ETV Bharat / technology

BSNLର ନୂଆ ଆରମ୍ଭ; 24ବର୍ଷ ପରେ ବଦଳାଇଲା LOGO, ଆଣିଲା 7 ନୂଆ ସର୍ଭିସ

ଦୀର୍ଘ 24ବର୍ଷ ପରେ ଲୋଗୋ ବଦଳାଇବା ସହ ନୂଆ ଆରମ୍ଭ କରିଛି ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ । ଉପଭୋକ୍ତାଙ୍କୁ ଉନ୍ନତମାନର ସେବା ଯୋଗାଇବା ଲାଗି 7ଟି ନୂଆ ସର୍ଭିସ ଲଞ୍ଚ କରିଛି ।

BSNL
BSNL (Photo- BSNL India)
author img

By ETV Bharat Tech Team

Published : 3 hours ago

Updated : 2 hours ago

ହାଇଦ୍ରାବାଦ: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିଜ ସେବାର ନବୀକରଣ ଦିଗରେ BSNL ପ୍ରଥମ ପଦକ୍ଷେପ ନେଇଛି । କମ୍ପାନୀ ଖୁବଶୀଘ୍ର ବ୍ୟବସାୟିକ ଭାବେ 4G ସେବା ଆରମ୍ଭ କରିବାକୁ ଯାଉଛି । ଏହାସହ ଆସନ୍ତା ବର୍ଷ ଜୁନରେ 5G ସେବା ଘୋଷଣା କରିପାରେ । ନିକଟରେ ଆୟୋଜିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସ (IMC)ରେ ବିଏସଏନଏଲ ଏହାର ଅନେକ ଆଗାମୀ ସେବା ପ୍ରଦର୍ଶନ କରିଥିଲା । ଆଜି (ମଙ୍ଗଳବାର) ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କମ୍ପାନୀ ଏହାର ନୂଆ ଲୋଗୋ ଏବଂ ସ୍ଲୋଗାନ ଲଞ୍ଚ କରିଛି । ଏହା ବ୍ୟତୀତ କମ୍ପାନୀ 7ଟି ନୂତନ ସେବା ମଧ୍ୟ ଆଣିଛି ।

BSNLର ନୂଆ ଲୋଗୋ:-

2000 ମସିହା ପରେ BSNL ଏହାର ଲୋଗୋ ଓ ସ୍ଲୋଗାନକୁ ପରିବର୍ତ୍ତନ କରିଛି । ବିଏସଏନଏଲର ଲୋଗୋ ପୂର୍ବରୁ ନୀଳ ଏବଂ ନାଲି ତୀର ଥିଲା, ଯାହା ବର୍ତ୍ତମାନ ଧଳା ଏବଂ ସବୁଜ ରଙ୍ଗରେ ପରିବର୍ତ୍ତିତ ହୋଇଛି । ପୂର୍ବ ଲୋଗୋରେ ଏକ ଧୂସର ରଙ୍ଗର ବୃତ୍ତ ଥିଲା, ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିତ ହୋଇଛି । ଲୋଗୋର ଡିଜାଇନ ପୂର୍ବ ପରି ସମାନ ରଖାଯାଇଛି । ମଝିରେ ଥିବା ବୃତ୍ତର ରଙ୍ଗକୁ ସାଫ୍ରନରେ ପରିବର୍ତ୍ତନ କରାଯାଇଛି । ଏହାସହ ଭାରତର ମାନଚିତ୍ର ବୃତ୍ତ ମଧ୍ୟରେ ଦୃଶ୍ୟମାନ ହେଉଛି । ଏହି ନୂଆ ଲୋଗୋରେ ଭାରତ ସରକାର ତ୍ରିରଙ୍ଗାର 3ଟି ରଙ୍ଗକୁ ବ୍ୟବହାର କରିଛନ୍ତି । ବିଏସଏନଏଲ ପୁରୁଣା ସ୍ଲୋଗାନ 'Connecting India'କୁ ବଦଳାଇ 'Connecting Bharat' ରଖିଛି ।

