ETV Bharat / technology

ଜାନୁଆରୀ ଏହି ତାରିଖରେ ଲଞ୍ଚ ହେବ Mercedes-Benz 450; କଣ ମିଳିବ ଫିଚର - MERCEDES BENZ EQS SUV 450 LAUNCH

Mercedes-Benz ଭାରତୀୟ ବଜାରରେ Mercedes-Benz EQS 450 ଲଞ୍ଚ କରିବାକୁ ଯାଉଛି । ଏହି କାରକୁ 2025 ଜାନୁଆରୀରେ ମାର୍କେଟରେ ଉପଲବ୍ଧ ହେବ । ଅଧିକ ପଢନ୍ତୁ

MERCEDES BENZ EQS SUV 450 LAUNCH
MERCEDES BENZ EQS SUV 450 LAUNCH (Photo Credit- Mercedes-Benz)
author img

By ETV Bharat Tech Team

Published : 4 hours ago

ହାଇଦ୍ରାବାଦ: ବିଳାସପୂର୍ଣ୍ଣ କାର ନିର୍ମାତା କମ୍ପାନୀ ମର୍ସିଡିଜ୍-ବେଞ୍ଜ୍ ଏହାର ନୂତନ ଇଲେକଟ୍ରିକ ଏସୟୁଭି ମର୍ସିଡିଜ୍-ବେଞ୍ଜ୍ EQS 450 ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି । ଏହାସହିତ ମର୍ସିଡିଜ୍-ବେଞ୍ଜ୍ ଜି 580 ମଧ୍ୟ ଲଞ୍ଚ କରାଯିବ । ଯେଉଁଥିରେ କମ୍ପାନୀର ଇକ୍ୟୁ ଟେକ୍ନୋଲୋଜି ବ୍ୟବହାର କରାଯିବ । ଆସନ୍ତା ବର୍ଷ ଜାନୁଆରୀ 9 ତାରିଖରେ କମ୍ପାନୀ ଏହି ଦୁଇଟି କାରକୁ ବଜାରରେ ଲଞ୍ଚ କରିବାକୁ ଯୋଜନା କରୁଛି ।

Mercedes-Benz EQS 450ର ସ୍ପେଶିଫିକେସନ:-

EQS 450 SUV କମ୍ପାନୀର ଲାଇନଅପ୍‌ରେ (Maybach ବ୍ୟତୀତ) ଦ୍ବିତୀୟ ଭାରିଏଣ୍ଟ ହେବ ଏବଂ 5 ସିଟ୍ ବିଶିଷ୍ଟ କନଫିଗିରେସନରେ ଉପଲବ୍ଧ ହେବ । 7 ସିଟ୍ ବିଶିଷ୍ଟ EQS 580 4Matic SUVରେ ବ୍ୟବହୃତ ସମାନ 122kWh ବ୍ୟାଟେରୀ ପ୍ୟାକ୍ ଏହି କାରରେ ବ୍ୟବହୃତ ହେବ । ଏହି କାରକୁ 200kW DC ଫାଷ୍ଟ ଚାର୍ଜର ବ୍ୟବହାର କରି ମାତ୍ର 31 ମିନିଟରେ 10ରୁ 80 ପ୍ରତିଶତ ଚାର୍ଜ କରାଯାଇପାରିବ । ମର୍ସିଡିଜ୍-ବେଞ୍ଜ୍ EQA ଏବଂ EQE SUV ଯଥାକ୍ରମେ 70.5kWh ଏବଂ 90.5kWh ବ୍ୟାଟେରୀ ସହିତ ଆସିଥାଏ ।

ଏହା ବି ପଢନ୍ତୁ
  1. ଭାରତ ବଜାରରେ ଏଣ୍ଟ୍ରି ମାରିଲା Mercedesର ଇଲେକ୍ଟ୍ରିକ କାର; ଆଜି ଲଞ୍ଚ
  2. ନୂଆବର୍ଷ ଆରମ୍ଭରୁ ମହଙ୍ଗା ହେବ ଏହି କମ୍ପାନୀର କାର; ତାଲିକାରେ କିଏ ଜାଣନ୍ତୁ

