ETV Bharat / technology

ସହଜ ହେଲା UPI ନେଣଦେଣ; ଜାଣନ୍ତୁ 5 ଟିପ୍ସ, କରନ୍ତୁ ବେଫିକର୍‌ ପେମେଣ୍ଟ - 5 Easy Tips For UPI Payment

author img

By ETV Bharat Odisha Team

Published : Jul 28, 2024, 8:29 PM IST

Five Easy Tips For UPI Payment: ୟୁପିଆଇ ପେମେଣ୍ଟ ଆଜି ସାରା ଦେଶରେ ଲୋକପ୍ରିୟତା ଅର୍ଜନ କରିଛି । ରାସ୍ତାକଡ଼ ଦୋକାନଠୁ ଆରମ୍ଭ କରି ବଡ଼ ବଡ଼ ସପିଂମଲ୍‌ ସବୁଠି ଏହାର ବହୁଳ ବ୍ୟବହାର ହେଉଛି । ତେବେ ଆପଣ ଯଦି ଏହା ସମ୍ବନ୍ଧୀୟ କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଜାଣନ୍ତୁ 5ଟି ହ୍ୟାକ୍ସ..ଆଉ କରନ୍ତୁ ବେଫିକର୍‌ ଅନଲାଇନ ପେମେଣ୍ଟ । ଅଧିକ ପଢନ୍ତୁ

UPI Payment
UPI Payment (ETV Bharat Odisha)

ନୂଆଦିଲ୍ଲୀ: ୟୁପିଆଇ ବ୍ୟବସ୍ଥା ଭାରତର ଡିଜିଟାଲ ବିପ୍ଳବର ପ୍ରତୀକ । ଆଜି ଭାରତରେ କୋଟି କୋଟି ସଂଖ୍ୟାରେ ନାଗରିକ ପ୍ରତିଦିନ ଅନଲାଇନ ମାଧ୍ୟମରେ ଟଙ୍କା ନେଣଦେଣ କରୁଛନ୍ତି । ପ୍ରତିଦିନ 22କୋଟି ୟୁପିଆଇ ପେମେଣ୍ଟ ହେଉଛି । ଏହି ଅନଲାଇନ ଟଙ୍କା ନେଣଦେଣ ବ୍ୟବସ୍ଥା ଦେଶରେ ଏତେ ଲୋକପ୍ରିୟତା ଅର୍ଜନ କରିଛି ଯେ ଆଜି ଯେଉଁଠି ଦେଖିବ ସେଠାରେ QR କୋଡ୍‌ ଦେଖିବାକୁ ମିଳୁଛି । ବଡ଼ ବଡ଼ ସପିଂ ମଲ୍‌ଠାରୁ ଆରମ୍ଭ କରି ରାସ୍ତାକଡ଼ ପରିବା ଦୋକାନ, ଗୁପଚୁପ ଠେଲା, ଆଇସକ୍ରିମ ବିକାଳି ମଧ୍ୟ ଏହାର ବହୁଳ ବ୍ୟବହାର କରୁଛନ୍ତି ।

UPI Payment
UPI Payment (ETV Bharat Odisha)

କ'ଣ UPI ?

ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଦ୍ବାରା ପରିଚାଳିତ ଡାଟା ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତିଦିନ ହାରାହାରି 40 ହଜାରରୁ 80ହଜାର କୋଟି ଟଙ୍କା ୟୁପିଆଇ ମାଧ୍ୟମରେ କାରବାର ହେଉଛି । UPIର ଅର୍ଥ ହେଉଛି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ । ଏହା ଏକ ମୋବାଇଲ ଆଧାରିତ ଶୀଘ୍ର ଦେୟ ବ୍ୟବସ୍ଥା । ଏଥିରେ ଏକ ଭର୍ଚ୍ଚୁଆଲ୍ ID ବା QR କୋଡ୍‌ ରହିଥାଏ । ଏହି କୋଡ୍‌ ସାହାଯ୍ୟରେ ତୁରନ୍ତ ଟଙ୍କା କାରବାର ହୁଏ । ଟଙ୍କା କାରବାରର ଏହି ଅଭିନବ ଉପାୟ 11 ଏପ୍ରିଲ 2016ରେ ଭାରତ ସରକାର ଆରମ୍ଭ କରିଥିଲେ । ଏହା ବିଶ୍ବର 10ରୁ ଅଧିକ ଦେଶରେ ବ୍ୟବହୃତ ହେଉଛି ।

