ETV Bharat / technology

ହ୍ବାଟ୍ସଆପ-ଫେସବୁକରେ ଆସିଲା AI ଫିଚର; ଜାଣୁନ୍ତୁ ଏହା କଣ, କିପରି କରିବେ ବ୍ୟବହାର ? - WhatsApp Meta AI feature

author img

By ETV Bharat Odisha Team

Published : Jul 12, 2024, 1:22 PM IST

WHATSAPP META AI FEATURE: ଆଫଣଙ୍କ ହ୍ବାଟ୍ସଆପ ଓ ଫେସବୁକରେ ଆସୁଛିକି ନିଳ ରଙ୍ଗର ସର୍କଲ । ଏହା କଣ ଜାଣିବା ପାଇଁ ପଢନ୍ତୁ ପୁରା ଖବର । ଅଧିକ ପଢନ୍ତୁ

WHATSAPP META AI FEATURE
WHATSAPP META AI FEATURE (Meta)

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୋସିଆଲ ମିଡିଆ ଆପ ଫେସବୁକ, ହ୍ବାଟ୍ସଆପ ଓ ଇନଷ୍ଟାଗ୍ରାମ ପେଜରେ ଏକ ନିଳ ରଙ୍ଗର ଗୋଲ ଦେଖିବାକୁ ମିଳୁଛି । ଅନେକ ୟୁଜର୍ସକୁ ଏହାକୁ ନେଇ ଚିନ୍ତିତ ଅଛନ୍ତି, ଏହା କଣ କାହିଁ କାହିଁ ସ୍କ୍ରିନ ଉପରେ ଆସୁଛି ତାହା ଜାଣିପାରୁ ନାହାନ୍ତି । ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି ନୀଳ ରଙ୍ଗର ସର୍କଲ ମେଟାର ସ୍ମାର୍ଟ ଆସିଷ୍ଟାଣ୍ଟ, ମେଟା ଏଆଇକୁ ଦର୍ଶାଇଥାଏ । ଭାରତରେ ଏହି AI ଆସିଷ୍ଟାଣ୍ଟକୁ ଉପଭୋକ୍ତାମାନେ ମାଗଣାରେ ବ୍ୟବହାର କରିପାରିବେ। ଦୁଇମାସ ପୂର୍ବେ ମେଟା ଏଆଇକୁ ଲଞ୍ଚ କରିଥିଲା, କିନ୍ତୁ ଏହା କେବଳ କିଛି ଦେଶରେ ଉପଲବ୍ଧ ଥିଲା । ବର୍ତ୍ତମାନ ଏହା ଭାରତରେ ମଧ୍ୟ ଲଞ୍ଚ କରାଯାଇଛି।

WHATSAPP META AI FEATURE
WHATSAPP META AI FEATURE (ETV BHARAT ODISHA)

ମେଟା AI ମଡେଲର କାମ କ’ଣ ?: ମେଟା ଏଆଇ ଏକ ଉନ୍ନତମାନର AI ମଡେଲ୍ । ଏହା ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇପାରିବ । ଆପଣଙ୍କ ପାଇଁ କଣ୍ଟେଣ୍ଟ ମଧ୍ୟ ତିଆରି କରିପାରିବ, AI ଫଟୋ ଜେନେରେଟ କରିପାରିବ ଏବଂ ଭାଷା ଅନୁବାଦ କରିପାରିବ । ଏହି AI ମଡେଲ୍ LLaMA 3 ମଡେଲ୍ ଉପରେ ଆଧାରିତ, ଯାହା ଦୁନିଆର ସବୁଠାରୁ ଆଡଭାନ୍ସ ଲାଙ୍ଗୁଏଜ ମଡେଲ୍ ମଧ୍ୟରୁ ଅନ୍ୟତମ ।

ଏହା ମଧ୍ୟ ପଢନ୍ତୁ-AI ବିପ୍ଲବ: ଟେକ୍ ପାୱାରହାଉସ୍ ହେବାରେ ଆନ୍ଧ୍ର ପାଇଁ ପ୍ରଶସ୍ତ କରିପାରେ ମାର୍ଗ - AI revolution

ହ୍ବାଟ୍ସଆପରେ AIକୁ କିପରି ବ୍ୟବହାର କରିବେ ?: ପ୍ରଥମେ ହ୍ବାଟ୍ସଆପ ଖୋଲନ୍ତୁ । ଏହାପରେ ଆପଣଙ୍କ ଚାଟ ଲିଷ୍ଟ ସାଇଡରେ ଏକ ନୀଳ ରଙ୍ଗର ସର୍କଲ ଦେଖିବାକୁ ପାଇବେ । ଏହା ଉପରେ କ୍ଲିକ କରିବା ପରେ ଆପଣ ମେଟା AI ର Llama-3 ରେ ପହଞ୍ଚିବେ । ଏହାପରେ ଟର୍ମ ଅଫ ୟୁଜ ପଢନ୍ତୁ ଓ ଏହାକୁ ଗ୍ରହଣ କରନ୍ତୁ । ଏହା ପରେ, ଟାଇପିଂ ବକ୍ସରେ ଆପଣଙ୍କର ପ୍ରଶ୍ନ ଲେଖନ୍ତୁ ଏବଂ ସେଣ୍ଡ ବଟନରେ କ୍ଲିକ କରନ୍ତୁ । ଏହା ପରେ ମେଟା ଏଆଇର ଉତ୍ତରକୁ ପାଇଁ ଅପେକ୍ଷା କରନ୍ତୁ । କିଛି ସେକେଣ୍ଡ ପରେ ପ୍ରଶ୍ନର ଉତ୍ତର ଆସିଯିବ ।

ଫେସବୁକ୍ ମେସେଞ୍ଜରରେ ମେଟା ଏଇ କୁ କିପରି ବ୍ୟବହାର କରିବେ ? : ଯଦି ଆପଣ ଫେସବୁକ୍ ମେସେଞ୍ଜର ବ୍ୟବହାର କରୁଛନ୍ତି ତେବେ ଆପଣ ମେଟା AI ମଡେଲକୁ ବ୍ୟବହାର କରିପାରିବେ । ଫେସବୁକ୍ ମେସେଞ୍ଜରରେ ମେଟା ଏଇ ବ୍ୟବହାର କରିବାକୁ ପ୍ରଥମେ ଫେସବୁକ୍ ମେସେଞ୍ଜର ଖୋଲନ୍ତୁ । ଏଠାରେ ସ୍କ୍ରିନ ଉପରେ ଦେଖାଯାଉଥିବା ନୀଳ ରଙ୍ଗର ସର୍କଲ ଉପରେ କ୍ଲିକ୍ କରନ୍ତୁ । ଏହାପରେ ମେସେଜ ବକ୍ସକୁ ଯାଇ ଯାହାବି ପ୍ରଶ୍ନ କରିବାକୁ ଚାହୁଁଛନ୍ତି ଟାଇପ କରନ୍ତୁ । ଏହାପରେ ସେଣ୍ଡିଂ କରିବା ପରେ ଉତ୍ତର କିଛି ସମୟ ପରେ ପାଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.