ଏହା ବି ପଢନ୍ତୁ

ଗ୍ରାହକଙ୍କ ପାଇଁ 7 ନୂଆ ସେବା:-

  1. ସ୍ପାମ ଫ୍ରି ନେଟୱର୍କ:- ବିଏସଏନଏଲ AI ମାଧ୍ୟମରେ ସ୍ପାମ କଲ୍‌ ଓ ମେସେଜକୁ ବ୍ଲକ୍‌ କରିବାକୁ ଟେକ୍ନୋଲୋଜିର ବ୍ୟବହାର କରିଛି । ଏବେ ୟୁଜରଙ୍କ ମୋବାଇଲକୁ ଆସୁଥିବା ଫ୍ରଡ୍‌ କଲ୍‌କୁ ନେଟୱର୍କ ସ୍ତରରେ ହିଁ ବ୍ଲକ୍‌ କରିଦିଆଯିବ ।
  2. ନ୍ୟାସନାଲ Wi-Fi ରୋମିଂ:- ସରକାରୀ ଟେଲିକମ କମ୍ପାନୀ FTTH ବେସଡ ୱାଇ-ଫାଇ ରୋମିଂ ସେବା ଆରମ୍ଭ କରିଛି । ଫଳରେ ୟୁଜରଙ୍କୁ ବିନା କୌଣସି ଅତିରିକ୍ତ ଦେୟରେ Hotspotରେ ହାଇସ୍ପିଡ ଇଣ୍ଟରନେଟ ଆକ୍ସେସ ମିଳିବ ।
  3. IFTV:- ଏଫଟିଏଚ ନେଟୱର୍କ ଜରିଆରେ ୟୁଜର 500ରୁ ଅଧିକ ଲାଇଭ ଟିଭି ଚ୍ୟାନେଲକୁ ପେ ଟିଭିରେ ଦେଖିପାରିବେ ।
  4. ATS Kiosk:- କମ୍ପାନୀ ସିମକାର୍ଡ ପାଇଁ ATM ଭଳି କିଓସ୍କ ସୁବିଧା ଆରମ୍ଭ କରିଛି । ଏହା ଦେଶରେ ରେଳ ଷ୍ଟେସନ ସମେତ ସାର୍ବଜନିକ ସ୍ଥାନରେ ଲଗାଯିବ । ଫଳରେ ଗ୍ରାହକ 24 ଘଣ୍ଟିଆ ସିମ କିଣିବାଠାରୁ ଆରମ୍ଭ କରି ଅପଗ୍ରେଡ ସୁବିଧା ପାଇପାରିବେ ।
  5. D2D ସେବା:- ବିଏସଏନଏଲ ଡାଇରେକ୍ଟ-ଟୁ-ଡିଭାଇସ ସେବା ଘୋଷଣା କରିଛି । ଯେଉଁଥିରେ ସାଟେଲାଇଟରୁ ମୋବାଇଲ ନେଟୱର୍କକୁ ଇଣ୍ଟିଗ୍ରେଟ କରାଯାଇ ଭଲ କନେକ୍ଟିଭିଟି ମିଳିପାରିବ ।
  6. ଡିଜାଷ୍ଟର ରେସପନ୍ସ ସର୍ଭିସ:- କମ୍ପାନୀ ବନ୍ୟା ଭଳି ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋଗାଯୋଗ ପାଇଁ ଏହି ସେବା ଆରମ୍ଭ କରିଛି । ଯାହା ପ୍ରଭାବିତ ଅଞ୍ଚଳରେ ସରକାର ଓ ରିଲିଫ ଏଜେନ୍ସିଗୁଡ଼ିକୁ ସଂଯୋଗ ଯୋଗାଇବାରେ ସାହାଯ୍ୟ କରିବ । ଏହା ଏକ ଡ୍ରୋନ କିମ୍ବା ବେଲୁନ ଆଧାରିତ ଯୋଗାଯୋଗ ବ୍ୟବସ୍ଥା ହେବ ।
  7. ଅଣ୍ଡରଗ୍ରାଉଣ୍ଡ ଖଣିରେ 5G ନେଟୱର୍କ:- C-DAC ସହଯୋଗରେ ଭାରତ ସଞ୍ଚାର ନିଗମ ଲିମିଟେଡ୍ ଖଣିରେ ସୁପରଫାଷ୍ଟ ସଂଯୋଗ ଯୋଗାଇବା ପାଇଁ 5G ସେବା ଆରମ୍ଭ କରିଛି । ଏହି ସେବା AI ଏବଂ IoT ମାଧ୍ୟମରେ ଅଣ୍ଡରଗ୍ରାଉଣ୍ଡ ଖଣିରେ ଉଚ୍ଚ ଗତିର କଭରେଜ୍ ପ୍ରଦାନ କରିବାରେ ସହାୟକ ହେବ ।

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.