ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଗତ କିଛି ବର୍ଷରେ ଅଦ୍ଭୂତପୂର୍ବ ସଫଳତା ହାସଲ କରିଛି । ମଙ୍ଗଳଯାନ ହେଉ କି ଚନ୍ଦ୍ରଯାନ ଇସ୍ରୋ କମ ଖର୍ଚ୍ଚରେ ସାଟେଲାଇଟ ଲଞ୍ଚ କରିବାରେ ସକ୍ଷମ ହୋଇଛି । ଏହାରି ମଧ୍ୟରେ ଇସ୍ରୋକୁ ଆଉ ଏକ ସଫଳତା ମିଳିବାକୁ ଯାଉଛି । ଆସନ୍ତା ଡିସେମ୍ବର 4 ତାରିଖରେ ଇସ୍ରୋ ଶ୍ରୀହରିକୋଟା ସ୍ପେଶପୋର୍ଟରୁ ୟୁରୋପୀୟ ମହାକାଶ ଏଜେନ୍ସି (ESA)ର ପ୍ରୋବା-3 ମିଶନକୁ ଲଞ୍ଚ କରିବାକୁ ଯାଉଛି । ESAର ଏହି ମିଶନ ସୂର୍ଯ୍ୟଙ୍କ କୋରୋନା ବା ବାହ୍ୟ ବଳୟ ଉପରେ ଗବେଷଣା କରିବ ।
🚀 Witness the Marvel of a Launch!
— ISRO (@isro) November 28, 2024
The PSLV-C59/PROBA-03 Mission is set to take flight on 4th December 2024, 16:08 IST from SDSC SHAR, Sriharikota! 🌍✨
Be there to experience the wonder:
🎟️ Launch View Gallery registrations open 28th Nov 2024, 18:00 IST.
📍 Secure your spot:…
କଣ ଏହି Proba-3 ମିଶନ ?
ୟୁରୋପୀୟ ମହାକାଶ ଏଜେନ୍ସି ESAର ଏହି ମିଶନ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବା ଉଦ୍ଦେଶ୍ୟରେ ଲଞ୍ଚ କରାଯିବ । ଏହା ପୂର୍ବରୁ ଇସ୍ରୋ 2001ରେ Proba-1 ଓ 2009ରେ Proba-2 ମିଶନକୁ ସଫଳତାର ସହିତ ଲଞ୍ଚ କରିଥିଲା । Proba-3 ମିଶନକୁ ୟୁରୋପ ଅନେକ ଦେଶର ସହାୟତାରେ ଲଞ୍ଚ କରୁଛି । ଏଥିରେ ଭାରତ ସମେତ ସ୍ପେନ, ପୋଲାଣ୍ଡ, ବେଲଜିୟମ, ଇଟାଲୀ ଓ ସ୍ବିଜରଲ୍ୟାଣ୍ଡ ମଧ୍ୟ ସାମିଲ । 200ମିଲିୟନ ୟୁରୋ ଆନୁମାନିକ ମୂଲ୍ୟର ଏହି ମିଶନ 2ବର୍ଷ ପର୍ଯ୍ୟନ୍ତ ଚାଲିବ । ଏହା ଏକ ଐତିହାସିକ ମିଶନ ହେବ କାରଣ ମହାକାଶରେ 'Precision Formation Flying' ପରୀକ୍ଷା କରାଯିବ । ଅର୍ଥାତ 2ଟି ସାଟେଲାଇଟ୍ ଏକା ସମୟରେ ଉଡି଼ବେ ।
ଏହା ବି ପଢନ୍ତୁ |
