ETV Bharat / technology

ଅପବ୍ୟବହାର ହେଉନି ତ ଆପଣଙ୍କ ଆଧାର କାର୍ଡ; କେମିତି ବର୍ତ୍ତିବେ, ଜାଣନ୍ତୁ ଷ୍ଟେପ-ବାଏ-ଷ୍ଟେପ - HOW TO PROTECT YOUR AADHAR CARD

ଆଜିକା ଦୁନିଆରେ ଆଧାର କାର୍ଡ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ । ତେବେ ଆପଣଙ୍କ ଆଧାର କାର୍ଡ ନମ୍ବର କେଉଁଠି ଭୁଲ କ୍ଷେତ୍ରରେ ବ୍ୟବହାର ହେଉନି ତ ? ଅଧିକ ପଢନ୍ତୁ

Masked Aadhar Card
Masked Aadhar Card (ETV Bharat)
author img

By ETV Bharat Tech Team

Published : Nov 12, 2024, 9:12 AM IST

ହାଇଦ୍ରାବାଦ: ଯେକୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଲାଗି ଏବେ ଆଧାର କାର୍ଡ ନିହାତି ଆବଶ୍ୟକ । ସେ କେଉଁ ଆକାଉଣ୍ଟ ଖୋଲିବାକୁ ହେଉ ତ କେଉଁଠି ଆବେଦନ ପାଇଁ ହେଉ, ଏହି ଡକ୍ୟୁମେଣ୍ଟଟି ବେଶ ଜରୁରୀ । ଡିଜିଟାଲ ଯୁଗରେ ଠକମାନେ ଆଧାର କାର୍ଡକୁ ଅନେକ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ପାଇଁ ମଧ୍ୟ ବ୍ୟବହାର କରିପାରନ୍ତି । ତେବେ ଆପଣଙ୍କ କାର୍ଡକୁ ଅପବ୍ୟବହାରଠାରୁ କିପରି ରକ୍ଷା କରିବେ ? ଏଥିଲାଗି ଭାରତ ସରକାର ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି ।

ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥୋରିଟି ଅଫ୍ ଇଣ୍ଡିଆ(UIDAI) ଆଧାର କାର୍ଡ ବ୍ୟବହାରକାରୀଙ୍କ ନମ୍ବରକୁ ସୁରକ୍ଷିତ ରଖିବା ଏବଂ ଏହାକୁ ଅପବ୍ୟବହାରରୁ ରକ୍ଷା କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଗୋପନୀୟତା ଫିଚର ଉପସ୍ଥାପନ କରିଛନ୍ତି । ସରକାର 'ମାସ୍କଡ୍ ଆଧାର' ଆଣିଛନ୍ତି ଯାହାକି ଆପଣଙ୍କର ଆଧାର ନମ୍ବରର କିଛି ଅଙ୍କକୁ ଲୁଚାଇ ରଖିବ । ଆପଣଙ୍କ ସମ୍ବେଦନଶୀଳ ତଥ୍ୟର ସୁରକ୍ଷା ପାଇଁ ଏକ ଅଭିନବ ସମାଧାନ ଭାବରେ ଏହାକୁ ବିବେଚନା କରାଯାଉଛି ।

Masked ଆଧାର କଣ ?

ମାସ୍କଡ୍ ଆଧାର କାର୍ଡ ସାଧାରଣ ଆଧାର ପରି ହୋଇଥାଏ କେବଳ ପାର୍ଥକ୍ୟ ହେଉଛି ଯେ ଏଥିରେ ଆଧାର ନମ୍ବରର କିଛି ଅଙ୍କକୁ ଲୁଚାଯାଏ । କେବଳ ଆଧାର ନମ୍ବରର ଶେଷ ଚାରି ଅଙ୍କ ଦୃଶ୍ୟମାନ ହୁଏ ଏବଂ ବାକି ସବୁକୁ ଲୁଚାଯାଏ । ସାଧାରଣ ଆଧାର କାର୍ଡ ଭଳି ଏଥିରେ ଆପଣଙ୍କ ନାମ, ଜନ୍ମ ତାରିଖ, ଲିଙ୍ଗ, ଠିକଣା ଏବଂ QR କୋଡ୍ ପରି ଅନ୍ୟାନ୍ୟ ବିବରଣୀ ସମାନ ରହିଥାଏ ।

କିପରି ସୁରକ୍ଷା ଦେବ ଏହି ମାସ୍କଡ୍‌ ଆଧାର ?