UPI Payment
UPI Payment (File Photo)

UPIର ଲୋକପ୍ରିୟ ଆପ୍‌:-

ଲୋକେ ପରସ୍ପରକୁ ଟଙ୍କା ପଠାଇବା ଏବେ UPI ଦ୍ବାରା ଅତି ସହଜ ହୋଇପାରିଛି । UPI ଥିବା ଯୋଗୁଁ ଲୋକଙ୍କୁ ନଗଦ କିମ୍ବା ଡେବିଟ୍ କାର୍ଡ ବହନ କରିବାର ଆବଶ୍ୟକତା ପଡୁନାହିଁ । ଲୋକମାନେ ସେମାନଙ୍କର ଦୈନନ୍ଦିନ ଛୋଟ ଏବଂ ବଡ ଆବଶ୍ୟକତା ପାଇଁ ଫୋନ୍ ମାଧ୍ୟମରେ ଟଙ୍କା ପୈଠ କରୁଛନ୍ତି । ଅନେକ କମ୍ପାନୀ UPI ପାଇଁ ଏହି ସୁବିଧା ଯୋଗାଉଛନ୍ତି । ଲୋକମାନେ ଅନେକ UPI ଆପ୍ ମାଧ୍ୟମରେ ସପିଂ କରୁଛନ୍ତି । ଯେପରିକି ଗୁଗୁଲ୍ ପେ, ଫୋନ୍ ପେ, ଆମାଜନ ପେ କିମ୍ବା ପେଟିଏମ୍ ପରି UPI ଆପ୍ ମାଧ୍ୟମରେ ପେମେଣ୍ଟ ହେଉଛି । ଭାରତ ପରେ UAEରେ ମଧ୍ୟ UPIର ବହୁଳ ବ୍ୟବହାର ଦେଖିବାକୁ ମିଳିଛି ।

ଟ୍ରାଞ୍ଜାକ୍ସନ ଫେଲ୍‌ ମାରିଲେ ବା ପଇସା କଟିଲେ କଣ କରିବେ ?

ଏମିତି ଅନେକ ଥର ହୋଇଥାଏ ଯେତେବେଳେ ୟୁପିଆଇ ମାଧ୍ୟମରେ ଟଙ୍କା ନେଣଦେଣ ଫେଲ୍‌ ମାରିଥାଏ । ଅର୍ଥାତ ଆପଣ କୌଣସି ବ୍ୟକ୍ତିଙ୍କୁ ଟଙ୍କା ଦେବା ପରେ ତାଙ୍କ ନିକଟକୁ ଟଙ୍କା ପହଞ୍ଚି ନଥାଏ । କିନ୍ତୁ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଇଥାଏ । ଯଦି ଆପଣଙ୍କ ସହିତ ଏପରି ଘଟିଛି ତେବେ ଚିନ୍ତିତ ହୁଅନ୍ତୁ ନାହିଁ । ଆପଣ ବହୁ ସହଜରେ ନିଜ ଟଙ୍କା ଫେରି ପାଇବେ । ବ୍ୟାକିଂ ସେକ୍ଟର ସହ ଜଡ଼ିତ ଅଧିକାରୀ ଉତ୍ତମ କୁମାରଙ୍କ କହିବାନୁସାରେ, ଟ୍ରାଞ୍ଜାକ୍ସନ ଫେଲ୍‌ ହେବା ପରେ ଯଦି ଟଙ୍କା 1ଘଣ୍ଟା ମଧ୍ୟରେ ଫେରସ୍ତ ନ ଆସେ, ତେବେ ଆପଣ ୟୁପିଆଇ ଆପ୍‌ ଯାଇ ଅଭିଯୋଗ କରିପାରିବେ ।

