ETV Bharat / technology

ଲକ୍ଷ ଲକ୍ଷ iPhone ୟୁଜରଙ୍କୁ ଆପଲ୍‌ର ବଡ଼ ଉପହାର; ଲଞ୍ଚ ହେଲା iOS 18.2 - APPLE LAUNCHES IOS 18 2

ଯଦି ଆପଣ ବି ଜଣେ ଆଇଫୋନ ୟୁଜର ତେବେ ଆପଲ୍‌ ଆପଣଙ୍କ ପାଇଁ ଏକ ବଡ଼ ଉପହାର ଆଣିଛି । ଯେଉଁଥିରେ ଆପଣଙ୍କୁ ଆଇଫୋନରେ ChatGPT ସମେତ ଅନେକ ସୁବିଧା ମିଳିବ ।

Apple launches iOS 18 2 in India
Apple launches iOS 18 2 in India (Photo Credit-)
author img

By ETV Bharat Tech Team

Published : Dec 12, 2024, 12:36 PM IST

ହାଇଦ୍ରାବାଦ: ଟେକ୍‌ ଜାଏଣ୍ଟ ଆପଲ୍‌ ଆନୁଷ୍ଠାନିକ ଭାବେ iOS 18.2 ଲଞ୍ଚ କରିଛି । ଯେଉଁଥିରେ iPhones, iPads ଓ Macsରେ ମିଳିବ ଅନେକ ଅତ୍ୟାଧୁନିକ ଫିଚର । ଏହି ନୂଆ ଅପଡେଟରେ ଆପଲ୍‌ ଇଣ୍ଟେଲିଜେନ୍ସର ଦ୍ବିତୀୟ ପର୍ଯ୍ୟାୟ ସାମିଲ । ଏହି ଅପଡେଟ କ୍ରିଏଟିଭିଟି ଓ ପ୍ରଡକ୍ଟିଭିଟିକୁ ପୂର୍ବାପେକ୍ଷା ଅଧିକ ଉନ୍ନତ କରିବ । ଆପଲ୍‌ର ଏଆଇ ଫିଚର ସହିତ ଲାଟେଷ୍ଟ ସଫ୍ଟୱେୟାର ଅପଡେଟରେ ଆପଣଙ୍କୁ କଣ କଣ ସୁବିଧା ମିଳିବ ଜାଣିବା ।

ଏହି ୟୁଜରଙ୍କୁ ମିଳିଲା AI ଅପଡେଟ:-

ଆପଲ୍‌ ୟୁକେ, କାନାଡା, ଆୟରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଥିବା ୟୁଜରଙ୍କ ଲାଗି AI ସୁବିଧା ମିଳୁଥିବା ଫିଚର ପ୍ରଦାନ କରିଛି । ଆପଲ୍‌ ଇଣ୍ଟେଲିଜେନ୍ସ ବର୍ତ୍ତମାନ କେବଳ iPhone 15 Pro, Pro Max ଓ iPhone 16 ସିରିଜ ପାଇଁ ଉପଲବ୍ଧ, କିନ୍ତୁ iOS 18.2 ଅପଡେଟ ସମସ୍ତ ୟୁଜରଙ୍କ ଲାଗି କିଛି ନା କିଛି ଅଫର ପ୍ରଦାନ କରୁଛି ।

ନୂଆ ଅପଡେଟରେ କଣ ମିଳୁଛି ସୁବିଧା ?

  • ନୂଆ ଫିଚରରେ Find MY App ଅପଗ୍ରେଡ ସାମିଲ, ଯାହାକି ଏବେ ଟ୍ରଷ୍ଟେଡ କଣ୍ଟାକ୍ଟସ୍‌ ସହିତ Air Tag ଲୋକେସନ ସେୟାର ସୁବିଧା ମଧ୍ୟ ସାମିଲ । ଉଦାହରଣସ୍ବରୂପ ଯଦି ଆପଣ ଏୟାରପୋର୍ଟରେ ଆପଣଙ୍କ ଲଗେଜ୍‌ ପାଉନାହାନ୍ତି ତେବେ ଏୟାର ଟ୍ୟାଗ ଲୋକେସନ ଏୟାରଲାଇନ୍‌ ସହିତ ସେୟାର କରି ଆପଣଙ୍କ ହଜିଲା ଜିନିଷ ଫେରିପାଇବେ ।
  • ଏହାବ୍ୟତୀତ ଫଟୋ ଆପ୍‌କୁ ଫୁଲ୍‌ ସ୍କ୍ରିନ ଭିଡିଓ ପ୍ଲେବ୍ୟାକ୍‌ ସକ୍ଷମ କରିବା ଲାଗି ନୂଆ ଲୁକ୍‌ ପ୍ରଦାନ କରାଯାଇଛି ।
  • ଆପଲ୍‌ ନୂଆ ଅପଡେଟ ସହିତ ବସ୍ତୁ ଚିହ୍ନଟ କରିବା ଲାଗି ନୂଆ ଟୁଲ୍‌ ପ୍ରଦାନ କରିଛି । ଯାହାକି QR କୋଡ୍‌ ସ୍କାନ ଓ କ୍ୟାମେରା ଜରିଆରେ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିପାରିବ ।
  • Notes Appକୁ ଅପଡେଟ କରି ଆପଲ୍‌ Image Wand ଟୁଲ୍‌କୁ ସାମିଲ କରିଛି । ଏହି ଟୁଲ୍‌ ଯେକୌଣସି ସ୍କେଚ୍‌କୁ ଇମେଜ୍‌ରେ ପରିଣତ କରିପାରିବ । ଯୁଜରଙ୍କୁ ଏଥିରେ ଅନେକ ପ୍ରକାର ସେଟିଂ ମିଳିଥାଏ । ଯାହାଦ୍ବାରା ସ୍କେଚ୍‌କୁ ଆନିମେସନ, ଇଲିଷ୍ଟ୍ରେସନ ରୂପରେ ବଦଳାଯାଇପାରିବ ।
Apple launches iOS 18.2
Apple launches iOS 18.2 (ETV Bharat)

