ETV Bharat / technology

Bajaj Pulsar NS160: ପେଟ୍ରୋଲ ଖର୍ଚ୍ଚରୁ ମିଳିବ ମୁକ୍ତି; ନୂଆ ବାଇକ୍‌ ଆଣୁଛି ବଜାଜ୍‌, 100% ଇଥାନଲରେ ଚାଲିବ - Ethanol powered Bajaj Pulsar NS160

author img

By ETV Bharat Tech Team

Published : Sep 6, 2024, 4:21 PM IST

Bajaj Pulsar NS160 Bike: ଦିନକୁ ଦିନ ପେଟ୍ରୋଲ ଦର ହୁ ହୁ ବୃଦ୍ଧି ପାଉଛି । କାରଣ ପେଟ୍ରୋଲ ଲାଗି ଆମେ ଅନ୍ୟ ଦେଶ ଉପରେ ନିର୍ଭର କରୁ । କୌଣସି ଯୁଦ୍ଧ ସ୍ଥିତି ଉପୁଜୁ ବା କୂଟନୈତିକ ସ୍ତରରେ ସମସ୍ୟା ହେଲେ ଦର ବୃଦ୍ଧି ପାଉଛି । ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ନୂଆ ବାଇକ୍‌ ଆଣୁଛି ବଜାଜ କମ୍ପାନୀ । ଯାହାକି ସମ୍ପୂର୍ଣ୍ଣ ଇଥାନଲରେ ଚାଲିବ । ଯାହାଦ୍ବାରା ପେଟ୍ରୋଲ ଖର୍ଚ୍ଚରୁ ମିଳିବ ମୁକ୍ତି । ଅଧିକ ପଢନ୍ତୁ

Bajaj Pulsar NS160 Bike
Bajaj Pulsar NS160 Bike (ETV Bharat Tech Team)

ହାଇଦ୍ରାବାଦ: ଏଣିକି ପେଟ୍ରୋଲ ଖର୍ଚ୍ଚରୁ ମିଳିବ ମୁକ୍ତି । ବିକଳ୍ପ ଇନ୍ଧନ ଉପରେ କାମ କରୁଥିବା ମୋଟର ସାଇକେଲ ନିର୍ମାତା କମ୍ପାନୀ ବଜାଜ (Bajaj) ନୂଆ ବାଇକ Pulsar NS160କୁ ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ବାଓ-ଏନର୍ଜି ଆଣ୍ଡ ଟେକ୍‌ (IBET) ଏକ୍ସପୋରେ ପ୍ରଦର୍ଶିତ କରିଛି । ଏହି ବାଇକଟି ଶତ ପ୍ରତିଶତ ଇଥାନଲରେ ଚାଲିବ । ଏହାର ପ୍ରଦୂଷଣର ମାତ୍ରା ମଧ୍ୟ ପେଟ୍ରୋଲ ଓ ଡିଜେଲ ତୁଳନାରେ କମ ରହିବ ।

Bajaj Pulsar NS160 Bike
Bajaj Pulsar NS160 Bike (Bajaj Auto)

ପେଟ୍ରୋଲ ଖର୍ଚ୍ଚରୁ ମିଳିବ ମୁକ୍ତି:-

ବଜାଜ କମ୍ପାନୀ ଏବେ ପଲସର ଏନଏସ୍ ୧୬୦ (Pulsar NS160)ର ବଜାର ପ୍ରବେଶ କରାଇବ । ଏହା ୧୦୦ ପ୍ରତିଶତ ଇଥାନଲରେ ଚାଲିବା ସହ ପରିବେଶ ଅନୁକୂଳ ମଧ୍ୟ । ଇଥାନଲ ପେଟ୍ରୋଲର ଏକ ଆଶାଜନକ ବିକଳ୍ପ ହୋଇପାରେ । କମ୍ପାନୀ ଇଥାନଲ ବା ଇଥାନଲର ମିଶ୍ରଣରେ ଚାଲୁଥିବା ଫ୍ଲେକ୍ସ-ଫ୍ୟୁଲରେ ଚାଲୁଥିବା ମୋଟରସାଇକେଲର ଏକ ନୂଆ ବିକଳ୍ପ ପ୍ରସ୍ତୁତ କରିଛି ।

Bajaj Pulsar NS160 Bike
Bajaj Pulsar NS160 Bike (Bajaj Auto)

ଫ୍ଲେକ୍ସ-ଫ୍ୟୁଲ (Flex-fuel) କଣ ?

କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଅନେକ ସମୟରେ ଫ୍ଲେକ୍ସ-ଫ୍ୟୁଲ ଇଞ୍ଜିନ ଥିବା ବାଇକ ନିର୍ମାଣ କରିବା ଦିଗରେ ପରାମର୍ଶ ଦେଉଛନ୍ତି । ତେବେ ଫ୍ଲେକ୍ସ-ଫ୍ୟୁଲ ହେଉଛି ଇନ୍ଧନର ବିକଳ୍ପ ଯାହାକି ଅନ୍ୟ ଇନ୍ଧନ ଯେପରିକି ଇଥାନଲ ଓ ମିଥାନଲ ଏବଂ ଗ୍ୟାସୋଲିନ ମିଶ୍ରଣ । ଏହି ଇଞ୍ଜିନକୁ ଏପରି ବିକଶିତ କରାଯାଇଛି ଯାହାଦ୍ବାରା ଏହା ଏକାଧିକ ଇନ୍ଧନର ମିଶ୍ରଣରେ ଚାଲିପାରିବ । ଭାରତ ସରକାରଙ୍କ ପକ୍ଷରୁ ଇଥାନଲ ଇନ୍ଧନ ଚାଳିତ ଯାନକୁ ପ୍ରୋତ୍ସାହନ ଦିଆଯାଉଛି । TVS କମ୍ପାନୀ ନିକଟରେ ଏକ ଇଥାନଲ ବାଇକ୍‌ Apache RTR 20 ଲଞ୍ଚ କରିଥିଲା । ଅନ୍ୟପଟେ ବ୍ରାଜିଲ ଓ ଅନ୍ୟ ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକରେ E80/100 ଇନ୍ଧନ ଚାଳିତ ଯାନର ବହୁଳ ବ୍ୟବହାର କରୁଛନ୍ତି ।

Bajaj Pulsar NS160 Bike
Bajaj Pulsar NS160 Bike (Bajaj Auto)

Pulsar NS160 ଫିଚର୍ସ:-

ତେବେ କମ୍ପାନୀ ପକ୍ଷରୁ ଏହି ବାଇକ୍‌ ନେଇ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇନାହିଁ । କିନ୍ତୁ ଏହା ସମ୍ପୂର୍ଣ୍ଣ ଇଥାନଲରେ ଚାଲିପାରିବ । ଏହାବାଦ ପେଟ୍ରୋଲ କିମ୍ବା ଇଥାନଲର ମିଶ୍ରଣରେ ମଧ୍ୟ ଏହି ବାଇକ ଚାଲିପାରେ । ଏଥିରେ 160.3cc ସିଙ୍ଗଲ ସିଲିଣ୍ଡର ସହ 5ସ୍ପିଡ ଗିଅରବକ୍ସ ମିଳିଯିବ ।

Bajaj Pulsar NS160 Bike
Bajaj Pulsar NS160 Bike (Bajaj Auto)

ପଢନ୍ତୁ ଅନ୍ୟ କିଛି ଖବର

Hyundai Creta Launched: ବ୍ଲାକ୍‌ ବୋଲ୍ଡ ଲୁକ୍‌ ସହ ଲଞ୍ଚ ହେଲା Cretaର Knight Edition; ଦାମ 14.51 ଲକ୍ଷ

3 ଇଞ୍ଜିନ ବିକଳ୍ପ ସହିତ ଲଞ୍ଚ ହେଲା Tata Curvv, ଜାଣନ୍ତୁ କେତେ ଦାମ ଓ କଣ ଖାସ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.