ETV Bharat / technology

ଏକ୍ସରେ 2500 ଫଲୋର୍ସ ରହିଛନ୍ତି କି? ମିଳିବ ଏହି ସୁବିଧା - X PREMIUM SUBSCRIBER - X PREMIUM SUBSCRIBER

X User With 2500 Verified Subscriber: ଏକ୍ସ ୟୁଜର୍ସଙ୍କ ପାଇଁ ବଡ଼ ଘୋଷଣା କଲେ ଏଲନ ମସ୍କ । ଯେଉଁମାନଙ୍କ ଏକ୍ସ ଆକାଉଣ୍ଟରେ 2500 ଫଲୋର୍ସ ରହିଛନ୍ତି, ସେମାନଙ୍କୁ ଏହି ସୁବିଧା ମିଳିବ ।

X User
X User
author img

By ETV Bharat Odisha Team

Published : Mar 28, 2024, 2:37 PM IST

ହାଇଦ୍ରାବାଦ: ଏଲନ ମସ୍କ ଏକ୍ସ ଅଧିଗ୍ରହଣ କରିବା ପରଠାରୁ ପ୍ରତିଦିନ ଏକ୍ସ ପ୍ଲାଟଫର୍ମରେ ନୂଆ ନୂଆ ପରିବର୍ତ୍ତନ କରି ଆସୁଛନ୍ତି । ଏହାସହ ଅନେକ ଫିଚର ଏବଂ ଅପଗ୍ରଡ ନେଇ ମଧ୍ୟ ଘୋଷଣା କରିଛନ୍ତି । ତେବେ ଏହାରି ଭିତରେ ଫ୍ରି ସ୍କିମ ଘୋଷଣା କରିଛନ୍ତି ଏଲନ ମସ୍କ । ମାଗଣାରେ ଏକ୍ସର ପ୍ରିମିୟମ ଏବଂ ପ୍ରିମିୟମ ପ୍ଲସ ସେବା ପ୍ରଦାନ କରିବା ପାଇଁ ଏଲନ ମସ୍କ ଘୋଷଣା କରିଛନ୍ତି । ଏନେଇ ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ମସ୍କ ।

ଫ୍ରିରେ ପ୍ରିମିୟମ ସର୍ଭିସ: କହିରଖୁଛି କି ଏକ୍ସରେ ପୂର୍ବରୁ ପ୍ରିମିୟମ ଏବଂ ପ୍ରିମିୟମ ପ୍ଲସ ପ୍ଲାନ ରହିଛି । ଏହାକୁ ବ୍ୟବାହର କରିବା ପାଇଁ ୟୁଜର୍ସଙ୍କୁ ଟଙ୍କା ଦେବାକୁ ପଡିଥାଏ । ତେବେ ବର୍ତ୍ତମାନ ଏଲନ ମସ୍କ ଏକ୍ସ ୟୁଜର୍ସଙ୍କୁ ମାଗଣା ପ୍ରିମିୟମ ସର୍ଭିସ ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ହେଲେ ଏଥିପାଇଁ ଏକ ସର୍ତ୍ତ ରଖିଛନ୍ତି ମସ୍କ । ସେ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, "ଯଦି ଫଲୋର୍ସଙ୍କ ସଂଖ୍ୟା ଅତି କମ୍‌ରେ 2500 ରହିଥିବ, ସେହି ୟୁଜର୍ସମାନଙ୍କୁ ମାଗଣା ସର୍ଭିସର ସବକ୍ରିପ୍ସନ ମିଳବ । ଅନ୍ୟପଟେ ଯେଉଁ ୟୁଜରମାନଙ୍କର ଫୋଲର୍ସ ସଂଖ୍ୟା ଅତି କମ‌୍‌ରେ 5000 ରହିଥିବ, ତାଙ୍କୁ ପୁଣି ପ୍ରିମିୟମ ପ୍ଲସ ସର୍ଭିସର ସବକ୍ରିପ୍ସନ ମିଳିବ ।" ମୋବାଇଲ ୟୁଜର୍ସଙ୍କ ପାଇଁ ଭାରତରେ ବର୍ତ୍ତମାନ ଏକ୍ସ ପ୍ରିମିୟମ ପ୍ଲାନ ଜାରି ରହିଛି । ଏହି ପ୍ଲାନରେ ମୋବାଇଲ ବ୍ୟବହାରୀଙ୍କ ପାଇଁ ମାସିକ 900 ଟଙ୍କା ଏବଂ ଓ୍ବେବରେ 650 ଟଙ୍କା ୟୁଜର୍ସଙ୍କୁ ଦେବାକୁ ପଡୁଛି । ଏହି ପ୍ଲାନରେ ପ୍ରାୟ ସମସ୍ତ ସୁବିଧା ପାଉଛନ୍ତି ୟୁଜର୍ସ।

ଏହା ମଧ୍ୟ ପଢନ୍ତୁ: Premium Subscription Plans: ଏକ୍ସରେ ଲଞ୍ଚ ହେଲା ଦୁଇ ନୂଆ ସବସ୍କ୍ରିପ୍ସନ ପ୍ଲାନ, ଦେବାକୁ ହେବ ଏତିକି ଟଙ୍କା

ଗ୍ରୋକ ଏଆଇ ଚାଟବୋଟ ପୂର୍ବରୁ କେବଳେ ଏକ୍ସ ପ୍ରିମିୟମ ପ୍ଲସ ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଥିଲା । କିନ୍ତୁ ଏହା ଖୁବଶୀଘ୍ର ପ୍ରିମିୟମ ୟୁଜର୍ସଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ । ଓପନ ଏଆଇକୁ ନେଇ ବଢୁଥିବା ପ୍ରତିଯୋଗିତା ମଧ୍ୟରେ ବୁଧବାର ମସ୍କ ଘୋଷଣା କରିଥିଲେ । ଏହାର ଅର୍ଥ ଯେଉଁ ଏକ୍ସ ୟୁଜର୍ସଙ୍କ ଆକାଉଣ୍ଟରେ 2500 ଫଲୋର୍ସ ରହିଛନ୍ତି, ସେମାନେ ପ୍ରିମିୟମ ସର୍ଭିସ ଦ୍ବାରା ଗ୍ରୋକ ଏଆଇ ଚାଟବୋଟର ମଧ୍ୟ ବ୍ୟବହାର କରିପାରିବେ । ଗତବର୍ଷ ଡିସେମ୍ବର ମାସରେ ଏକ୍ସର ବେସିକ ତଥା ପ୍ରିମିୟମ ପ୍ଲାନର ମୂଲ୍ୟ ମାସକୁ 244 ଟଙ୍କା ଏବଂ ବାର୍ଷିକ 2590 ଟଙ୍କା ଘୋଷଣା କରିଥିଲେ । ସେହିପରି ପ୍ରିମିୟମ ପ୍ଲସ ସବସ୍କ୍ରିପସନ ମୂଲ୍ୟ ମାସିକ 1300 ଟଙ୍କା ଏବଂ ବାର୍ଷିକ 13 ହଜାର 600 ଟଙ୍କା ସ୍ଥିର କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.