ହାଇଦ୍ରାବାଦ: ଭାରତ ସମେତ ବିଶ୍ବ ବଜାରରେ ଲଞ୍ଚ ହୋଇଛି ଆପଲ୍ ଆଇଫୋନର ନୂଆ ଭର୍ସନ iPhone 16 । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ସେପ୍ଟେମ୍ବର 9 ତାରିଖରେ ଏହାର ବଜେର ପ୍ରବେଶ ହୋଇଛି । ସେପଟେ 2ଦିନ ପୂର୍ବରୁ ଗୁଗଲ ପିକ୍ସେଲ 9 ମଧ୍ୟ ଲଞ୍ଚ ହୋଇଛି । ଯାହାର କ୍ୟାମେରା କ୍ବାଲିଟି ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ କିଛି ଆଇଫୋନ 16 ଠାରୁ ଗୁଗଲ ପିକ୍ସେଲକୁ ଅଧିକ ପସନ୍ଦ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଦ୍ବନ୍ଦ୍ବ ଆସିବା ସ୍ବାଭାବିକ ଯେ କେଉଁଟି ଭଲ ସ୍ମାର୍ଟଫୋନ ।
Remember when all phones pretty much did the same stuff? Until they didn’t.
— Made by Google (@madebygoogle) August 13, 2024
Introducing Google #Pixel9 with Gemini. Welcome to the era where new phones actually do new things.#MadeByGoogle pic.twitter.com/M2mAVRHLcK
iPhone 16 vs Google Pixel 9:-
ନିକଟରେ ଗୁଗଲ ସ୍ମାର୍ଟଫୋନ ଲଞ୍ଚ କରିଛି । ଏହି ନୂଆ ମଡେଲର ନାମ ଯଥାକ୍ରମେ Pixel 9, Pixel 9 Pro, Pixel 9 Pro XL ଓ Pixel 9 Pro Fold ରହିଛି । ଯାହାର କ୍ୟାମେରାରେ ଦିଆଯାଇଥିବା AI ଟେକ୍ନୋଲୋଜିକୁ ନେଇ ବେଶ ଚର୍ଚ୍ଚା ହେଉଛି । ଗୁଗଲର ଏହି ସ୍ମାର୍ଟଫୋନରେ ଅତ୍ୟାଧୁନିକ କ୍ୟାମେରା କ୍ବାଲିଟି ପ୍ରଦାନ କରିଛି । ଯାହାକି ୟୁଜରଙ୍କୁ ଏକ ନିଆରା ଅନୁଭବ ପ୍ରଦାନ କରିବ । ସେପଟେ ଗତକାଲି (ସେପ୍ଟେମ୍ବର 9) ଗ୍ଲୋଟାଇମ ଇଭେଣ୍ଟରେ ଆପଲ୍ iPhone ସିରିଜ୍ ଲଞ୍ଚ କରିଛି । ଯାହାକୁ ଭାରତ ସମେତ ବିଶ୍ବ ବଜାରରେ ଲଞ୍ଚ କରାଯାଇଛି । ଯଦି ଆପଣ ଏହି ଦୁଇ ସ୍ମାର୍ଟଫୋନ ମଧ୍ୟରେ କେଉଁଟି କିଣିବେ ଦ୍ବନ୍ଦ୍ବରେ ଅଛନ୍ତି ତେବେ ନିମ୍ନରେ ଏହାର ଫିଚର୍ସ, କ୍ୟାମେରା କ୍ବାଲିଟି ଓ ଦାମ ସମ୍ପର୍କରେ ଜାଣନ୍ତୁ ।
The #Pixel9 Pro with #VideoBoost is rated the smartphone with the highest-quality video¹ 💅
— Made by Google (@madebygoogle) August 13, 2024
Now with even more features 📝
- Pro Controls
- Astrophotography
- Action Pan