ଆହୁରି ସ୍ମାର୍ଟ ହେଲା Siri:-

ଆପଲ୍‌ ଆଣୁଥିବା ନୂଆ ଫିଚରଗୁଡ଼ିକରେ ChatGPT ସୁବିଧା ପାଇଁ ୟୁଜର ଅପେକ୍ଷା କରିଥିଲେ । ଏବେ ଆପଲ୍‌ ୟୁଜରଙ୍କ ଲାଗି Siri ଓ ଆପଲ୍‌ର ରାଇଟିଂ ଟୁଲ୍‌ ସାହାଯ୍ୟରେ OpenAIର ଏହି ଟୁଲ୍‌କୁ ବ୍ୟବହାର କରିପାରିବେ । ସିଧା ଡକ୍ୟୁମେଣ୍ଟରୁ ଟେକ୍ସଟ୍‌ ଡ୍ରାଫ୍ଟ ହେଉ କି AI ସାହାଯ୍ୟରେ ଇମେଜ‌୍‌ ପ୍ରସ୍ତୁତ କରିବା କ୍ଷେତ୍ରରେ ସହଜ ହେବ । ସବୁଠୁ ଖାସ କଥା ହେଉଛି ୟୁଜରଙ୍କୁ OpenAIର ଏହି ଟୁଲ୍‌ ବ୍ୟବହାର କରିବା ଲାଗି ଅଲଗା Log In କରିବାକୁ ପଡ଼ିବ ନାହିଁ ।

ଏହା ବି ପଢନ୍ତୁ
  1. 2026ରେ ଆପଲ୍‌ ଆଣିପାରେ ପ୍ରଥମ ଫୋଲ୍ଡେବଲ ଆଇଫୋନ୍‌
  2. iPhone 17 Air ହେବ ଦୁନିଆର ସବୁଠୁ ପତଳା ଫୋନ; ମିଳିପାରେ 48MP କ୍ୟାମେରା

Image Playground

ଏହି ଅପଡେଟ ସହିତ ଆପଲ୍‌ ଏକ ଇମେଜ୍‌ ପ୍ଲେଗ୍ରାଉଣ୍ଡ ଫିଚର ମଧ୍ୟ ଆଣିଛି । ଯାହାକି ୟୁଜରଙ୍କୁ ଥିମ୍‌, ଆକ୍ସେସରିଜ ଏପରିକି ପରିବାର ସଦସ୍ୟ ଓ ବନ୍ଧୁଙ୍କ ଫଟୋ ବ୍ୟବହାର କରି ଇଣ୍ଡିଭିଜୁଆଲ୍‌ ଇମେଜ ତିଆରି କରିପାରିବ । ଏହି ସୁବିଧା ସିଧାସଳଖ ମେସେଜରେ ଯୋଡ଼ାଯାଇଛି, ଯାହାଦ୍ବାରା ଚାଟ୍‌ ପାଇଁ ଇମେଜ ତିଆରି କରିବା ସହଜ ହେବ । ଏହା Freeform, Keynote ଓ ଅନ୍ୟ ଆପ୍‌ରେ ମଧ୍ୟ ଉପଲବ୍ଧ ।

କେମିତି iOS 18.2 ଅପଡେଟକୁ ଇନଷ୍ଟଲ୍‌ କରିବେ ?

  • ଏହି ନୂଆ ଅପଡେଟକୁ ଆଇଫୋନରେ ଇନଷ୍ଟଲ୍‌ କରିବା ଲାଗି ୟୁଜର ପ୍ରଥମେ Settingsକୁ ଯାଆନ୍ତୁ ।
  • Generalକୁ ଚୟନ କରନ୍ତୁ ଏବଂ ତା' ପରେ Software Update ଉପରେ କ୍ଲିକ୍‌ କରନ୍ତୁ ।
  • ଯଦି ଅଟୋମେଟିକ୍‌ ଅପଡେଟ ହେଉନାହିଁ, ତେବେ ୟୁଜର ନିଜେ ଏହି ଅପଡେଟକୁ ଡାଉନଲୋଡ ଓ ଇନଷ୍ଟଲ କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.