ETV Bharat / technology

Jio ଓ Airtelକୁ ଟକ୍କର ଦେବାକୁ ତୟାର BSNL; ଖୁବଶୀଘ୍ର ଆଣୁଛି 5G ସେବା - BSNL 5G LAUNCH

ସରକାରୀ ଟେଲିକମ କମ୍ପାନୀ BSNL କେବେ 5G ସେବା ପ୍ରଦାନ କରିବ ତାକୁ ଗ୍ରାହକ ଚାହିଁ ବସିଥିବା ବେଳେ ଶେଷରେ ଲଞ୍ଚ ତାରିଖର ଖୁଲାସା କରିଛି କମ୍ପାନୀ । ଅଧିକ ପଢନ୍ତୁ

BSNL 5G LAUNCH
BSNL 5G LAUNCH (ETV Bharat)
author img

By ETV Bharat Tech Team

Published : Nov 6, 2024, 2:20 PM IST

ନୂଆଦିଲ୍ଲୀ: ଭାରତରେ 5G ସେବା ବିଷୟରେ କହିଲେ ଜିଓ, ​​ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ସେବା ଯୋଗାଉଛନ୍ତି । କିନ୍ତୁ ବର୍ତ୍ତମାନ ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL)ର ନାମ ମଧ୍ୟ ଏହି ତାଲିକାରେ ଯୋଡ଼ି ହେବାକୁ ଯାଉଛି । BSNLର 4G ଏବଂ 5G ସେବା ପାଇଁ ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛି । କାରଣ କମ୍ପାନୀ ଏହାର ଲଞ୍ଚ ପାଇଁ ସମୟ ସୀମାକୁ ଆନୁଷ୍ଠାନିକ ଭାବେ ପ୍ରକାଶ କରିଛି ।

କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅନୁଯାୟୀ, ବିଏସଏନଏଲ ବୋଧହୁଏ 2025 ମସିହାରେ ଏହାର 5G ସେବା ଆରମ୍ଭ କରିବ । ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ଭାରତ ସଞ୍ଚାର ନିଗମ ଲିମିଟେଡ୍ ଏହାର 5G ରେଡିଓ ଆକ୍ସେସ୍ ନେଟୱାର୍କ (RAN) ଏବଂ କୋର ନେଟୱାର୍କର 3.6 GHz ଏବଂ 700 MHz ଫ୍ରିକ୍ବେନ୍ସି ବ୍ୟାଣ୍ଡରେ ପରୀକ୍ଷା ସଫଳତାର ସହ ଶେଷ କରିଛି । ସେ ନିଶ୍ଚିତ କରିଛନ୍ତି ଯେ ଖୁବଶୀଘ୍ର ଭାରତରେ ବିଏସଏନଏଲର 5G ସେବା ଆରମ୍ଭ ହେବ ।

କେବେ ମିଳିବ BSNLର 5G ସେବା ?

ଏକ ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିଏସଏନଏଲ ଆସନ୍ତା ବର୍ଷ ମାକର ସଂକ୍ରାନ୍ତିରେ ଏହାର 5G ସେବା ଆରମ୍ଭ କରିପାରେ । ବିଏସଏନଏଲ ପ୍ରିନ୍ସିପାଲ୍ ଜେନେରାଲ୍ ମ୍ୟାନେଜର (ପିଜିଏମ୍-କୃଷ୍ଣା ଜିଲା) ଏଲ୍. ଶ୍ରୀନୁ ଶନିବାର କହିଛନ୍ତି ଯେ 4G ସେବାକୁ ପରବର୍ତ୍ତୀ ସ୍ତରକୁ ଉନ୍ନିତ କରିବା ଏବଂ ଗୁଣାତ୍ମକ ସେବା ଯୋଗାଇବା ପାଇଁ BSNL ବ୍ୟବସ୍ଥା କରୁଛି । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀନୁ କହିଛନ୍ତି ଯେ କମ୍ପାନୀ ଟାୱାର ଏବଂ ଅନ୍ୟାନ୍ୟ ଯନ୍ତ୍ରପାତିର ନବୀକରଣ କରୁଛି ।

