ହାଇଦ୍ରାବାଦ: ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ନିଜର ବ୍ଲାକ୍ ଫ୍ରାଇଡେ ସେଲ୍ର ଆରମ୍ଭ କରିଛି । ନଭେମ୍ବର 24 ତାରିଖରୁ 29 ତାରିଖ ପର୍ଯ୍ୟନ୍ତ ଏହି ସେଲ୍ ଚାଲିବ । ଯେଉଁମାନେ କମ୍ପାନୀର ବିଗ୍ ବିଲିଅନ୍ ଡେଜ୍ ସେଲ୍ର ଲାଭ ଉଠାଇପାରିନାହାନ୍ତି, ସେମାନେ ଏହି ସେଲ୍ର ଫାଇଦା ଉଠାଇପାରିବେ । ୟୁଜର ଆଇଫୋନଠୁ ଆରମ୍ଭ କରି ପିକ୍ସେଲ ଓ ଫୋଲ୍ଡେବଲ ଫୋନ ଉପରେ ବମ୍ଫର ଡିସକାଉଣ୍ଟ ପାଇବେ ।
ଫ୍ଲିପକାର୍ଟ ଆଇଫୋନ 15, ସାମସଙ୍ଗ ଗାଲାକ୍ସି ଏସ23 ଆଦି ଫୋନ ଉପରେ ଆକର୍ଷଣୀୟ ଡିସକାଉଣ୍ଟ ପ୍ରଦାନ କରିଛି । 70ହଜାର ମୂଲ୍ୟ ଆଇଫୋନ 15 ମାତ୍ର 58,249ଟଙ୍କାରେ ମିଳୁଛି । ସହିପରି 79,900ଟଙ୍କାର ଆଇଫୋନ 15 ପ୍ଲସ 65,499ଟଙ୍କାରେ ମିଳୁଥିବା ବେଳେ 1,34,900ଟଙ୍କାର ଆଇଫୋନ 15 ପ୍ରୋ 1,21,999ଟଙ୍କାରେ ମିଳୁଛି । ଆଇଫୋନ 15 ପ୍ରୋ ମ୍ୟାକ୍ସରେ ଦାମ 1,23,999 ଟଙ୍କା ରହିଛି । ସେହିପରି ସାମସଙ୍ଗର ଲାଟେଷ୍ଟ ଫୋଲ୍ଡେବଲ ଫୋନ ସାମସଙ୍ଗ ଗାଲାକ୍ସି Z ଫୋଲ୍ଡ5 5ଜି ଉପରେ 9ହଜାର ଟଙ୍କା ଡିସକାଉଣ୍ଟ ପାଇପାରିବେ ।
ଏହା ବି ପଢନ୍ତୁ |
ଲୋକପ୍ରିୟ ଫ୍ଲାଗସିପ ଫୋନ ଉପରେ ବମ୍ଫର ଡିସକାଉଣ୍ଟ
- ଆଇଫୋନ 15 (iPhone 15) – Rs 58,249
- ଆଇଫୋନ 15 ପ୍ଲସ (iPhone 15 Plus)- Rs 65,499
- ଆଇଫୋନ 15 ପ୍ରୋ (iPhone 15 Pro) – Rs 1,21,999
- ଆଇଫୋନ 15 ପ୍ରୋ ମ୍ୟାକ୍ସ (iPhone 15 Pro Max)- Rs 1,23,999
- ସାମସଙ୍ଗ ଗାଲାକ୍ସି ଏସ23 (Samsung Galaxy S23) – Rs 38,999
- ସାମସଙ୍ଗ ଗାଲାକ୍ସି ଏସ24 ପ୍ଲସ (Samsung Galaxy S24 Plus) – Rs 64,999
- ସାମସଙ୍ଗ ଗାଲାକ୍ସି Z ଫୋଲ୍ଡ5 5ଜି- Rs 1,15,999
ଆଉ କେଉଁ ଫୋନରେ କେତେ ରିହାତି ?
- ରିଅଲମି ପି1 ସ୍ପିଡ 5ଜି- Rs 17,999
- ଭିଭୋ ଟି3 ପ୍ରୋ 5ଜି- Rs 21,999
- ମୋଟୋରୋଲା ଜି85 5ଜି- Rs 16,999
- ନଥିଙ୍ଗ ଫୋନ (2a)- Rs 21,999
- ଇନଫିନିକ୍ସ ନୋଟ୍ 40X 5ଜି- Rs 11,499
ବ୍ୟାଙ୍କ ଅଫର:-
ବ୍ଲାକ୍ ଫ୍ରାଇଡେ ସେଲ୍ରେ ଫ୍ଲିପକାର୍ଟ ଆପଲ୍, ସାମସଙ୍ଗ, ଗୁଗଲ୍ ଏବଂ ଅନ୍ୟାନ୍ୟ କମ୍ପାନୀର ସ୍ମାର୍ଟଫୋନ୍ ଉପରେ ବିନା ମୂଲ୍ୟରେ EMI ଏବଂ ଟ୍ରେଡ୍-ଇନ୍ ଡିଲ୍ ପ୍ରଦାନ କରୁଛି । ଏହା ସହିତ ଗ୍ରାହକମାନେ ମନୋନୀତ ବ୍ୟାଙ୍କଗୁଡିକରୁ EMI କାରବାର ଉପରେ 10 ପ୍ରତିଶତ ରିହାତି ମଧ୍ୟ ପାଇପାରିବେ । ସେହି ବ୍ୟାଙ୍କ ଗୁଡ଼ିକ ହେଉଛି ଆକ୍ସିସ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, HDFC ଏବଂ IDFC ।
Google ପିକ୍ସେଲ ବି ବଢିଆ ଅଫର:-
ଏହି ସେଲରେ ଗୁଗଲ୍ର ପିକ୍ସେଲ 9 ସିରିଜରେ ମଧ୍ୟ ଭଲ ଅଫର ମିଳୁଛି । ଗ୍ରାହକ ଏହି ଫୋନ ଉପରେ ବ୍ୟାଙ୍କ କାର୍ଡ ସହିତ ପ୍ରାୟ 10ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ସେଲରେ ଆପଣ ଗୁଗଲ୍ ପିକ୍ସେଲ 9କୁ 75,999ଟଙ୍କା ଓ ଗୁଗଲ୍ ପିକ୍ସେଲ 9 Proକୁ 99,999ଟଙ୍କାରେ କିଣିପାରିବେ ।