ETV Bharat / technology

ସେଫ୍ଟି ଯାଞ୍ଚ କଲେ ହିଁ ଭାରତ ଆସିବ ଏଲନ ମସ୍କଙ୍କ ଷ୍ଟାରଲିଙ୍କ; କିପରି କ୍ଷତି ସହିବ Jio ! - MUSK SATELLITE INTERNET SERVICE

ଭାରତରେ ସାଟେଲାଇଟ୍‌ ସ୍ପେକ୍ଟ୍ରମ୍‌ ଆବଣ୍ଟନ ଓ ରିଲାଏନ୍ସ ଜିଓ ମଧ୍ୟରେ ବିବାଦ ଭିତରେ ଭାରତ ଏଲନଙ୍କ ଷ୍ଟାରଲିଙ୍କକୁ ଅନୁମତି ଦେଇଛି । ହେଲେ ରହିଛି ସର୍ତ୍ତ । ପଢନ୍ତୁ ପୂରା ଖବର

MUSK Vs Mukesh
MUSK Vs Mukesh (ETV Bharat)
author img

By ETV Bharat Tech Team

Published : Nov 13, 2024, 12:51 PM IST

ମୁମ୍ବାଇ: ଏଲନ ମସ୍କଙ୍କ ସାଟେଲାଇଟ ଇଣ୍ଟରନେଟ୍‌ ସେବା ଷ୍ଟାରଲିଙ୍କ (Starlink)କୁ ସୁରକ୍ଷା ନିୟମ ପାଳନ କରିବା ପରେ ହିଁ ଭାରତରେ ସେବା ଯୋଗାଇବାକୁ ଅନୁମତି ମିଳିବ । ଦୁନିଆର ସବୁଠୁ ଅଧିକ ଲୋକସଂଖ୍ୟା ଥିବା ଭାରତରେ ଷ୍ଟାରଲିଙ୍କ ପରିଚାଳନା ପରେ ନୀତିଗତ ଓ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗ କଥା ଉଠିଛି । ଏଥିଲାଗି ପ୍ରଥମେ ଷ୍ଟାରିଲଙ୍କକୁ ସୁରକ୍ଷା ଯାଞ୍ଚ କରିବାକୁ ପଡ଼ିବ । ଷ୍ଟାରଲିଙ୍କ ଲୋ-ଅର୍ଥ ଅରବିଟ୍‌ (ଧରାପୃଷ୍ଠରୁ 2000କିମି ପର୍ଯ୍ୟନ୍ତ) ସାଟେଲାଇଟ ନେଟୱର୍କ ସହିତ ଦୂର ଓ ଅପହଞ୍ଚ ଅଞ୍ଚଳରେ ଇଣ୍ଟରନେଟ ପ୍ରଦାନ କରିବାରେ ସକ୍ଷମ ।

ମାନିବାକୁ ହେବ ସୁରକ୍ଷା ନିୟମ:-

ଗତ ମଙ୍ଗଳବାର କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ସୁରକ୍ଷା ଦୃଷ୍ଟିକୋଣରୁ ସମସ୍ତ ସର୍ତ୍ତ ପାଳନ ନକଲେ କମ୍ପାନୀକୁ ଭାରତରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ନାହିଁ । ଯଦିଓ ମନ୍ତ୍ରୀ ଏନେଇ ଅଧିକ ସୂଚନା ଦେଇନାହାଁନ୍ତି ତଥାପି ସ୍ଥାନୀୟ ଗଣମାଧ୍ୟମ ଚଳିତ ମାସ ଆରମ୍ଭରେ ରିପୋର୍ଟ କରିଥିଲା ​​ଯେ ସରକାର ଏବଂ ଷ୍ଟାରଲିଙ୍କ, ତଥ୍ୟ ସଂରକ୍ଷଣ ସମେତ ଅନେକ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା କରୁଛନ୍ତି । 2022 ଋଷ ଆକ୍ରମଣ ପରେ ଯୁଦ୍ଧକ୍ଷେତ୍ର ଯୋଗାଯୋଗରେ ସହାୟତା କରିବାକୁ ଯେତେବେଳେ ଷ୍ଟାରଲିଙ୍କର ଟର୍ମିନାଲ୍ ୟୁକ୍ରେନକୁ ପଠାଯାଇଥିଲା ସେତେବେଳେ ଷ୍ଟାରଲିଙ୍କ ବିଶ୍ବରେ ହେଡଲାଇନକୁ ଆସିଥିଲା ।

