ETV Bharat / technology

Jaguar ବଦଳାଇଲା ବର୍ଷ ପୁରୁଣା ଲୋଗୋ; ଏମିତି ପ୍ରତିକ୍ରିୟା ରଖିଲେ ଏଲନ ମସ୍କ - JAGUAR UNVEILS ITS NEW BRAND LOGO

ଜାଗୁଆର ବଦଳାଇଲା ବର୍ଷ ପୁରୁଣା ଲୋଗୋ । ଏଲନ ମସ୍କ କହିଲେ 'ତୁମେ କାର ବିକ୍ରି କର ତ ?' ଜାଣନ୍ତୁ ପୂରା ଘଟଣା

Jaguar Unveils Its New Brand Logo
Jaguar Unveils Its New Brand Logo (Credit- Jaguar)
author img

By ETV Bharat Tech Team

Published : Nov 20, 2024, 4:58 PM IST

ହାଇଦ୍ରାବାଦ: ବ୍ରିଟିଶ ଲକ୍ସରୀ ବା ବିଳାସପୂର୍ଣ୍ଣ କାର ନିର୍ମାତା କମ୍ପାନୀ ଜାଗୁଆର (Jaguar) ବର୍ଷ ପୁରୁଣା ଲୋଗୋକୁ ପରିବର୍ତ୍ତନ କରିଛି । ଇଂରାଜୀରେ G ଓ Uକୁ ଛାଡ଼ି ବାକି ଅକ୍ଷରକୁ ପରିବର୍ତ୍ତନ କରାଯାଇଛି । ଏହାସହିତ ଶବ୍ଦରେ ଥିବା ସମସ୍ତ ଅକ୍ଷରକୁ ଗୋଲ୍ଡେନ ରଙ୍ଗରେ ଲେଖାଯାଇଛି । କମ୍ପାନୀ ଏବେ ନିଜର ଧ୍ୟାନ କେବଳ ଇଲେକ୍‌ଟ୍ରିକ୍‌ କାର ଉପରେ ରଖିବାକୁ ଯାଉଥିବାରୁ ଏଥିଲାଗି ଲୋଗୋ ପରିବର୍ତ୍ତନ କରୁଛି ବୋଲି କୁହାଯାଉଛି ।

କାହିଁକି ଲୋଗୋ ପରିବର୍ତ୍ତନ କଲା କମ୍ପାନୀ ?

ଜାଗୁଆର ବହୁତ ପୁରୁଣା କାର ନିର୍ମାତା କମ୍ପାନୀ । 1935 ମସିହାଠାରୁ କମ୍ପାନୀ ଗତ 89ବର୍ଷ ଧରି ବିଭିନ୍ନ ପ୍ରକାର କାର ନିର୍ମାଣ କରିଆସୁଛି । ଏବେ କମ୍ପାନୀ ନିଜର ପୂରା ଧ୍ୟାନ ଇଲେକ୍‌ଟ୍ରିକ କାର ଉପରେ ରଖିବ । ଆସନ୍ତା ଡିସେମ୍ବର 3 ତାରିଖରେ କମ୍ପାନୀ ମିୟାମି ଆର୍ଟ ୱିକରେ ନୂଆ ଇଲେକ୍‌ଟ୍ରିକ୍‌ କାର ମଡେଲର ଖୁଲାସା କରିବ । 2026ଠାରୁ ଏହି କମ୍ପାନୀ କେବଳ EV ବ୍ରାଣ୍ଡକୁ ପରିବର୍ତ୍ତିତ ହେବ । ଏଥିଲାଗି କମ୍ପାନୀ ନିଜର ଲୋଗୋର ପରିବର୍ତ୍ତନ କରିଛି ।

ଏହା ବି ପଢନ୍ତୁ
  1. Mahindra Tharର ରେକର୍ଡ ସେଲ୍‌; ବିକ୍ରି ସଂଖ୍ୟା 2ଲକ୍ଷ ୟୁନିଟ୍‌ ପାର
  2. X ଛାଡୁଥିବା ୟୁଜରଙ୍କୁ ସ୍ବାଗତ କରୁଥିବା Bluesky କଣ ? ରାତିରାତି ଛୁଇଁଲାଣି ସଫଳତା
Jaguar ବଦଳାଇଲା ବର୍ଷ ପୁରୁଣା ଲୋଗୋ
Jaguar ବଦଳାଇଲା ବର୍ଷ ପୁରୁଣା ଲୋଗୋ (Credit- Jaguar)

କିପରି ଜାଗୁଆରର ନୂଆ ଲୋଗୋ ?

