ETV Bharat / technology

ଗୁଗଲ୍‌ ଆଣିଲା ଅନଲାଇନ ଚେସ୍‌ ପ୍ଲାଟଫର୍ମ GenChess, ବାଛିପାରିବେ ପସନ୍ଦର ଥିମ୍‌ ଗୋଟି - GOOGLE ONLINE CHESS PLATFORM

ଟେକ୍‌ ଜାଏଣ୍ଟ ଗୁଗଲ୍‌ ଏକ ଅନଲାଇନ୍‌ ଚେସ୍‌ ପ୍ଲାଟଫର୍ମ 'ଜେନଚେସ୍‌' ଲଞ୍ଚ କରିଛି । ଏଥିରେ ୟୁଜର AI ସାହାଯ୍ୟରେ ନିଜର ଗୋଟିକୁ କଷ୍ଟମାଇଜ୍‌ କରିପାରିବେ । ଅଧିକ ପଢନ୍ତୁ

GOOGLE 'GENCHESS'
GOOGLE 'GENCHESS' (Credit- Google)
author img

By ETV Bharat Tech Team

Published : Nov 29, 2024, 4:52 PM IST

ହାଇଦ୍ରାବାଦ: ଟେକ୍‌ ଜାଏଣ୍ଟ Google ଚେସ୍‌ ଖେଳ ପାଇଁ ଅନଲାଇନରେ ଏକ ପ୍ଲାଟଫର୍ମ ଲଞ୍ଚ କରିଛି । ଏହାର ନାମ 'ଜେନଚେସ୍‌' (GenChess) ରଖାୟାଇଛି । ଏହି ପ୍ଲାଟଫର୍ମରେ ଖେଳାଳି ଏଆଇ ସାହାଯ୍ୟରେ ନିଜ ଗୋଟିକୁ କଷ୍ଟମାଇଜ୍‌ କରିପାରିବେ । ଖେଳାଳିମାନେ ନିଜ ଗୋଟିକୁ କଷ୍ଟମାଇଜ୍‌ କରିବା ଲାଗି କିଛି ସଂକ୍ଷିପ୍ତ ବିବରଣୀ ଦେବେ । ସେହି ଅନୁସାରେ ଏଆଇ ସେମାନଙ୍କର ଗୋଟିକୁ ତିଆରି କରିବ । ଏଥିଲାଗି ଗୁଗଲ୍‌ Gemini Imagen 3 ମଡେଲରେ ବ୍ୟବହାର କରିଛି ।

ଏହାବ୍ୟତୀତ ୟୁଜର କମ୍ପ୍ୟୁଟର ବିପକ୍ଷରେ ଚେସ୍‌ ଖେଳିବା ଲାଗି ଉତ୍ପନ୍ନ ହୋଇଥିବା ଗୋଟିର ମଧ୍ୟ ବ୍ୟବହାର କରିପାରିବେ । ଏହି ଉପକରଣ ବିଶେଷ ଭାବରେ ମନୋରଞ୍ଜନ ଲାଗି ଅଣାଯାଇଛି । ଏହାର ସେପରି କୌଣସି ବ୍ୟବସାୟିକ, ଶୈକ୍ଷିକ ବା ବ୍ୟବହାରିକ ଉଦ୍ଦେଶ୍ୟ ନାହିଁ । ଏଥିରେ ଆପଣ ମନ ଇଚ୍ଛା ଡାଇନୋସର, ବତକ ଆଦି ଗୋଟି ଏଆଇ ସାହାଯ୍ୟରେ ତିଆରି କରିପାରିବେ ।

