ETV Bharat / technology

ଅର୍ଡର କ୍ୟାନ୍ସେଲ କଲେ ଗଣିପାରନ୍ତି ଟଙ୍କା; Flipkart ଓ Myntra ଗ୍ରାହକ ସାବଧାନ - FLIPKART ORDER CANCELLATION CHARGE

ଆଗକୁ ମନଇଚ୍ଛା କରିପାରିବେ ନାହିଁ ଅର୍ଡର କ୍ୟାନ୍ସେଲ । ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଓ ମିନ୍ତ୍ରା ଅର୍ଡର କ୍ୟାନ୍ସେଲେସନ ଫି' ନେବାକୁ କରୁଛି ଯୋଜନା । ଅଧିକ ପଢନ୍ତୁ

Flipkart and Myntra may charge for order cancellations
Flipkart and Myntra may charge for order cancellations (ETV Bharat)
author img

By ETV Bharat Tech Team

Published : 2 hours ago

ହାଇଦ୍ରାବାଦ: ଡିଜିଟାଲ ଯୁଗରେ ଲୋକେ ଅନଲାଇନ ସପିଂ କରିବାକୁ ବେଶ ପସନ୍ଦ କରୁଛନ୍ତି । ନିଜ ମନ ପସନ୍ଦର ଜିନିଷକୁ ଅର୍ଡର କରିବା ମାତ୍ରେ ସେହି ଦିନ କିମ୍ବା 1ରୁ 2 ଦିନ ମଧ୍ୟରେ ଜିନିଷ ଆସି ଘରେ ପହଞ୍ଚୁଛି । ଆମକୁ ବାହାରକୁ ଯିବାକୁ ପଡୁନାହିଁ । ମୋବାଇଲରେ ଆଙ୍ଗୁଳି ଟିପରେ ଅର୍ଡର ହୋଇପାରୁଛି । ଯଦି ଆମେ ଉକ୍ତ ଜିନିଷ କିଣିବାକୁ ଚାହୁଁନାହୁଁ, ତେବେ ଉକ୍ତ ଅର୍ଡରକୁ କ୍ୟାନ୍ସେଲ କରିବାକୁ ମଧ୍ୟ ଅପସନ ରହିଥାଏ । କିନ୍ତୁ ଆଗକୁ ଯେତେବେଳେ ନାହିଁ ସେତେବେଳେ ଅର୍ଡର କ୍ୟାନ୍ସେଲ କରିବା ସହଜ ହୋଇନପାରେ ।

ଗଣିପାରନ୍ତି କ୍ୟାନ୍ସେଲେସନ ବାବଦକୁ ଟଙ୍କା:-

ସୋସିଆଲ ମିଡିଆ ଓ କିଛି ରିପୋର୍ଟ ଅନୁସାରେ, ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଏଭଳି ଏକ ନୀତି ଆଣିବାକୁ ଯୋଜନା କରୁଛି । ଏହି ନୀତି ଆସିଲେ ଫ୍ଲିପକାର୍ଟର କ୍ୟାନ୍ସେଲେସନ ପଲିସିରେ ପରିବର୍ତ୍ତନ ଆସିପାରେ । ଏଯାବତ କମ୍ପାନୀ ଅର୍ଡର କ୍ୟାନ୍ସେଲେସନ ପାଇଁ କୌଣସି ଟଙ୍କା ନେଉନାହିଁ । ନିକଟ ଭବିଷ୍ୟତରେ କମ୍ପାନୀ ଏପରି ପଲିସି ଆଣିପାରେ, ଯାହାଦ୍ବାରା ଗ୍ରାହକ କୌଣସି ଅର୍ଡର କ୍ୟାନ୍ସେଲ କଲେ ତଣ୍ଡ ଗଣିବେ ଏବଂ ଏହି ଟଙ୍କା ସେମାନଙ୍କ ଅର୍ଡରର ଦାମ ଉପରେ ନିର୍ଭର କରେ । ମିନ୍ତ୍ରା ମଧ୍ୟ କ୍ୟାନ୍ସେଲେସନ ଫି' ନେବ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ଉଭୟ କମ୍ପାନୀ କ୍ୟାନ୍ସେଲେସନ ଲାଗି ଚାର୍ଜ କରୁଥିବା ନେଇ ଏକ ସ୍କ୍ରିନସଟ୍‌ ଘୁରି ବୁଲୁଛି ।