ଏହା ବି ପଢନ୍ତୁ
  1. BSNLର ନୂଆ ଆରମ୍ଭ; 24ବର୍ଷ ପରେ ବଦଳାଇଲା LOGO, ଆଣିଲା 7 ନୂଆ ସର୍ଭିସ
  2. ଅନଲିମିଟେଡ କଲ୍‌ ସାଙ୍ଗକୁ ଡେଟାର ମଜା ! 52ଦିନ ଯାଏଁ ଚାଲିବ BSNLର ଏହି ଶସ୍ତା ପ୍ଲାନ
  3. "BSNL କି ଘର ଓ୍ବାପସି", ଘରୋଇ କମ୍ପାନୀ ଛାଡି ଏବେ ଶସ୍ତା ରିଚାର୍ଜ ପ୍ଲାନ ପଛରେ ଗ୍ରାହକ

ଶ୍ରୀନୁ ଆହୁରି କହିଛନ୍ତି, "ବିଏସଏନଏଲ 'ସର୍ବତ୍ର ୱାଇଫାଇ' ନାମକ ଏକ ନୂତନ ପ୍ରକଳ୍ପ ଆରମ୍ଭ କରୁଛି, ଯାହାଦ୍ବାରା ଗ୍ରାହକ ନୂତନ ସ୍ଥାନକୁ ଯିବାବେଳେ ମଧ୍ୟ ୱାଇଫାଇର ନିରନ୍ତରତା ନିଶ୍ଚିତ କରିବେ । ଡେପୁଟି ଜେନେରାଲ ମ୍ୟାନେଜରଙ୍କ ଏକ ଟିମ୍ ଦ୍ବାରା ଏହି ପ୍ରକଳ୍ପ ପରିଚାଳିତ ହେଉଛି ।" ବିଭିନ୍ନ କମ୍ପାନୀ ଦ୍ବାରା ମୋବାଇଲ ରିଚାର୍ଜ ମୂଲ୍ୟ ବୃଦ୍ଧିକୁ ନେଇ ଡେପୁଟି ଜେନେରାଲ୍ ମ୍ୟାନେଜର ଜି ଶ୍ରୀନିବାସ କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ପ୍ରାୟ 12,000 ଗ୍ରାହକ ନମ୍ବର ପୋର୍ଟେବିଲିଟି ମାଧ୍ୟମରେ BSNL ସହିତ ଯୋଡ଼ି ହୋଇଛନ୍ତି ।

BSNLର ଲକ୍ଷ୍ୟ କ’ଣ ?

ଏବେ BSNL ସାରା ଦେଶରେ 4G ସାଇଟ୍ ଇନଷ୍ଟଲ୍‌ କରୁଛି । ସୂଚନା ଅନୁଯାୟୀ ଏହି ସାଇଟଗୁଡିକ 2025 ସୁଦ୍ଧା 5Gକୁ ଅପଗ୍ରେଡ୍ ହେବ । 2025 ମଧ୍ୟଭାଗରେ BSNL 1,00,000 ସାଇଟ୍ ଇନଷ୍ଟଲ୍‌ କରିବାକୁ ଲକ୍ଷ୍ୟ ରଖିଛି, ସେଥିମଧ୍ୟରୁ ଏପର୍ଯ୍ୟନ୍ତ ମୋଟ 39,000 ସାଇଟ୍ ଇନଷ୍ଟଲ୍‌ ହୋଇଛି । ସୂଚନାଯୋଗ୍ୟ ଯେ ଉଭୟ ସ୍ବଦେଶୀ 4G ଏବଂ 5G କାର୍ଯ୍ୟକାରୀ କରିବାରେ BSNL ଦେଶର ପ୍ରଥମ ଅପରେଟର ହେବ । ଏବେ BSNLର ଏହି ସେବା ବର୍ତ୍ତମାନ ପରୀକ୍ଷା ପର୍ଯ୍ୟାୟରେ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.