ETV Bharat / technology

ନୌସେନାର ବଢିଲା ଶକ୍ତି, ସାମିଲ ହେଲା ବାହୁବଳୀ ବୁଡା ଜାହାଜ INS ଆରିଘାତ - Missile Submarine INS Arighaat - MISSILE SUBMARINE INS ARIGHAAT

INS Arighaat boosts India’s Nuclear Deterrence: ସମୁଦ୍ରରେ ଶକ୍ତି ଦେଖାଇବ ବାହୁବଳୀ ବୁଡା ଜାହାଜ INS ଆରିଘାତ । ଶତ୍ରୁଙ୍କ ପାଇଁ ଘାତକ ସାଜିବ । ନୌସେନାରେ ଏହି ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ା ଜାହାଜ ସାମିଲ ହେବା ପରେ ଥରିଲେଣି ଶତ୍ରୁ । ତେବେ କଣ ଏଥିରେ ଖାସ ଆସନ୍ତୁ ଜାଣିବା...

INS Arighaat
INS Arighaat (ANI)
author img

By ETV Bharat Tech Team

Published : Sep 2, 2024, 10:27 AM IST

ହାଇଦ୍ରାବାଦ: ସମୁଦ୍ରରେ ବଢିଲା ଭାରତର ଶକ୍ତି । ଭାରତୀୟ ନୌସେନାରେ ସାମିଲ ହେଲା ପରମାଣୁ ଶକ୍ତି ସମ୍ପନ୍ନ ବାହୁବଳୀ ବୁଡ଼ା ଜାହାଜ ଆଇଏନଏସ ଆରିଘାତ (INS Arighaat) । ଯେକୌଣସି ଦେଶ ଲାଗି ନୌସେନାର ପନଡୁବି ବା ବୁଡ଼ା ଜାହାଜ ହେଉଛି ଏକ ପ୍ରମୁଖ ଅସ୍ତ୍ର । ଏହା ମାଧ୍ୟମରେ ସମୁଦ୍ର ତଳେ ଶତ୍ରୁମାନଙ୍କୁ ବିନାଶ କରିବାର ନୌସେନା ସକ୍ଷମ ହୁଏ । ତେବେ ଭାରତର ନୌସେନାରେ ଏହି ବାହୁବଳୀ ବୁଡ଼ା ଜାହାଜ ସାମିଲ ହେବା ପରେ ଥରହର ହୋଇଉଠିଛନ୍ତି ଉଭୟ ଚୀନ ଓ ପାକିସ୍ତାନ ।

INS ଆରିଘାତକୁ ନେଇ ଛାନିଆ ଶତ୍ରୁ:-

ଭାରତ ନିକଟରେ ଦେଶର ଦ୍ବିତୀୟ ପରମାଣୁ ଶକ୍ତି ସମ୍ପନ୍ନ ପନଡୁବି ବା ବୁଡ଼ା ଜାହାଜ ଆଇଏନଏସ ଆରିଘାତକୁ କମିଶନ କରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟନମରେ ଅଗଷ୍ଟ 29 ତାରିଖରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଏନଏସ ଆରିଘାତକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ନୌସେନାରେ ଏହି ବାହୁବଳୀ ବୁଡ଼ା ଜାହାଜ ସାମିଲ ହେବା ପରେ ଅଧିକ ଭୟଭୀତ ହୋଇପଡ଼ିଛି ଚୀନ । ଏହାର ଜବାବ ଦେବା ଲାଗି ଚୀନ ପାଖରେ କିଛି ନାହିଁ । ଏକଥା ଆମେ କହୁନାହୁଁ, ଚୀନର ଏକ ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ହୋଇଥିବା ଖବରରୁ ଜଣାପଡ଼ିଛି । କଥା କଥାରେ ଭାରତକୁ ନାଲି ଆଖି ଦେଖାଉଥିବା ଡ୍ରାଗନ ଏବେ ଭାରତକୁ ଶାନ୍ତିର ବାର୍ତ୍ତା ପଠାଇଛି ।

INS ଆରିଘାତ ଭାରତୀୟ ନୌସେନାରେ ସାମିଲ ହେବାର ଦୃଶ୍ୟ
INS ଆରିଘାତ ଭାରତୀୟ ନୌସେନାରେ ସାମିଲ ହେବାର ଦୃଶ୍ୟ (ANI)

କଣ କହିଲା ଚୀନ ?

ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ କିଛି ଚୀନର ବିଶେଷଜ୍ଞମାନେ କହିଛନ୍ତି ଯେ ଭାରତ ନିଜର ଏହି ନୂଆ ଶକ୍ତିକୁ ଭାବି ଚିନ୍ତି ପ୍ରଯୋଗ କରିବା ଦରକାର । କେବଳ ଭାରତ ନିଜର ଶକ୍ତି ପ୍ରଦର୍ଶନ କରିବା ଲାଗି ଏହାର ଉପଯୋଗ କରିବା ଉଚିତ ନୁହେଁ । ଭାରତକୁ ବିଶ୍ବରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ଯୋଗଦାନ ଦେବାର ଆବଶ୍ୟକତା ରହିଛି । ଚୀନ ଭାରତ ଉପରେ ଚାପ ପ୍ରଯୋଗ କରିବା ଲାଗି ଅନ୍ୟ ପଡ଼ୋଶୀ ଦେଶକୁ ବାଧ୍ୟ କରିଥାଏ । ଏବେ ଭାରତୀୟ ନୌସେନାରେ INS ଆରିଘାତ ସାମିଲ ହେବା ପରେ ଶାନ୍ତ ପଡ଼ିଛି ଚୀନ ।

ସମୁଦ୍ରରେ ଶକ୍ତି ଦେଖାଇବ INS ଆରିଘାତ
ସମୁଦ୍ରରେ ଶକ୍ତି ଦେଖାଇବ INS ଆରିଘାତ (@DefProdnIndia)
ପରମାଣୁ ଶକ୍ତି ସମ୍ପନ୍ନ ବାହୁବଳୀ ବୁଡ଼ା ଜାହାଜ INS ଆରିଘାତ
ପରମାଣୁ ଶକ୍ତି ସମ୍ପନ୍ନ ବାହୁବଳୀ ବୁଡ଼ା ଜାହାଜ INS ଆରିଘାତ (@DefProdnIndia)

INS ଆରିଘାତରେ କଣ ଖାସ୍‌ ?

  • ଭାରତର ପ୍ରଥମ ପରମାଣୁ ସମ୍ପନ୍ନ ବୁଡ଼ା ଜାହାଜ ତୁଳନାରେ ଆଇଏନଏସ ଆରିଘାତ ଅଧିକ ଅତ୍ୟାଧୁନିକ ରହିଛି ।
  • ଏହାକୁ ବିଶାଖାପାଟନମ୍ ଜାହାଜ ନିର୍ମାଣ କେନ୍ଦ୍ରରେ ସମ୍ପୂର୍ଣ୍ଣ 'ସ୍ବଦେଶୀ ପ୍ରଣାଳୀ ଓ ଉପକରଣ' ଦ୍ବାରା ନିର୍ମାଣ କରାଯାଇଛି ।
  • ଆଇଏନଏସ ଆରିଘାତ ଜଳ ପଥରେ ଘଣ୍ଟା ପ୍ରତି ୨୨ରୁ ୨୮ କିଲୋମିଟର ବେଗରେ ଗତି କରିପାରେ ।
  • ଏହାର ଲମ୍ବ 111.6 ମିଟର ଥିବା ବେଳେ ପ୍ରସ୍ଥ 11 ମିଟର ଏବଂ ଉଚ୍ଚତା ୯.୫ ମିଟର ରହିଛି ।
  • ଆଇଏନଏସ ଆରିଘାତ ପାଣିଭିତରେ ମିସାଇଲ୍ ଆକ୍ରମଣରେ ସକ୍ଷମ ।
  • ସାଧାରଣ ବୁଡ଼ାଜାହାଜ କେବଳ କିଛି ଘଣ୍ଟା ପାଣି ତଳେ ରହିପାରିବେ, ଏହି ବୁଡ଼ାଜାହାଜ ମାସ ମାସ ଧରି ପାଣି ତଳେ ରହିପାରେ ।
  • ଏହି ବୁଡ଼ାଜାହାଜ କେ-୪ ପରି ବିପଜ୍ଜନକ କ୍ଷେପଣାସ୍ତ୍ର ସମେତ ଅନେକ ନୂତନ ପ୍ରଯୁକ୍ତିବିଦ୍ୟା ସହିତ ସଜ୍ଜିତ ।
  • ଏହାର ଆକ୍ରମଣ କ୍ଷମତା ତିନି ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି ।
ସମୁଦ୍ରରେ ଶତ୍ରୁଙ୍କୁ ଡରାଇବ ଆଇଏନଏସ ଆରିଘାତ
ସମୁଦ୍ରରେ ଶତ୍ରୁଙ୍କୁ ଡରାଇବ ଆଇଏନଏସ ଆରିଘାତ (@DefProdnIndia)

ଏହା ବି ପଢନ୍ତୁ- ମଝି ସମୁଦ୍ରରେ ପାନାମା ତୈଳ ଜାହାଜ ଉପରେ ମିସାଇଲ ମାଡ, ପହଞ୍ଚିଲା INS କୋଚି

ସୂଚନା ଥାଉ କି ଏହାକୁ ଆଡଭାନ୍ସଡ ଟେକ୍ନୋଲୋଜି ଭେସେଲ (ATV) ପ୍ରକଳ୍ପ ଅଧିନରେ 2017 ମସିହାରେ ଲଞ୍ଚ କରାଯାଇଥିଲା । ପୂର୍ବରୁ ଏହାର ନାମ ଆଇଏନଏସ ଆରିଧାମନ (INS Aridhaman) ରଖାଯାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହାର ନାମ ପରିବର୍ତ୍ତନ କରାଯାଇ ଏହାର ନାମ ଏବେ ଆଇଏନଏସ ଆରିଘାତ ରଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.