ETV Bharat / technology

ନୂଆବର୍ଷରୁ ମହଙ୍ଗା ହେବ BMW ମୋଟର ସାଇକେଲ୍‌; ଏତିକି ବଢିବ ଟଙ୍କା - BMW MOTORRAD PRICE HIKES

BMW ମୋଟର ସାଇକେଲ କିଣିବାକୁ ଚାହୁଁଥିଲେ 2024ରେ ହିଁ କିଣିନିଅନ୍ତୁ । ନୂଆବର୍ଷରୁ କମ୍ପାନୀ ବାଇକର ଦାମ ବୃଦ୍ଧି କରିବାକୁ ଯାଉଛି । ଅଧିକ ପଢନ୍ତୁ

BMW G 310 R
BMW G 310 R (Credit- BMW Motorrad India)
author img

By ETV Bharat Tech Team

Published : Nov 30, 2024, 2:26 PM IST

ହାଇଦ୍ରାବାଦ: ପ୍ରିମିୟମ ବାଇକ ନିର୍ମାତା କମ୍ପାନୀ BMW Motorrad India ନୂଆବର୍ଷରୁ ସମସ୍ତ ମଡେଲର ଦାମ ବୃଦ୍ଧି କରିବାକୁ ଯାଉଛି । 2025 ଜାନୁଆରୀ 1 ତାରିଖରୁ ସମସ୍ତ ବାଇକର ଦାମ ପ୍ରାୟ 2.5 ପ୍ରତିଶତ ବୃଦ୍ଧି ପାଇବ । ସାମଗ୍ରିକ ଇନପୁଟ୍ ଖର୍ଚ୍ଚ ଏବଂ ମୁଦ୍ରାସ୍ଫୀତି ଚାପ ଯୋଗୁଁ କମ୍ପାନୀ ସମସ୍ତ ମଡେଲର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା କହିଛି ।

BMW CE 02 ଇଲେକ୍ଟ୍ରିକ୍ ସ୍କୁଟର
BMW CE 02 ଇଲେକ୍ଟ୍ରିକ୍ ସ୍କୁଟର (Credit- BMW)

ଧ୍ୟାନ ଦେବା କଥା ହେଉଛି ବିଏମଡବ୍ଲୁ ଇଣ୍ଡିଆ ପୋର୍ଟଫୋଲିଓରେ ଥିବା ସମସ୍ତ ମଡେଲଗୁଡିକର ଏକ୍ସ-ଶୋ' ରୁମ୍ ମୂଲ୍ୟରେ ବର୍ଦ୍ଧିତ ମୂଲ୍ୟ ଲାଗୁ ହେବ । ବିଏମଡବ୍ଲୁ ମୋଟରରାଡ ଇଣ୍ଡିଆ ଆନୁଷ୍ଠାନିକ ଭାବରେ ବିଏମଡବ୍ଲୁ ଗ୍ରୁପର ଭାରତୀୟ ସହାୟକ କମ୍ପାନୀ ଭାବରେ ଏପ୍ରିଲ 2017ରେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା । ଏହି କମ୍ପାନୀକୁ ଭାରତରେ ବେଶ ପସନ୍ଦ କରାଯାଇଛି ।

ଏହା ବି ପଢନ୍ତୁ
  1. ଦୁଇ ନୂଆ ବାଇକ୍‌ ଲଞ୍ଚ କଲା BMW; ମନ କିଣୁଛି ଷ୍ଟାଇଲିସ ଲୁକ୍‌ - BMW F900 GS Launch
  2. ଲଞ୍ଚ୍‌ ହେଲା ଅପଡେଟେଡ୍‌ BMW M2 କାର; ଦାମ 1.03 କୋଟି
BMW M1000 RR
BMWର ସବୁଠୁ ମହଙ୍ଗା ମୋଟରସାଇକେଲ M1000 RR (Credit- BMW)

ଭାରତ ବଜାରରେ BMW Motorradର ସ୍ଥିତି:-

BMW Motorrad India ତିନୋଟି 310 ମଡେଲ ଯେପରିକି BMW G 310 R, BMW G 310 GS ଏବଂ BMW G 310 RR ଭାରତରେ ଉତ୍ପାଦିତ କରି ଭାରତୀୟ ବଜାରରେ ବିକ୍ରି କରୁଛି । ଏହାର ସଂପୂର୍ଣ୍ଣ ବିଲ୍ଟ ୟୁନିଟ୍ (ସିବିୟୁ) ଲାଇନଅପ୍‌ରେ M ମଡେଲ୍, ଆଡଭେଞ୍ଚର ମୋଟରସାଇକେଲ୍, ରୋଡଷ୍ଟର୍, ଟୁରିଂ ବାଇକ୍ ଏବଂ ଅନ୍ୟାନ୍ୟ ମୋଟରସାଇକେଲ୍ ସାମିଲ । ଏହା ବ୍ୟତୀତ କମ୍ପାନୀ CE 02 ଏବଂ CE 04 ନାମକ ଦୁଇଟି ଦୁଇ ଚକିଆ ଯାନ ମଧ୍ୟ ବିକ୍ରି କରୁଛି ।

BMW G 310 GS
BMW G 310 GS (Credit- BMW)

BMWରେ କେଉଁଟା ମହଙ୍ଗା ଓ ଶସ୍ତା ବାଇକ ?

ଏବେ ଭାରତର ସମସ୍ତ BMW ଦୁଇ ଚକିଆ ଯାନ ମାନକ ଭାବରେ ତିନି ବର୍ଷର ୱାରେଣ୍ଟି ସହିତ ଆସେ । ଭାରତରେ କମ୍ପାନୀର ଶେଷ ଦୁଇ ଚକିଆ ଯାନ ଥିଲା CE 02 ଇଲେକ୍ଟ୍ରିକ୍ ସ୍କୁଟର, ଯାହାର ମୂଲ୍ୟ 4.50 ଲକ୍ଷ ଟଙ୍କା (ଏକ୍ସ-ଶୋ’ରୁମ୍) । ସବୁଠାରୁ ଶସ୍ତା BMW ଦୁଇ ଚକିଆ ଯାନ ହେଉଛି BMW G 310 R, ଯାହାର ମୂଲ୍ୟ 2.90 ଲକ୍ଷ ଟଙ୍କା । କମ୍ପାନୀର ସବୁଠାରୁ ମହଙ୍ଗା ମୋଟରସାଇକେଲ ହେଉଛି M1000 RR ଯାହାର ମୂଲ୍ୟ 49 ଲକ୍ଷ ଟଙ୍କା (ଏକ୍ସ ଶୋ’ରୁମ୍) ।

BMW G 310 R
BMWର ସବୁଠୁ ଶସ୍ତା ଦୁଇ ଚକିଆ ଯାନ G 310 R (Credit- BMW)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.