- Manual Focus
- Macro Focus
- 103 Degree Ultrawide Field-of-View³#MadeByGoogle pic.twitter.com/uhqhaLgdkU
Google Pixel 9 ସ୍ମାର୍ଟଫୋନ ଫିଚର୍ସ:-
- 6.9-inch OLED ଡିସପ୍ଲେ
- ରିଜୋଲ୍ୟୁସନ 1080 x 2424 ପିକ୍ସେଲ
- Brightness 2700 nits
- HDR ଡିସପ୍ଲେ, 120Hz ରିଫ୍ରେସ ରେଟ୍
- Gorilla Glass 2
- Tensor G4 ପ୍ରୋସେସର, Titan M2 କୋ-ସିକ୍ୟୁରିଟି ପ୍ରୋସେସର
- 2 GB of RAM ଓ 256 GB ଷ୍ଟୋରେଜ
- ଅଟୋଫ୍ରେମ (Autoframe):- ଏହି ଏଆଇ ଫିଚରରେ ଆପଣ ଉଠାଇ ସାରିଥିବା ଫଟୋକୁ ଏକ ଭଲ ଫ୍ରେମ ଦେବା ଲାଗି ଅଟୋଫ୍ରେମ ଫିଚରକୁ ବ୍ୟବହାର କରିପାରିବେ ।
- Zoom Enhance:- ଗୁଗୁଲ୍ ଫଟୋ ଆପରେ, ଆପଣ ଜୁମ୍ କରିବାକୁ ଚାହୁଁଥିବା ଫଟୋ ଚୟନ କରନ୍ତୁ । ଏଡିଟ୍ ବଟନ୍ ଟ୍ୟାପ୍ କରନ୍ତୁ ଏବଂ ତା’ପରେ ଜୁମ୍ ଇନକ୍ରିମେଣ୍ଟ ଖୋଜିବା ପାଇଁ ଅପସନ ବାରକୁ ଯାଆନ୍ତୁ । ଆପଣ ଚାହୁଁଥିବା ଅଞ୍ଚଳକୁ ଆପଣଙ୍କୁ ଜୁମ୍ କରିବାକୁ ପଡିବ, ତା’ପରେ ଜୁମ୍ ଇନକ୍ରିଜ୍ ଟ୍ୟାପ୍ କରନ୍ତୁ । ଏହାପରେ ଫଟୋରେ ଥିବା ଉକ୍ତ ଜିନିଷ ବା ବସ୍ତୁଟି ଏପରି ଦିଶିବ, ଯେପରି ଆପଣ ପୂର୍ବରୁ ସେହି ଜିନିଷକୁ ଫୋକସ କରି ଫଟୋ ଉଠାଇଥିଲେ ।
- ଗୁଗଲ ପିକ୍ସେଲ 9 ଡିସପ୍ଲେ:- ଗୁଗଲ ପିକ୍ସେଲ 9 ସ୍ମାର୍ଟଫୋନର 6.9 ଇଞ୍ଚର OLED ଡିସପ୍ଲେ ଦିଆଯାଇଛି । ଏହାର ରିଜୋଲ୍ୟୁସନ 1080x2424 ପିକ୍ସେଲ ଓ ବ୍ରାଇଟନେସ 2700 ରହିଛି । ଏହାର ଡିସପ୍ଲେ HDR, 120Hz ରିଫ୍ରେସ ରେଟ ସହିତ ଆସିଥାଏ । ଗୁଗଲ ଏହି ଫୋନ Gorilla Glass Victus 2 ପ୍ରୋଟେକ୍ସନ ସହିତ ଆସିଥାଏ ।
iPhone 16 features " visual intelligence" through the new camera control button #AppleEvent pic.twitter.com/vczHXG8GVx
— Apple Hub (@theapplehub) September 9, 2024
iPhone 16 ସିରିଜ ଫିଚର୍ସ:-
- iPhone 16 ୟୁଜର୍ସଙ୍କୁ ଉନ୍ନତମାନର ସ୍କ୍ରିନ ପ୍ରୋଟେକ୍ସନ ପ୍ରଦାନ କରିବ ।
- Iphone 16ରେ ଆପଣଙ୍କୁ 6.1 ଇଞ୍ଚ ଓ iPhone 16 Plusରେ 6.7 ଇଞ୍ଚର ଡିସପ୍ଲେ ମିଳିଯିବ ।
- iPhone 16 Proରେ 6.3 ଇଞ୍ଚ ଡିସପ୍ଲେ ଓ iPhone 16 Pro Maxରେ 6.9 ଇଞ୍ଚ ସ୍କ୍ରିନ ମିଳିଯିବ ।