Mercedes-Benz EQS 450 ଏକ୍ସଟିରିଅର:-

ଏଣ୍ଟ୍ରି-ଲେଭଲ୍ EQS SUV ଏକ ପରିଚିତ ଡିଜାଇନ ଦିଆଯାଇଛି, ଯେଉଁଥିରେ ବ୍ଲାଙ୍କେଡ ଅଫ୍ ଗ୍ରୀଲ୍ ଲଗାଯାଇଛି, ଯାହାକି ଆଗ ବମ୍ପରର ତଳ ପର୍ଯ୍ୟନ୍ତ ବିସ୍ତାର କରାଯାଇଛି । ଏହାର ଏଲଇଡି ହେଡଲ୍ୟାମ୍ପଗୁଡିକ କାରର ନୋଜ ଉପରେ ଚାଲୁଥିବା ଏକ ହାଲୁକା ବାର୍‌ ସହିତ ଯୋଡ଼ାଯାଇଛି । ଏଥିରେ 21 ଇଞ୍ଚର ରିଫ୍ରେସ ଡିଜାଇନ ହୋଇଥିବା ଆଲଏ ହ୍ବିଲ ଚକ ବ୍ୟବହାର କରାଯାଇଛି ।

Mercedes-Benz EQS 450 ଇଣ୍ଟିରିଅର:-

କାରର ଭିତର ଡିଜାଇନ ବିଷୟରେ କହିବାକୁ ଗଲେ କ୍ୟାବିନରେ କ୍ରାଫ୍ଟେଡ କଭର ସହିତ ସିଟ୍‌ ରହିଛି ଏବଂ ଏଥିରେ ଏୟାର କଣ୍ଟ୍ରୋଲ୍ ପ୍ଲସ୍ ଭଳି ସ୍ବତନ୍ତ୍ର ଫିଚର ପ୍ରଦାନ କରାଯାଇଛି । ଏଥିରେ 56 ଇଞ୍ଚର ହାଇପରସ୍କ୍ରିନ୍ ସେଟଅପ୍ 12.3-ଇଞ୍ଚ୍ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର ଏବଂ ଫ୍ରଣ୍ଟା ପାସେଞ୍ଜର ସ୍କ୍ରିନ ଏବଂ 17.7-ଇଞ୍ଚ୍ ଟଚ୍‌ସ୍କ୍ରିନ୍ ଇନଫୋଟେନମେଣ୍ଟ୍ ଅଛି । ଏହା ବ୍ୟତୀତ ଟ୍ବିନ 11.6-ଇଞ୍ଚର ପଛ ମନୋରଞ୍ଜନ ପରଦା, 5-ସ୍ପିକର ବର୍ମେଷ୍ଟର ଅଡିଓ ସିଷ୍ଟମ, 360-ଡିଗ୍ରୀ କ୍ୟାମେରା, 5-ଜୋନ୍ ସ୍ବୟଂଚାଳିତ ଜଳବାୟୁ ନିୟନ୍ତ୍ରଣ, ସଫ୍ଟ କ୍ଲୋଜ ଡୋର, ପଡଲ୍ ଲ୍ୟାମ୍ପ ଭଳି ଫିଚର ପ୍ରଦାନ କରାଯାଇଛି । ସୁରକ୍ଷା ଫିଚର ସମ୍ପର୍କରେ କହିଲେ ଏଥିରେ ଲେଭଲ-2 ADAS, 9 ଏୟାରବ୍ୟାଗ ଏବଂ ଅନ୍ୟାନ୍ୟ ଫିଚର ରହିବ ବୋଲି ଆଶା କରାଯାଉଛି ।

ଦାମ କେତେ ରହିବ ?

ଅତିରିକ୍ତ କ୍ୟାବିନ ସ୍ଥାନ ଚାହୁଁଥିବା ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମର୍ସିଡିଜ୍ EQS 450 SUV ଡିଜାଇନ କରାଯାଇଛି । ଯଦିଓ କମ୍ପାନୀ ଏହାର ଦାମ କେତେ ରଖିବ ତାହା ଏପର୍ଯ୍ୟନ୍ତ ଖୁଲାସା କରିନାହିଁ, କିନ୍ତୁ ଏହା 1.59 କୋଟି ଟଙ୍କାର EQE ଏବଂ 1.61 କୋଟି ଟଙ୍କାର EQS ଏସୟୁଭି ମଧ୍ୟରେ ରଖାଯାଇପାରିବ ବୋଲି ଆକଳନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.