ETV Bharat / technology

PresVu Eye Drops: ଆଇଡ୍ରପ୍‌ ହଟାଇବ ଆଖିରୁ ଚଷମା ! ଭୁଲ ତଥ୍ୟ ଦେଇଥିବା ଅଭିଯୋଗକୁ ଖଣ୍ଡନ କଲା କମ୍ପାନୀ - PresVu Eye Drops

author img

By ANI

Published : Sep 7, 2024, 2:56 PM IST

False Presentation Of Fact: ପ୍ରେସଭୁ ଆଇ ଡ୍ରପକୁ ନେଇ କିଛି ଦିନ ତଳେ ଚର୍ଚ୍ଚା ଲାଗି ରହିଥିଲା । ଏହି ଆଇ ଡ୍ରପକୁ ବ୍ୟବହାର କଲେ ଆଉ କେବେ ବି ଚଷମା ଲଗାଇବାକୁ ପଡ଼ିବ ନାହିଁ ବୋଲି କୁହାଯାଉଥିଲା । ତେବେ କିଛି ଏକ୍ସପର୍ଟ ଏହାକୁ ଭ୍ରମିତ କଲା ଭଳି ତଥ୍ୟ କହିବା ପରେ ଏହା ଉପରେ ସ୍ପଷ୍ଟୀକରଣ ରଖିଛି କମ୍ପାନୀ । ENTOD ପକ୍ଷରୁ କୌଣସି ଭୁଲ ତଥ୍ୟ ଦିଆଯାଇନାହିଁ ବୋଲି କହିଛନ୍ତି କମ୍ପାନୀ ସିିଇଓ । ଅଧିକ ପଢନ୍ତୁ

PresVu Eye Drops
PresVu Eye Drops (ANI)

ହାଇଦ୍ରାବାଦ: ପ୍ରେସଭୁ ଆଇ ଡ୍ରପ (PresVu Eye Drops) ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଆଇଡ୍ରପ ଦୁନିଆର ପ୍ରଥମ ଏପରି ଆଇ ଡ୍ରପ୍‌ ଯାହାକୁ ବ୍ୟବହାର କଲେ ଆଖିରୁ ସବୁଦିନ ଲାଗି ଚଷମା ହଟିଯିବ ବୋଲି ଦାବି କରାଗଲା । ଏ ନେଇ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଲା । ଏହାପରେ କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ଖୋଦ ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ (DCGI) ଏହି ତଥ୍ୟକୁ ଭୁଲ ବୋଲି ଦର୍ଶାଗଲା । ଶୁକ୍ରବାର ଏଣ୍ଟୋଡ ଫାର୍ମାସିୟୁଟିକଲ୍ସ କମ୍ପାନୀ (Entod Pharmaceuticals) ଏହାକୁ ଖଣ୍ଡନ କରିବା ସହ କୌଣସି ଭୁଲ ତଥ୍ୟ ଦିଆଯାଇନାହିଁ ବୋଲି କହିଛି ।

Eye Drop
Eye Drop (ANI)

ପୂର୍ବରୁ ଆଇଡ୍ରପକୁ ନେଇ କଣ କୁହାଯାଇଥିଲା ?

ଗତ କିଛି ଦିନ ତଳେ ଭାରତୀୟ ଔଷଧ ନିର୍ମାତା କମ୍ପାନୀ ଏଣ୍ଟୋଡ ଫାର୍ମାସିୟୁଟିକଲ୍ସ ଏପରି ଏକ ଆଇଡ୍ରପ ତିଆରି କରିଥିବା ଦାବି କରିଥିଲା ଯେ, ଯାହାକୁ ଆଖିରେ ପକାଇବା ପରେ କିଛି ସମୟ ମଧ୍ୟରେ ସବୁକିଛି ସ୍ପଷ୍ଟ ଦିଶିବ ଓ କିଛି ଘଣ୍ଟା ମଧ୍ୟରେ ଆଖିରୁ ଚଷମା ହଟିବ । ଏହି ଆଇଡ୍ରପକୁ ଲଞ୍ଚ କରିବା ସମୟରେ ଏପରି କୁହାଯାଇଥିଲା । ଏହି ଆଇଡ୍ରପର ନାମ ପ୍ରେସଭୁ ଆଇ ଡ୍ରପ (PresVu Eye Drops) ରଖାଯାଇଥିଲା । ଏହାକୁ DGCI ମଞ୍ଜୁରୀ ପ୍ରଦାନ କରିଥିବା କୁହାଯାଇଥିଲା ।

କଣ କହୁଛନ୍ତି ଆଖି ବିଶେଷଜ୍ଞ ?