Flipkart Order Cancellation Policy
Flipkart Order Cancellation Policy (ETV Bharat)

Flipkart ଓ Myntraର ପ୍ରତିକ୍ରିୟା:-

ଫ୍ଲିପକାର୍ଟର କହିବାନୁସାରେ, କ୍ୟାନ୍ସେଲେସନ ଫି ଏବେ ଆସିନାହିଁ । ଗତ 2ବର୍ଷ ଧରି ଏହାକୁ ଲାଗୁ କରାଯାଇଛି । ଆପଣଙ୍କ ଆଇଟମ୍‌ ଡିସପାଚ୍‌ ପୂର୍ବରୁ ଆପଣ କ୍ୟାନ୍ସେଲ କରିପାରିବେ କିନ୍ତୁ 'ଆଉଟ୍‌ ଫର ଡେଲିଭରି' ହେଲେ କ୍ୟାନ୍ସେଲ କରିପାରିବେ ନାହିଁ । ତେବେ କେଉଁ ନିର୍ଦ୍ଦିଷ୍ଟ ସମୟରେ ଆଇଟମ୍‌ କ୍ୟାନ୍ସେଲ କଲେ ଟଙ୍କା ଦେବାକୁ ପଡ଼ିବ ତାହା ସ୍ପଷ୍ଟ କରାଯାଇନାହିଁ ।

ଏହା ବି ପଢନ୍ତୁ
  1. ମାତ୍ର 30ମିନିଟରେ ଡେଲିଭରି ହେବ ଫ୍ୟାସନ ପ୍ରଡକ୍ଟ; Myntra ଆଣିଲା M-Now ସେବା
  2. ଭାରତୀୟ କ୍ରିଏଟରଙ୍କ ଲାଗି ସପିଂ ପ୍ରୋଗ୍ରାମ ଆରମ୍ଭ; ଫ୍ଲିପକାର୍ଟ ଓ Myntraକୁ ପାର୍ଟନର କଲା YouTube

ସେପଟେ ମିନ୍ତ୍ରା ଏପରି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି । କମ୍ପାନୀର କହିବାନୁସାରେ, "ମିନ୍ତ୍ରା ଏବେ କୌଣସି ଅର୍ଥ ଚାର୍ଜ କରୁନାହିଁ ଏବଂ X(ପୂର୍ବରୁ ଟ୍ବିଟର)ରେ ଘୁରି ବୁଲୁଥିବା ଫଟୋ ମିଥ୍ୟା । ଏହା ମିନ୍ତ୍ରା ଆପ୍‌ର ନୁହେଁ ।"

କେଉଁ ବିଷୟରେ ଗ୍ରାହକ ଧ୍ୟାନ ଦେବା ଉଚିତ ?

ଇ-କମର୍ସ ପ୍ଲାଟଫର୍ମ ଏପରି ନିଷ୍ପତ୍ତି ନେବାର କାରଣ ହେଉଛି ସେଲରଙ୍କୁ କ୍ଷତି ଓ ଠକେଇରୁ ରକ୍ଷା କରିବା । ଏହାସହିତ ଗ୍ରାହକମାନେ ମଧ୍ୟ କୌଣସି ଅର୍ଡର କରିବା ପୂର୍ବରୁ ଅଧିକ ସଚେତନ ହୋଇପାରିବେ । ଏହି ନୂଆ ନିୟମ ଗ୍ରାହକଙ୍କ ଅନଲାଇନ ସପିଂ କ୍ଷେତ୍ରରେ ଏକ ନୂଆ ପରିବର୍ତ୍ତନ ଆଣିବ । ତେବେ ଅର୍ଡର କ୍ୟାନ୍ସେଲେସନ ଫି' ନେଇ କଣ ନିୟମ ରହିବ ଏ ନେଇ ଫ୍ଲିପକାର୍ଟ ଓ ମିନ୍ତ୍ରା ଆନୁଷ୍ଠନିକ ଭାବେ ଘୋଷଣା କଲେ ହିଁ ଏହା ସ୍ପଷ୍ଟ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.