  • ଗୋପନୀୟତା ବୃଦ୍ଧି: ମାସ୍କଡ୍ ଆଧାର ଉପଭୋକ୍ତାଙ୍କୁ ସେମାନଙ୍କର ଆଧାର ନମ୍ବରର ଅନଧିକୃତ ବ୍ୟକ୍ତିବିଶେଷ କିମ୍ବା ସଂସ୍ଥା ଯେପରିକି ହୋଟେଲ, ହଷ୍ଟେଲ, ରେଷ୍ଟୁରାଣ୍ଟ, କ୍ଲବଗୁଡ଼ିକର ସଂସ୍ପର୍ଶରେ ଆସିବାର ବିପଦକୁ କମ୍ କରିବାରେ ସାହାଯ୍ୟ କରିବ ।
  • ଠକେଇ ବିପଦକୁ କମାଇବ: ଆପଣଙ୍କର ଆଧାର ନମ୍ବରର ଦୃଶ୍ୟତାକୁ ସୀମିତ କରି ଆପଣ ସମ୍ଭାବ୍ୟ ଠକମାନଙ୍କୁ ଠକେଇରୁ ଅଟକାଇ ପାରିବେ । ଏଭଳି ବ୍ୟକ୍ତି ଆପଣଙ୍କର ବ୍ୟକ୍ତିଗତ ସୂଚନାକୁ ବ୍ୟବହାର କରି ଅନୈତିକ କାର୍ଯ୍ୟ ପାଇଁ ଏହାକୁ ଅପବ୍ୟବହାର କରିବାର ସମ୍ଭାବନା ରହିଥାଏ ।
  • ବ୍ୟାପକ ଗ୍ରହଣୀୟତା: ମାସ୍କଡ୍ ଆଧାର ସମଗ୍ର ଦେଶରେ ସ୍ବୀକୃତିପ୍ରାପ୍ତ ଏବଂ ଏହାକୁ ସରକାରୀ ସେବା, ଆର୍ଥିକ ପ୍ରତିଷ୍ଠାନ ଏବଂ ବେସରକାରୀ ସଂଗଠନ ସମେତ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଉଛି, ଯେହେତୁ ଏହା ସରକାରଙ୍କଠାରୁ ସ୍ବୀକୃତି ପାଇସାରିଛି ।
ଏହା ବି ପଢନ୍ତୁ
  1. PVC Aadhaar Card: ନା ଚିରିବ ନା ଖରାପ ହେବ; 50ଟଙ୍କାରେ ଘରେ ପହଞ୍ଚିବ ଲଙ୍ଗ୍‌ ଲାଷ୍ଟିଂ ଆଧାର କାର୍ଡ, ଜାଣନ୍ତୁ କେମିତି ?
  2. ବ୍ଲୁ ଆଧାର କାର୍ଡ କଣ ? ରେଗୁଲାର ଆଧାର କାର୍ଡରୁ ଏହା କିପରି ଅଲଗା ଜାଣନ୍ତୁ
How to download Masked Aadhar
How to download Masked Aadhar (Step-1) (Credit- UIDAI)

Masked ଆଧାରକୁ କିପରି ଡାଉନଲୋଡ୍‌ କରିବେ ?