ଜାଗୁଆରର ନୂତନ ଲୋଗୋରେ G ଏବଂ U ଅପରକେସ୍‌ରେ ଅଛି । ସମସ୍ତ ଅକ୍ଷରଗୁଡିକ ଗୋଲ୍ଡେନ ରଙ୍ଗରେ ଡିଜାଇନ କରାଯାଇଛି । ଜମ୍ପିଙ୍ଗ୍ କ୍ୟାଟ୍ ଲୋଗୋ ମଧ୍ୟ ଏକ ପିତ୍ତଳ ଏମ୍ବେଡ୍ ଅପଡେଟ୍ ପାଇଛି । ଏହା ବ୍ୟତୀତ ମାର୍କେଟିଂ ସ୍ଲୋଗାନରେ 'ଡିଲିଟ୍ ଅର୍ଡିନାରୀ', 'ଲାଇଭ୍ ଭିଭିଡ୍' ଏବଂ 'ନଥିଙ୍ଗ କପି' ଭଳି ସ୍ଲୋଗାନ ରଖାଯାଇଛି । ଜାଗୁଆର ଏମଡି ରାଡନ୍ ଗ୍ଲୋଭର କହିଛନ୍ତି, "ନୂଆ କାରଗୁଡିକ ଜାଣିଶୁଣି ବିକ୍ରିରୁ ହଟାଇ ଦିଆଯାଇଛି କାରଣ ଏହା ବିଶ୍ବାସ କରାଯାଉଥିଲା ଯେ ପୁରାତନ ମଡେଲ ଏବଂ ନୂତନ ଲୁକ୍ ଜାଗୁଆର ମଧ୍ୟରେ ଏହା ଏକ ପ୍ରତିବନ୍ଧକ ସାଜିପାରେ ।"

କଣ କହିଲେ ଏଲନ ମସ୍କ ?

ଇଲେକ୍‌ଟ୍ରିକ୍‌ କାର ନିର୍ମାତା କମ୍ପାନୀ ଟେସଲା ସିଇଓ ଏଲନ ମସ୍କ ଜାଗୁଆରର ନୂଆ ଲୋଗୋ ଲଞ୍ଚ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି । X ସାଇଟ୍‌ରେ ସେ ନୂଆ ଲୋଗୋ ଲଞ୍ଚ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, " କଣ ଆପଣ କାର ବିକ୍ରି କରନ୍ତି ? (Do you sell cars?)" ଏଲନ୍ ମସ୍କଙ୍କ ପ୍ରଶ୍ନର ଉତ୍ତରରେ ଜାଗୁଆର ଲେଖିଛି, "ହଁ ଆମେ ଆପଣଙ୍କୁ ଦେଖାଇବାକୁ ଚାହିଁବୁ, ଡିସେମ୍ବର 2ରେ ମିଆମିରେ ଏକ କପ୍ ଚା' ପାଇଁ ଆମ ସହିତ ଯୋଗ ଦିଅନ୍ତୁ ।"

ଜାଗୁଆର କମ୍ପାନୀ ସମ୍ପର୍କରେ...

ଟାଟା ମୋଟର୍ସ ମାଲିକାନାରେ ଥିବା ବିଳାସପୂର୍ଣ୍ଣ ଅଟୋମୋବାଇଲ କମ୍ପାନୀ 'ଜାଗୁଆର ଲ୍ୟାଣ୍ଡ ରୋଭର' ବର୍ତ୍ତମାନ କେବଳ ଭାରତରେ କାର ଉତ୍ପାଦନ କରୁଛି । ଜାଗୁଆର ଲ୍ୟାଣ୍ଡ ରୋଭରର ଫ୍ଲାଗସିପ୍ କାର 'ରେଞ୍ଜ ରୋଭର' ଏବଂ ' ରେଞ୍ଜ ରୋଭର ସ୍ପୋର୍ଟସ' କମ୍ପାନୀ ପ୍ରତିଷ୍ଠା (1922) ପରଠାରୁ ପ୍ରଥମ ଥର ପାଇଁ ଇଂଲଣ୍ଡ ବାହାରେ କୌଣସି ଏକ ଦେଶରେ ଉତ୍ପାଦିତ ହେଉଛି । ଏହାପୂର୍ବରୁ ଏହି କାରଗୁଡିକ କେବଳ ଇଂଲଣ୍ଡର ସୋଲିହୁଲଠାରେ ନିର୍ମିତ ହେଉଥିଲା । ଆଗକୁ ଏହି କମ୍ପାନୀ କେବଳ ଇଲେକ୍‌ଟ୍ରିକ୍‌ କାର ଉତ୍ପାଦିତ କରିବା ସହ ଇଲେକ୍‌ଟ୍ରିକ୍‌ କାର ବ୍ରାଣ୍ଡ କମ୍ପାନୀ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.