ETV Bharat / technology

ଫେସବୁକ-ଇନଷ୍ଟାଗ୍ରାମରେ ନୂଆ ଫିଚର, ଛୁଆଙ୍କୁ ଅଜଣା ବ୍ୟକ୍ତି କରିପାରିବେନି ମେସେଜ - ଫେସବୁକ ଇନଷ୍ଟାଗ୍ରାମରେ ନୂଆ ଫିଚର

Facebook and Instagram Limit DM: ଏଣିକି ଫେସବୁକ କିମ୍ବା ଇନଷ୍ଟାଗ୍ରାମରେ ଛୁଆଙ୍କୁ ମେସେଜ କରିପାରିବେ ନାହିଁ ଅଜଣା ବ୍ୟକ୍ତି । ଆସିଲା ନୂଆ ଫିଚର । ଅଧିକ ପଢନ୍ତୁ

Facebook and Instagram Limit DM
Facebook and Instagram Limit DM
author img

By ETV Bharat Odisha Team

Published : Jan 27, 2024, 7:46 PM IST

ହାଇଦ୍ରାବାଦ: ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ବହୁଳ ବ୍ୟବହାର ହେଉଛି ଫେସବୁକ ଏବଂ ଇନଷ୍ଟାଗ୍ରାମ୍ । ବିଶେଷ କରି ଛୋଟ ଛୁଆମାନେ ରିଲ୍ସ ଦେଖି ଅଧିକ ସମୟ ଅତିବାହିତ କରୁଛନ୍ତି । ଯାହା ଦ୍ବାରା ଛୁଆଙ୍କ ଉପରେ କୁପ୍ରଭାବ ପଡୁଛି। ତେବେ ଏନେଇ ପୂର୍ବରୁ ଅନେକ ଫିଚର ରୋଲଆଉଟ କରିଥିବା ବେଳେ ଆଉ ଏକ ଫିଚର ଆଣିଛି ମେଟା । ଛୁଆମାନଙ୍କୁ ଯେଉଁଭଳି ଭାବେ କୌଣସି କ୍ଷତି ନହେବ ସେନେଇ ମେଟା ସମୟ ସମୟରେ ଚାଇଲ୍ଡ ସେଫ୍ଟି ଫିଚର ଅପଡେଟ୍ କରିଥାଏ । ତେବେ ଶିଶୁଙ୍କ ସୁରକ୍ଷା ବା ସେଫ୍ଟିକୁ ଦୃଷ୍ଟିରେ ରଖି ମେଟା ଉଭୟ ପ୍ଲାଟଫର୍ମ ପାଇଁ ଏକ ନୂଆ ନିୟମ ଲାଗୁ କରିଛି ।

ସୋସିଆଲ ମିଡିଆର ସେନ୍ସେଟିଭି କଣ୍ଟେଣ୍ଟ ଛୋଟ ଛୁଆମାନଙ୍କ ଉପରେ କୁପ୍ରଭାବ ପକାଉଛି । ଶିଶୁ ସୁରକ୍ଷାକୁ ଧ୍ୟାନରେ ରଖି ଚଳିତବର୍ଷ ପ୍ରାରମ୍ଭରେ ନାବାଳକ ବା ନାବାଳିକାମାନଙ୍କ ଆକାଉଣ୍ଟକୁ ମୋଷ୍ଟ ରେଷ୍ଟ୍ରିକ୍ଟିଭ କାଟୋଗୋରୀରେ ସାମିଲ କରିଛି । ଏହା ଦ୍ବାରା ଛୁଆମାନଙ୍କ ଫିଡ୍ କିମ୍ବା ଏକ୍ସପ୍ଲୋରରେ ସେନ୍ସେଟିଭ କଣ୍ଟେଣ୍ଟ ଦେଖାଯାଉ ନାହିଁ ।

ଛୁଆମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେଟା ଦ୍ବାରା ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । 16 ବର୍ଷରୁ କମ୍ ବୟସର ଛୁଆଙ୍କ ଆକାଉଣ୍ଟରେ କମ୍ପାନୀ ଏକ ନୂଆ ପ୍ରତିବନ୍ଧକ ଲାଗୁ କରିଛି । ତେବେ ଛୁଆମାନଙ୍କର ଆକାଉଣ୍ଟର ଡିଏମ(DM) ସେଟିଂରେ ପରିବର୍ତ୍ତନ କରିଛି । ଏହି ପରିବର୍ତ୍ତନ ଦ୍ବାରା ଫଲୋର୍ସ କିମ୍ବା ପ୍ରୋଫାଇଲ ସହିତ ଜଡିତ ବ୍ୟକ୍ତି ହିଁ ମେସେଜ କରିପାରିବେ । କୌଣସି ଅଜଣା ବ୍ୟକ୍ତି ମେସେଜ କରିବାରେ ସମର୍ଥ ହେବେ ନାହିଁ । ଏହା ଦ୍ବାରା ଛୁଆମାନେ ସୋସିଆଲ ମିଡିଆରେ ସୁରକ୍ଷିତ ରହିବା ସହିତ ବିଭ୍ରାନ୍ତକାରୀ କଣ୍ଟେଣ୍ଟ ଠାରୁ ମଧ୍ୟ ଦୂରେଇ ରହିପାରିବେ ।

ଏହା ମଧ୍ୟ ପଢନ୍ତୁ : ରାତି 10 ପରେ ଇନଷ୍ଟାଗ୍ରାମ ଦେଖିପାରିବେନି ଛୋଟ ଛୁଆ ! ୟୁଜର୍ସଙ୍କୁ ଆସିବ ମେସେଜ

ପ୍ରକାଶଥାଉକି, ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଇନଷ୍ଟାଗ୍ରାମ ଛୋଟ ଛୁଆଙ୍କ ପାଇଁ ନଜସ ଫିଚର ରୋଲଆଉଟ କରିଛି । ରାତି 10 ଟା ପରେ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ ନାହିଁ ଛୋଟ ଛୁଆ । ଏହାର ଅର୍ଥ ପ୍ଲାଟଫର୍ମରୁ ଦୂରେଇ ରହିବା ପାଇଁ ରାତି 10 ଟା ପରେ ଆପରେ ଏକ ମେସେଜ ଦେଖାଯିବ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଛୋଟଛୁଆ ଯେଭଳି ଆପ ବ୍ୟବହାର ନକରିବେ ତାହାକୁ ଦୃଷ୍ଟିରେ ରଖି ଏହି ଫିଚର ଯୋଡାଯାଇଥିବା ନେଇ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.