  • myaadhaar.uidai.gov.inକୁ ଯାଆନ୍ତୁ ।
  • 'My Aadhaar' ସେକ୍ସନରେ ଥିବା Download Aadhaar ଉପରେ କ୍ଲିକ୍‌ କରନ୍ତୁ ।
  • ଆପଣଙ୍କ ଆଧାର ନମ୍ବର ଓ Captcha Code ପ୍ରବେଶ କରନ୍ତୁ । ଏହା ପରେ Send OTP ଉପରେ କ୍ଲିକ୍‌ କରନ୍ତୁ ।
  • ଆପଣଙ୍କ ଆଧାର ସହିତ ଲିଙ୍କ ହୋଇଥିବା ଫୋନ ନମ୍ବରରେ ଏକ OTP ଆସିବ, ଯାହାକୁ ଆପଣ ପ୍ରବେଶ କରାନ୍ତୁ । ଏହାପରେ Log In ଉପରେ କ୍ଲିକ କରନ୍ତୁ ।
  • Services ସେକ୍ସନରେ Download Aadhaar ଉପରେ ଟାପ୍‌ କରନ୍ତୁ ।
  • Do you want a masked Aadhaar? ଅପସନକୁ ଚୟନ କରନ୍ତୁ । ଏହି ଅପସନ ଆପଣଙ୍କୁ Review your Demographics Data ଅନ୍ତର୍ଗତ ମିଳିବ ।
  • ଏହାପରେ Download ଉପରେ କ୍ଲିକ୍‌ କରନ୍ତୁ ।
  • ଏବେ ଆପଣଙ୍କ ମାସ୍କଡ୍‌ ଆଧାର କାର୍ଡ PDF ଫର୍ମାଟରେ ଡାଉନଲୋଡ ହେବ ।
  • ଏହି ଆଧାର କାର୍ଡକୁ ଖୋଲିବା ଲାଗି ମଧ୍ୟ ଆପଣଙ୍କୁ ପାସୱାର୍ଡର ଆବଶ୍ୟକ ପଡ଼ିବ । ପାସୱାର୍ଡ ହେଉଛି- ଆପଣଙ୍କ ନାଁର ପ୍ରଥମ ଚାରି ଅକ୍ଷର (ଆଧାର କାର୍ଡ ଅନୁସାରେ) ଓ ଆପଣଙ୍କ ଜନ୍ମ ବର୍ଷକୁ YYYYରେ ପ୍ରବେଶ କରନ୍ତୁ । ଉଦାହରଣ ସ୍ବରୂପ ଆପଣଙ୍କ ନାମ ଯଦି Kalia ଓ ଆପଣଙ୍କ ଜନ୍ମ ବର୍ଷ 1990 ତେବେ ଆପଣଙ୍କ ପାସୱାର୍ଡ ହେଉଛି KALI1990. ।
How to download Masked Aadhar
How to download Masked Aadhar (Step-2) (Credit- UIDAI)

Masked ଆଧାରକୁ କିପରି ବ୍ୟବହାର କରିବେ ?

ଆପଣ ନିଜର ମାସ୍କଡ୍‌ ଆଧାରକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରିପାରିବେ । ଯେପରିକି:

  • ଭ୍ରମଣ: ହୋଟେଲ ଚେକ୍ ଇନ୍ ଏବଂ ଅନ୍ୟାନ୍ୟ ଯାତ୍ରା ସମ୍ବନ୍ଧୀୟ ସେବା ପାଇଁ ମାସ୍କଡ୍ ଆଧାର ଆପଣଙ୍କ ପାଇଁ ସୁରକ୍ଷାକବଚ ପରି ହୋଇପାରେ ।
  • ଆର୍ଥିକ କାରବାର: ସୁରକ୍ଷିତ ପରିଚୟ ଏବଂ ଯାଞ୍ଚ ପାଇଁ ଏହି କାର୍ଡ ବ୍ୟବହାର କରାଯାଇପାରେ ।
  • ସରକାରୀ ସେବା: ସରକାରୀ ସୁବିଧା ଏବଂ ସେବା ପାଇବା ପାଇଁ ଏହି କାର୍ଡ ଆପଣଙ୍କ ଆଧାର କାର୍ଡ ନମ୍ବରକୁ ସାର୍ବଜନୀନ ହେବାରୁ ରକ୍ଷା କରିପାରିବ ।
How to download Masked Aadhar
How to download Masked Aadhar (Step-3) (Credit- UIDAI)

ସାବଧାନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ:-

ସମ୍ପ୍ରତି ସାଇବର ଠକେଇ ବୃଦ୍ଧି ପାଇବାରେ ଲାଗିଛି । ଟେକ୍ନୋଲୋଜିର ଦୁରୂପଯୋଗ କରି ସାଇବର ଠକମାନେ ଆପଣଙ୍କ କଷ୍ଟ ଅର୍ଜିତ ଧନ ଲୁଟିପାରନ୍ତି । ଏଣୁ ଆଗୁଆ ସତର୍କ ରହିବା ନିହାତି ଜରୁରୀ ହୋଇପଡ଼ିଛି । ଆଧାର କାର୍ଡ ଭଳି ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ଲାଗି ପାଦେ ଆଗୁଆ ସତର୍କ ରହିବା ଆବଶ୍ୟକ । ଏଣୁ ଖୋଦ ସରକାର ଏପରି ପଦକ୍ଷେପ ଗ୍ରହଣ କରିଥିବାରୁ ଆପଣ ଏକ ମାସ୍କଡ୍‌ ଆଧାର କାର୍ଡ ତିଆରି କରି ନିଜର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖନ୍ତୁ । ଯାହାଦ୍ବାରା ଆପଣ ଆଧାର କାର୍ଡ ସମ୍ବନ୍ଧୀୟ ଠକେଇରୁ ନିଜକୁ ରକ୍ଷା କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.