QR Code
QR Code (File Photo)

ପଇସା କଟିଲେ ଏହି ଟିପ୍ସକୁ ଅନୁସରଣ କରନ୍ତୁ:-

  • ପ୍ରଥମେ ପେମେଣ୍ଟ ହିଷ୍ଟ୍ରି ଅପସନ୍‌ ଯିବାକୁ ହେବ
  • ଏହାପରେ ରେଜ୍‌ ଡିସପ୍ୟୁଟକୁ ଯିବେ
  • ରେଜ ଡିସପ୍ୟୁଟରେ ଅଭିଯୋଗ କରିବେ
  • ଏହାପରେ ବି ପଇସା ନ ଆସିଲେ, ଆପଣ ନିଜ ବ୍ୟାଙ୍କ ସହ ଯୋଗାଯୋଗ କରିବେ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ଅନୁସାରେ, ଭୁଲରେ ଟ୍ରାଞ୍ଜାକ୍ସନ ହେଲେ ଏହାର ସବିଶେଷ ତଥ୍ୟ ପ୍ରଥମେ ପେମେଣ୍ଟ ସର୍ଭିସ ପ୍ରୋଭାଇଡରର କଷ୍ଟମର କେୟାରକୁ ଦେବାକୁ ହେବ । ୟୁପିଆଇ ମାଧ୍ୟମରେ ଭୁଲ ବ୍ୟାଙ୍କ ଖାତାକୁ ଟଙ୍କା ଚାଲିଯିବା ପରେ ଆପଣ ଟୋଲ୍‌ ଫି ନମ୍ବର 18001201740ରେ କଲ୍‌ କରି ଅଭିଯୋଗ କରିପାରିବେ ।

UPI Payment
UPI Payment (File Photo)

କାହିଁକି ପେମେଣ୍ଟ ପେଣ୍ଡିଂ ଦେଖାଏ ?

ବେଳେ ବେଳେ ୟିପିଆଇ ୟୁଜର କୌଣସି ବ୍ୟକ୍ତିଙ୍କୁ ପେମେଣ୍ଟ କରିବା ପରେ ଏହା ପେଣ୍ଡିଂରେ ରହିଯାଏ । ୟୁଜରଙ୍କ ଆକାଉଣ୍ଟରୁ ପଇସା କଟିଯିବା ପରେ ମଧ୍ୟ ପେମେଣ୍ଟ ହିଷ୍ଟ୍ରିରେ ପେଣ୍ଡିଂ ଦେଖାଇଥାଏ । ଏହାର କାରଣ ହେଉଛି ବ୍ୟାଙ୍କର ସର୍ଭରରେ ଏକ ପ୍ରକାର ବୈଷୟିକ ତ୍ରୁଟି ଅଛି । ଟେକ୍ନିକାଲ ଗ୍ଲିଚ୍ କାରଣରୁ କାରବାର ବିଚାରାଧୀନ ବା ପେଣ୍ଡିଂ ଅବସ୍ଥାରେ ଅଛି । ଏପରି ସ୍ଥିତିରେ ଗ୍ରାହକ 48ଘଣ୍ଟା ମଧ୍ୟରେ ଏହି ଦେୟ ପାଇବେ । ବ୍ୟାଙ୍କ ଦ୍ବାରା ଏହି ସମସ୍ୟାର ସମାଧାନ ପରେ ଉକ୍ତ ପେମେଣ୍ଟଟି ସ୍ବୟଂଚାଳିତ ଭାବେ ସଫଳ (ପେମେଣ୍ଟ ସକ୍ସେସଫୁଲ୍‌) ଦେଖାଇଥାଏ ।

ଏହା ବି ପଢନ୍ତୁ- ବୈଶ୍ୱିକ ସ୍ତରେର ପେମେଣ୍ଟ ହେବ ଆହୁରି ସହଜ, 20 ଦେଶକୁ ସମ୍ପ୍ରସାରିତ ହେବ UPI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.