X ସାଇଟ୍‌ରେ ସୂଚନା ଦେଲା ଗୁଗଲ୍‌:-

ଚେସ୍‌ ଖେଳ ଲାଗି ଗୁଗଲ୍‌ ଆଣିଥିବା ଏହି ଅନଲାଇନ ପ୍ଲାଟଫର୍ମ ସମ୍ପର୍କରେ ଏକ୍ସ ସାଇଟ୍‌ରେ ସୂଚନା ଦେଇଥିଲା । Google Labsର ଆନୁଷ୍ଠନିକ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ଟୁଲ୍‌ ରିଲିଜ ନେଇ ଗୁଗଲ୍‌ ସୂଚନା ଦେଇଛି । କମ୍ପାନୀ କହିଛି, " GenChess Imagen 3 ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମଡେଲର ଉପଯୋଗ କରି ୟୁଜରଙ୍କ ମନୋରଞ୍ଜନ ଲାଗି ଆଣିଛି । ଏହି ଉପକରଣ ବର୍ତ୍ତମାନ କେବଳ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉପଲବ୍ଧ । ଏପର୍ଯ୍ୟନ୍ତ ଭାରତରେ ଅଣାଯାଇନାହିଁ । ଏହି AI ଉପକରଣକୁ ଅଧିକ କ୍ଷେତ୍ରକୁ ବିସ୍ତାର କରାଯିବ କି ନାହିଁ ସେ ସମ୍ବନ୍ଧରେ କୌଣସି ସୂଚନା ନିଆଯାଇ ନାହିଁ ।"

ଏହା ବି ପଢନ୍ତୁ
  1. ବର୍ଷ 2024ର ବେଷ୍ଟ ଗୁଗଲ୍‌ ପ୍ଲେ ଷ୍ଟୋର ଆପ୍‌ କେଉଁଟା ? ଯାଞ୍ଚ କରନ୍ତୁ ପୂରା ତାଲିକା
  2. ଅଫଲାଇନରେ ବି ବ୍ୟବହାର କରିପାରିବେ Google Maps; ଜାଣନ୍ତୁ ଟ୍ରିକ୍‌
  3. ଏବେ ଆଇଫୋନ ୟୁଜର ବି ପାଇବେ Gemini AI ସୁବିଧା; ଆପ୍‌ ଷ୍ଟୋରରେ ହେଲା ଉପଲବ୍ଧ

କିପରି ବ୍ୟବହାର କରିବେ GenChess ?

  • ଜେନଚେସ୍‌କୁ ଖେଳିବା ଲାଗି ଆପଣଙ୍କୁ https://labs.google/genchess ଯିବାକୁ ପଡ଼ିବ ।
  • ଏହାପରେ ନିଜର Gmail ଆକାଉଣ୍ଟ ଜରିଆରେ ଲଗ୍‌ଇନ୍‌ କରନ୍ତୁ ।
  • ଲଗ୍‌ଇନ୍‌ ପରେ ଜେନେରେଟ୍‌ ବଟନ୍‌ ଉପରେ କ୍ଲିକ୍‌ କରନ୍ତୁ ।
  • ଚେସ୍‌ ବୋର୍ଡ ଲାଗି ନିଜ ପସନ୍ଦର ଏକ Theme (ଯେପରିକି ସମୁଦ୍ର ଜୀବ, ବତକ ଆଦି)କୁ ଚୟନ କରନ୍ତୁ ।
  • ଏହାପରେ ଉକ୍ତ ଥିମ ଜେନେରେଟ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଆପଣଙ୍କ ନିର୍ଦ୍ଦେଶ ଅନୁଯାୟୀ ଥିମ ସହ ଚେସବୋର୍ଡ ଆସିବ ।
  • ଯଦି ଆପଣଙ୍କୁ ଏହି ଥିମ୍‌ ପସନ୍ଦ ଆସୁନାହିଁ, ତେବେ ଆପଣ 'Regenerate' ଉପରେ କ୍ଲିକ କରି ଆଉ ଏକ ଡିଜାଇନ ଦେଖିପାରିବେ ।
  • ନିଜ ଥିମ ଚେସବୋର୍ଡ ଆସିବା ପରେ ‘Generate opponent’ ବଟନ୍‌ ଉପରେ କ୍ଲିକ କରନ୍ତୁ । ଏହାପରେ ଖେଳ ଆରମ୍ଭ କରନ୍ତୁ ।

କମ୍ପ୍ୟୁଟର ସହ ବି ଖେଳିପାରିବେ:-

ଆପଣ GenChess ପ୍ଲାଟଫର୍ମରେ କମ୍ପ୍ୟୁଟରକୁ ବିପକ୍ଷ ଟିମ ବନାଇ ଚେସ୍‌ ଖେଳିପାରିବେ । ଏଥିଲାଗି ଆପଣଙ୍କୁ 'Difficulty level' ଚୟନ କରିବା ସହ ଏକ ନିର୍ଦ୍ଦିଷ୍ଟ ଟାଇମ୍‌ ସେଟ୍‌ କରିବାକୁ ହେବ । ଏହାପରେ 'Play Chess' ଉପରେ ଟାପ୍‌ କରି ଖେଳ ଆରମ୍ଭ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.