ମେଡିକାଲ ଏକ୍ସପର୍ଟ କହିଥିଲେ ଯେ ଏହି ଆଇଡ୍ରପ ସ୍ଥାୟୀ ଭାବରେ ଆଖିରୁ ଚଷମା ହଟାଇବା ଲାଗି ତିଆରି କରାଯାଇନାହିଁ । କିଛି ସମୟ ଲାଗି ଏହା ହୁଏତ ଆପଣଙ୍କୁ ଚଷମା ହଟାଇବାରେ ସାହାଯ୍ୟ କରିବ କିନ୍ତୁ ଏହା ସ୍ଥାୟୀ ସମାଧାନ ନୁହେଁ । ବିନା ଡାକ୍ତରଙ୍କ ପରାମର୍ଶରେ ଏହି ଆଇଡ୍ରପକୁ ବ୍ୟବହାର କରିବା ହାନିକାରକ ହୋଇପାରେ ।

ଭ୍ରମିତ କଲା ଭଳି ତଥ୍ୟ କହିଲା DCGI :-

ଜାତୀୟ ଗଣମାଧ୍ୟମ ସଂସ୍ଥା ANIରେ ପ୍ରକାଶିତ ରିପୋର୍ଟ ଅନୁସାରେ DCGIର ଅଫିସିଆଲଙ୍କ କହିବାନୁସାରେ କମ୍ପାନୀ ପକ୍ଷରୁ ଏହି ଆଇଡ୍ରପକୁ ନେଇ ଦିଆଯାଇଥିବା ତଥ୍ୟ ମିଛ ଓ ଭ୍ରମିତ କଲା ପରି । ଏଥିଲାଗି କମ୍ପାନୀ ପକ୍ଷରୁ ଅଫିସିଆଲ ବିବୃତ୍ତି ଦେବା ଲାଗି ଡିସିଜିଆଇ କହିଛି ।

ଅଭିଯୋଗକୁ ଖଣ୍ଡନ କଲା କମ୍ପାନୀ:-

ଏହି ଆଇଡ୍ରପକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ଏହା ଭ୍ରମିତ କଲା ପରି ତଥ୍ୟ ଅନେକ ମେଡିକାଲ ଏକ୍ସପର୍ଟ କହିବା ପରେ ଶୁକ୍ରବାର ସ୍ପଷ୍ଟୀକରଣ ରଖିଛି ଏଣ୍ଟୋଡ କମ୍ପାନୀ । ଏହି କମ୍ପାନୀର ସିଇଓ ନିଖିଲ କେ ମସୁରକର କହିଛନ୍ତି, " PresVu ଆଇଡ୍ରପ ସମ୍ପର୍କରେ ଆମେ ଗଣମାଧ୍ୟମ ବା ଲୋକଙ୍କୁ କୌଣସି ଭୁଲ ତଥ୍ୟ ଦେଇନାହୁଁ । ଗଣମାଧ୍ୟମକୁ ପ୍ରକାଶିତ ସମସ୍ତ ତଥ୍ୟ ବୟସ୍କଙ୍କ ପ୍ରେସବୋପିଆ (Presbyopia)ର ଚିକିତ୍ସା ପାଇଁ ଅନୁମୋଦିତ ଏବଂ ଫେଜ 3 କ୍ଲିନିକାଲ୍ ଟ୍ରାଏଲ୍ ତଥ୍ୟ ଆଧାରରେ ଏହା କୁହାଯାଇଛି ।"

ସେ ଆହୁରି କହିଛନ୍ତି, "ଦୀର୍ଘ ସମୟ ଧରି ରିସର୍ଚ୍ଚ କରିବା ପରେ PresVu ଆଇଡ୍ରପକୁ ବିକଶିତ କରାଯାଇଛି । ଏହି DCGI ଅନୁମୋଦନ ହେଉଛି ଭାରତରେ ଚକ୍ଷୁ ଯତ୍ନରେ ପରିବର୍ତ୍ତନ ଆଣିବା ପାଇଁ ଆମର ମିଶନରେ ଏକ ପ୍ରମୁଖ ପଦକ୍ଷେପ । PresVu କେବଳ ଏକ ଉତ୍ପାଦଠାରୁ ଅଧିକ ଏହା ଏକ ସମାଧାନ ଯାହା ସେମାନଙ୍କୁ ଅଧିକ ଭିଜୁଆଲ୍ ସ୍ବାଧୀନତା ପ୍ରଦାନ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଉନ୍ନତ କରିବ । ନବସୃଜନ ପ୍ରତି ଆମର ପ୍ରତିବଦ୍ଧତା ଏବଂ ସ୍ବାସ୍ଥ୍ୟସେବା ସମାଧାନ ପ୍ରଦାନରେ ଆମେ ଗର୍ବିତ, ଯାହା ଉଭୟ ଉପଲବ୍ଧ ଏବଂ ସୁଲଭ ଅଟେ ।"

ପଢନ୍ତୁ ଅନ୍ୟ କିଛି ଖବର

ବୟସ ବଢିଲେ ବି କମିବନି ଦୃଷ୍ଟିଶକ୍ତି; ବାସ୍ ଏମିତି ନିଅନ୍ତୁ ଆଖିର ଯତ୍ନ

ଆଖି ତଳ କାଳଦାଗ ନେଇ ଚିନ୍ତିତ କି ? ଫଲୋ କରନ୍ତୁ ଏହି ଟିପ୍ସ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.