ପ୍ରୋବା-3 ମିଶନରେ 2ଟି ସ୍ପେଶକ୍ରାଫ୍ଟ ରହିଛି, ଗୋଟିଏ ହେଉଛି Occulter ଯାହାର ଓଜନ ପ୍ରାୟ 200କେଜି ଓ ଅନ୍ୟଟି Coronagraph ଯାହାର ଓଜନ 340କେଜି । ଡିସେମ୍ବର 4 ତାରିଖରେ ଏହି ଦୁଇଟି ସାଟେଲାଇଟ୍କୁ ଲଞ୍ଚ କରାଯିବା ପରେ ଏହା ଅଲଗା ଅଲଗା ହୋଇୟିବ । କିନ୍ତୁ ପରେ ଏହାକୁ ଏକାଠି ଅଣାଯିବ, ଯାହାଦ୍ବାରା ଗୋଟିଏ ସାଟେଲାଇଟ୍ ସୋଲାର କୋରୋନାଗ୍ରାଫ ଗଠନ କରିବେ । କିଛି ଉପକରଣ ସୂର୍ଯ୍ୟଙ୍କ କିରଣକୁ ବ୍ଲକ୍ କରିବା ଦ୍ବାରା ଗବେଷକମାନେ ସୂର୍ଯ୍ୟଙ୍କ ବାହ୍ୟମଣ୍ଡଳକୁ ଭଲ ଭାବେ ଷ୍ଟଡି କରିବାରେ ସକ୍ଷମ ହେବେ ।
Watch live: how to watch the launch of ESA's eclipse-making #Proba3 on an @ISRO PSLV-XL rocket on Wednesday, 4 December, at 11:38 CET (10:38 GMT, 16:08 local time).https://t.co/gGsiK3O3CN
— European Space Agency (@esa) November 28, 2024
Proba-3 ମିଶନର ଲକ୍ଷ୍ୟ:-
ପ୍ରୋବା-3 ମିଶନର ଲକ୍ଷ୍ୟ ହେଉଛି ସୂର୍ଯ୍ୟଙ୍କ କୋରୋନାକୁ ଅଧ୍ୟୟନ କରିବା । ଏହା ସୂର୍ଯ୍ୟଙ୍କ ସେହି ଭାଗ ଯାହାର ତାପମାତ୍ରା 20 ଲକ୍ଷ ଡିଗ୍ରୀ ଫାରେନାଇଟ୍ ରହିଥାଏ । ସୋଲାର କୋରୋନା ମହାକାଶର ବାତାବରଣ ଉପରେ ପ୍ରଭାବ ପକାଇଥାଏ । ସୌର ଝଡ଼ ଓ ଏଥିରୁ ବାହାରୁଥିବା ପବନ ଯୋଗୁଁ ପୃଥିବୀରେ ସାଟେଲାଇଟ୍ ଓ ନାଭିଗେସନରେ ସମସ୍ୟା ଦେଖାଦିଏ । ଏଗୁଡ଼ିକର ଅଧ୍ୟୟନ କରାଯିବ । ଗୋଟିଏ ସାଟେଲାଇଟ ସୂର୍ଯ୍ୟଙ୍କ ରଶ୍ମିକୁ ବ୍ଲକ୍ କରିବା ଦ୍ବାରା ଅନ୍ୟ ସାଟେଲାଇଟଟି ଗବେଷଣା କରିବ । ପ୍ରାୟ 6ଘଣ୍ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ବାହ୍ୟମଣ୍ଡଳ ଉପରେ ଗବେଷଣା କରାଯିବ ।
PSLV-XL ରକେଟ୍ ସହାୟତାରେ ଲଞ୍ଚ ହେବ Proba-3
ପ୍ରୋବା-3 ସ୍ପେଶକ୍ରାଫ୍ଟକୁ ଇସ୍ରୋର ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକଲ (PSLV)ରୁ ଲଞ୍ଚ କରାଯିବ । ଇସ୍ରୋର ଏହି ଲଞ୍ଚ ଭେହିକଲରୁ ପୂର୍ବ ରେକର୍ଡ ବେଶ ସଫଳ । 1994 ମସିହାରେ ପ୍ରଥମ ସଫଳ ଲଞ୍ଚ ପରେ ଏହା ଅନେକ ମିଶନକୁ ଲଞ୍ଚ କରିଛି । ପୁରା ବିଶ୍ବ PSLV ଉପରେ ଭରସା କରୁଛି । ଭାରତର ପ୍ରଥମ ଚନ୍ଦ୍ରଯାନ ମିଶନକୁ ମଧ୍ୟ PSLVରୁ ଲଞ୍ଚ କରାଯାଇଥିଲା ।