ଏହା ବି ପଢନ୍ତୁ
  1. ମୁହାଁମୁହିଁ ଅମ୍ବାନୀ-ଏଲନ ମସ୍କ; TRAI ଉପରେ ଚାପ ପକାଇଲା Reliance
  2. ଚାନ୍ଦିପୁରରୁ ଦୂରଗାମୀ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା DRDO

ମସ୍କ ଓ ମୁକେଶଙ୍କ ମଧ୍ୟରେ ବିବାଦ:-

ସାଟେଲାଇଟ୍ ସ୍ପେକ୍‌ଟ୍ରମ୍ ଆବଣ୍ଟିତ ପ୍ରକ୍ରିୟାକୁ ନେଇ ଗତ କିଛି ମାସ ମଧ୍ୟରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସହ ମସ୍କଙ୍କ ବିବାଦ ସୃଷ୍ଟି ହୋଇଛି । ଭାରତର ସର୍ବବୃହତ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓର ମୁଖ୍ୟ ଅମ୍ବାନୀ ସ୍ପେକଟ୍ରମକୁ ପ୍ରଶାସନିକ ଭାବେ ବଣ୍ଟନ କରିବା ପରିବର୍ତ୍ତେ ଏହାକୁ ନିଲାମ କରିବା ଲାଗି କର୍ତ୍ତୃପକ୍ଷଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି । ଏହା ଉପରେ ଯୁକ୍ତି ବାଢି ଜିଓ କହିଛି ଯେ ଏହା ପରି ରିଲାଏନ୍ସ ଜିଓ ପରି ସ୍ଥଳ ଅପରେଟର ଏବଂ ଷ୍ଟାରଲିଙ୍କ ପରି ସାଟେଲାଇଟ୍ ଇଣ୍ଟରନେଟ୍ ସେବା ସଂସ୍ଥା ମଧ୍ୟରେ ଏକ 'ସମାନ ମୈଦାନ' ନିଶ୍ଚିତ କରିବା ଲାଗି ନିଲାମର ଆବଶ୍ୟକତା ରହିଛି ।

ନିଲାମକୁ ମସ୍କଙ୍କ କଡ଼ା ବିରୋଧ:-

ସେପଟେ ଏଲନ ମସ୍କ ଏପରି ନିଲାମ ପ୍ରକ୍ରିୟାକୁ କଡ଼ା ବିରୋଧ କରିଛନ୍ତି । ସେ ପ୍ରଶାସନିକ ଆବଣ୍ଟନକୁ ସମର୍ଥନ କରୁଛନ୍ତି । ବିଶ୍ଳେଷକମାନଙ୍କ କହିବାନୁସାରେ ସ୍ପେକଟ୍ରମ୍ ନିଲାମ ଯାହାକି ଅଧିକ ବିନିଯୋଗ ଆବଶ୍ୟକ କରେ ଏହା ସମ୍ଭବତଃ ବିଦେଶୀ ପ୍ରତିଦ୍ବନ୍ଦ୍ବୀଙ୍କୁ ଅଟକାଇବ । କାଉଣ୍ଟରପଏଣ୍ଟ ଟେକ୍ନୋଲୋଜିର ବଜାର ଅନୁସନ୍ଧାନର ସହଯୋଗୀ ନିର୍ଦ୍ଦେଶକ ଗ୍ୟାରେଥ ଓଭେନ କହିଛନ୍ତି, " ସ୍ପେକ୍‌ଟ୍ରମ ବଜାର ଏକ ପ୍ରତିଯୋଗିତାମୂଳକ ଏବଂ ଲାଭଦାୟକ ବଜାର । ଫଳସ୍ବରୂପ ପ୍ରତ୍ୟେକ ସାଟେଲାଇଟ ଅପରେଟର ଜଣେ ପ୍ରତିଯୋଗୀଙ୍କ ପ୍ରବେଶକୁ ବାଧା ଦେବା କିମ୍ବା ବିଳମ୍ବ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବେ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.