- ଉଭୟ iPhone 16 ଓ iPhone 16 Plus ମଡେଲରେ ସ୍କ୍ରିନ ବ୍ରାଇଟନେସ 2000 Nits ଅଛି ।
- ଏଥିରେ ଗ୍ରାହକଙ୍କୁ କ୍ୟାମେରା କ୍ୟାପଚର ବଟନ ଦିଆଯାଇଛି । ଏହାର ବ୍ୟବହାର କରି ଆପଣ ଗୋଟିଏ କ୍ଲିକର କ୍ୟାମେରା ଆକ୍ସେସ ପାଇବେ ।
- Action Button:- ଆପଲ୍ ଏହି ନୂଆ ଟେକ୍ନୋଲୋଜି ଆଣିଛି । ଏହା ଦ୍ବାରା ୟୁଜର ସଙ୍ଗେ ସଙ୍ଗେ ରେକର୍ଡିଂ ଭଏସ, ଇଂରାଜୀ ଫ୍ରେଜକୁ ଟ୍ରାନସଲେଟ କରିବା ଭଳି ଅନେକ ସର୍ଟକଟ୍ ପାଇପାରିବେ । ଏହାସହ କାର ଲକିଂ ଓ ଅନଲକିଂ ମଧ୍ୟ କରିପାରିବେ ।
- iPhone 16 ଓ ଏହାର Plus ମଡେଲରେ ଆପଲ୍ର ଲାଟେଷ୍ଟ A18 ଚିପସେଟ୍
- iPhone 16 ଏଥର ପାୱାରଫୁଲ 48-megapixel ମେନ କ୍ୟାମେରା ସହିତ ଆସିଛି । ଏଥିରେ 2x telephoto ଜୁମ ଅପସନ ଓ କମ ଲାଇଟ୍ରେ ଭଲ ସଟ୍ ଆଣିବା ଲାଗି f/1.6 aperture ରହିଛି ।
- ଆପଣ ଏଥିରେ 4K60 video ଭିଡିଓ ସୁଟ୍ କରିପାରିବେ ।
ଏହା ବି ପଢନ୍ତୁ- ଲଞ୍ଚ ହେଲା ଆପଲ୍ iPhone 16 ସିରିଜ; ଆମେରିକା ତୁଳନାରେ ଭାରତରେ କେତେ ଦାମ ? ଜାଣନ୍ତୁ
କଲର ଅପସନ ?
ଗୁଗଲ ପିକ୍ସେଲ 9 ଆପଣଙ୍କୁ 4ଟି କଲର ଅପସନ ପ୍ରଦାନ କରୁଛି । ଯାହାର ନାମ ରହିଛି Peony, Porcelain, Obsidian ଓ Wintergreen । ସେହିପରି iPhone 16 ଓ iPhone 16 Plus ଆପଣଙ୍କୁ ବ୍ଲାକ, ହ୍ବାଇଟ, ପିଙ୍କ, Teal ଓ Ultramarine ରଙ୍ଗର ମିଳିବ । ସେହିପରି iPhone 16 Pro "Desert Titanium" କଲରରେ ମିଳିବ ।
ଉଭୟ ସ୍ମାର୍ଟଫୋନର ଦାମ କେତେ ?
- ଗୁଗଲ ପିକ୍ସେଲ 9ର ଦାମ:- ଗୁଗଲର ଏହି ଲାଟେଷ୍ଟ ପିକ୍ସେଲ 9 ସ୍ମାର୍ଟଫୋନର ଦାମ ଭାରତରେ 79,999 ରହିଛି । ପିକ୍ସେଲ 9କୁ 4ଟି କଲ୍ ଅପସନ Peony, Porcelain, Obsidian ଓ Wintergreen ରହିଛି । ଏହି ଫୋନର ବିକ୍ରି ଫ୍ଲିପକାର୍ଟ, ରିଲାଏନ୍ସ ଡିଜିଟାଲ ଓ କ୍ରୋମା ଷ୍ଟୋରରେ 22 ଅଗଷ୍ଟରୁ ଆରମ୍ଭ ହୋଇଛି ।
- iPhone 16 ସିରିଜର ଦାମ:-ଭାରତରେ iPhone 16ର ମୂଲ୍ୟ Rs 79,900 ରଖାଯାଇଛି । iPhone 16 Plus ଭାରତୀୟ ବଜାରରେ Rs 89,900ରେ ଉପଲବ୍ଧ ହେବ । ସେହିପରି iPhone 16 Pro ଭାରତରେ Rs 1,19,900 ପ୍ରାଇସ ଟ୍ୟାଗ ସହିତ ଆସୁଛି । ଆଇଫୋନ 16ର ସବୁଠୁ ପ୍ରିମିୟମ ସେଟ୍ iPhone 16 Pro Max ଭାରତରେ Rs 1,44,900ରେ ବିକ୍ରି ହେବାକୁ ଯାଉଛି ।