆକାଉଣ୍ଟ ତିଆରି କରୁଛନ୍ତି । ଏହାପରେ ଉକ୍ତ ବ୍ୟକ୍ତିଙ୍କ ବନ୍ଧୁ ପରିଜନଙ୍କୁ ଟଙ୍କା ମାଗୁଛନ୍ତି । ଏଣୁ ପୋଲିସ ଏଥିପ୍ରତି ଲୋକଙ୍କୁ ସଚେତନ କରାଇଛି । ଏଥିରୁ ବର୍ତ୍ତିବା ଲାଗି ମଝିରେ ମଝିରେ ଆପଣଙ୍କ ନାଁରେ ଅନ୍ୟ କୌଣସି ଫେକ୍‌ ଆକାଉଣ୍ଟ ଅଛି କି ନାହିଁ ତାହାକୁ ଯାଞ୍ଚ କରନ୍ତୁ । ଯଦି ଫେକ୍‌ ଆକାଉଣ୍ଟ ମିଳେ ତେବେ ଏ ନେଇ ନିଜ ବନ୍ଧୁ ପରିଜନଙ୍କୁ ସୂଚିତ କରନ୍ତୁ ।

ସାଇବର ଠକଙ୍କ ଠକେଇର ନୂଆ ପନ୍ଥା:-

ଆପଣ ନୋଟିସ କରିଥିବେ ଏବେ କିଛି ଆପ୍‌ ଓ ୱେବସାଇଟ ଆପଣଙ୍କ ପରିଚୟ ଯାଞ୍ଚ କରିବାକୁ ସେଲଫି ନେବାକୁ କୁହନ୍ତି । ଏହାକୁ ସେଲଫି କନଫର୍ମ ବୋଲି କୁହାଯାଏ । ଅଧିକାଂଶ ବ୍ୟାଙ୍କ ଏବଂ ଫିନଟେକ୍ କମ୍ପାନୀ ଲୋକମାନଙ୍କର ସତ୍ୟତା ଯାଞ୍ଚ କରିବାକୁ ସେଲଫି ବ୍ୟବହାର କରନ୍ତି । ତେବେ ସାଇବର ଠକମାନେ ମଧ୍ୟ ସମାନ ରଣନୀତି ବ୍ୟବହାର କରିପାରିବେ। ତେଣୁ ସତର୍କତା ଅବଲମ୍ବନ କରନ୍ତୁ ।

Also Read: CJI ଙ୍କୁ ବି ଛାଡିଲେନି ଠକ, ଚନ୍ଦ୍ରଚୂଡଙ୍କ ନାଁରେ ଆସିଲା ଏମିତି ମେସେଜ...

ନିକଟ ଅତୀତରେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପ୍‌ ଭଳି ସୋସିଆଲ୍ ନେଟୱାର୍କିଂ ସାଇଟରେ ପୋଷ୍ଟ ହୋଇଥିବା ଫଟୋ ଚୋରି କରୁଥିବା ଏବଂ ଟଙ୍କା ମାଗିବା ପାଇଁ ଅଲଗା ଆକାଉଣ୍ଟ ସୃଷ୍ଟି କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । କେବଳ ସେତିକି ନୁହେଁ, ସେମାନେ ଅନ୍ୟ ଆପ୍ ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଲୁଟିବାକୁ ଚେଷ୍ଟା କରୁଛନ୍ତି। ସାଧାରଣ ଲୋକଙ୍କ ଆକାଉଣ୍ଟରେ ସାଇବର ଅପରାଧମାନେ ହ୍ୟାକ୍ କରିବାର ଅନେକ ମାମଲା ରହିଛି । ଯେଉଁମାନେ ସୋସିଆଲ ମିଡିଆରେ ବ୍ୟକ୍ତିଗତ ଫଟୋ ପୋଷ୍ଟ କରନ୍ତି ସେମାନେ ପ୍ରଥମେ ସେମାନଙ୍କ ଆକାଉଣ୍ଟ ପ୍ରୋଫାଇଲଗୁଡ଼ିକୁ ଲକ୍ କରିବା ଆବଶ୍ୟକ । ଫେସବୁକ୍ ସମେତ ଅନ୍ୟାନ୍ୟ ଆକାଉଣ୍ଟରେ ବ୍ୟକ୍ତିଗତ ଫଟୋଗୁଡ଼ିକର ସାର୍ବଜନୀନ ଡୋମେନକୁ ରୋକିବା ପାଇଁ ଆପଣ ପ୍ରଥମେ ବ୍ୟକ୍ତିଗତ ମୋଡ୍ (Private Mode) ସେଟ୍ କରିପାରିବେ ।

Also Read: ଭୁବନେଶ୍ୱର IIT ଓ ଇଞ୍ଜିନିୟରିଂ ଛାତ୍ରଙ୍କ କମାଲ: ପ୍ରସ୍ତୁତ କଲେ ଏମିତି ଆପ, ଯିଏ ଧରିବ ସାଇବର ଠକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.