ETV Bharat / technology

ଲଞ୍ଚ ହେଲା ଆପଲ୍‌ iPhone 16 ସିରିଜ; ଆମେରିକା ତୁଳନାରେ ଭାରତରେ କେତେ ଦାମ ? ଜାଣନ୍ତୁ - Apple iPhone 16 series launched

author img

By ETV Bharat Tech Team

Published : Sep 10, 2024, 9:43 AM IST

Updated : Sep 10, 2024, 10:27 AM IST

iPhone 16 Launched: ଆଇଫୋନ ଲଭରଙ୍କ ପ୍ରତୀକ୍ଷାର ଅନ୍ତ । ଭାରତ ସମେତ ବିଶ୍ବ ବଜାରରେ ଲଞ୍ଚ ହୋଇଛି ଆଇଫୋନ 16 । ଆପଲ୍‌ ଫୋନର ନ୍ୟୁ ଭର୍ସନ ବ୍ୟବହାର କରିବା ଲାଗି ଗ୍ରାହକ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି । ଜାଣନ୍ତୁ ନୂଆ ମଡେଲରେ କମ୍ପାନୀ ପକ୍ଷରୁ କଣ ଅପଗ୍ରେଡେସନ କରାୟାଇଛି । ଅଧିକ ପଢନ୍ତୁ

Apple iPhone 16 series launched in India
Apple iPhone 16 series launched in India (Apple India)

ହାଇଦ୍ରାବାଦ: ଭାରତ ଓ ବିଶ୍ବ ବଜାରରେ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀ iPhone 16 ଲଞ୍ଚ କରିଛି । ପୂର୍ବ ମଡେଲଠାରୁ ଏଥିରେ ଅନେକ ପରିବର୍ତ୍ତନ କରାଯାଇଛି । ଏହାସହିତ iPhone 16 Pro ଭର୍ସନ ମଧ୍ୟ ଅନେକ ଅତ୍ୟାଧୁନିକ ଟେକ୍ନୋଲୋଜି ସହିତ ଆସିଛି । କମ୍ପାନୀର ଏହି ନୂଆ ମଡେଲ ଖୁବଶୀଘ୍ର ପ୍ରି-ଅର୍ଡର ପାଇଁ ଯିବ । କିଛି ଦିନ ପରେ ଏହା ଅନଲାଇନ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟ, ଆମାଜନ, ଆପଲ୍‌ ଷ୍ଟୋର ଓ ଅନ୍ୟ ପ୍ଲାଟଫର୍ମରେ ଉପଲବ୍ଧ ହେବ ।

ଆମେରିକା ତୁଳନାରେ ଭାରତରେ କେତେ ରହିଛି ଦାମ ?

  • ଆପଲ୍‌ ଗ୍ଲୋ ଟାଇମ ଇଭେଣ୍ଟରେ ମଙ୍ଗଳବାର ଭାରତୀୟ ସମୟ ରାତି ସାଢେ 10ଟାରେ ଲଞ୍ଚ ହୋଇଥିଲା । iPhone 16ର ପ୍ରାରମ୍ଭିକ ମୂଲ୍ୟ Rs 67,000 ରଖାଯାଇଛି ।
  • iPhone 16 Proର ମୂଲ୍ୟ 128GB ଷ୍ଟୋରେଜ ଲାଗି Rs 83,870 ରଖାଯାଇଛି ।
  • iPhone 16 Pro Maxର ମୂଲ୍ୟ 256GB ଲାଗି Rs 1 lakh ରଖାଯାଇଛି । ଏହି ମୂଲ୍ୟ ଆମେରିକା ବଜାର ଲାଗି ରଖାଯାଇଛି ।
  • ଭାରତରେ iPhone 16ର ମୂଲ୍ୟ Rs 79,900 ରଖାଯାଇଛି ।
  • iPhone 16 Plus ଭାରତୀୟ ବଜାରରେ Rs 89,900ରେ ଉପଲବ୍ଧ ହେବ ।
  • iPhone 16 Pro ଭାରତରେ Rs 1,19,900 ପ୍ରାଇସ ଟ୍ୟାଗ ସହିତ ଆସୁଛି ।
  • ଆଇଫୋନ 16ର ସବୁଠୁ ପ୍ରିମିୟମ ସେଟ୍‌ iPhone 16 Pro Max ଭାରତରେ Rs 1,44,900ରେ ବିକ୍ରି ହେବାକୁ ଯାଉଛି ।

ଏହା ବି ପଢନ୍ତୁ- ଆଜି ଲଞ୍ଚ ହେବ ଆପଲ୍‌ iPhone 16 ସିରିଜ୍‌; ଲିକ୍‌ ହେଲା ଡିଜାଇନ ଓ ଫିଚର୍ସ

କେବେଠୁ ଆରମ୍ଭ ପ୍ରି-ଅର୍ଡର (Pre Order) ?

ଭାରତରେ ଆସନ୍ତା ସେପ୍ଟେମ୍ବର 13 ତାରିଖ ସନ୍ଧ୍ୟା 5.30ରୁ iPhone 16 ସିରିଜର ପ୍ରି-ଅର୍ଡର ଆରମ୍ଭ ହେବାକୁ ଯାଉଛି । ଏହାର ପ୍ରଥମ ସେଲ୍‌ (First Sale) ସେପ୍ଟେମ୍ବର 20 ତାରିଖଠାରୁ ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।

ଡିଜାଇନ-ଡିସପ୍ଲେ କେମିତି ?

  • କମ୍ପାନୀ କହିଛି ଯେ iPhone 16 ୟୁଜର୍ସଙ୍କୁ ଉନ୍ନତମାନର ସ୍କ୍ରିନ ପ୍ରୋଟେକ୍ସନ ପ୍ରଦାନ କରିବ ।
  • Iphone 16ରେ ଆପଣଙ୍କୁ 6.1 ଇଞ୍ଚ ଓ iPhone 16 Plusରେ 6.7 ଇଞ୍ଚର ଡିସପ୍ଲେ ମିଳିଯିବ ।
  • ସେହିପରି iPhone 16 Proରେ 6.3 ଇଞ୍ଚ ଡିସପ୍ଲେ ଓ iPhone 16 Pro Maxରେ 6.9 ଇଞ୍ଚ ସ୍କ୍ରିନ ମିଳିଯିବ ।
  • ଉଭୟ iPhone 16 ଓ iPhone 16 Plus ମଡେଲରେ ସ୍କ୍ରିନ ବ୍ରାଇଟନେସ 2000 Nits ଅଛି ।
  • ଏଥିରେ ଗ୍ରାହକଙ୍କୁ କ୍ୟାମେରା କ୍ୟାପଚର ବଟନ ଦିଆଯାଇଛି । ଏହାର ବ୍ୟବହାର କରି ଆପଣ ଗୋଟିଏ କ୍ଲିକର କ୍ୟାମେରା ଆକ୍ସେସ ପାଇବେ ।
  • Action Button:- ଆପଲ୍‌ ଏହି ନୂଆ ଟେକ୍ନୋଲୋଜି ଆଣିଛି । ଏହା ଦ୍ବାରା ୟୁଜର ସଙ୍ଗେ ସଙ୍ଗେ ରେକର୍ଡିଂ ଭଏସ, ଇଂରାଜୀ ଫ୍ରେଜକୁ ଟ୍ରାନସଲେଟ କରିବା ଭଳି ଅନେକ ସର୍ଟକଟ୍‌ ପାଇପାରିବେ । ଏହାସହ କାର ଲକିଂ ଓ ଅନଲକିଂ ମଧ୍ୟ କରିପାରିବେ ।

ଏହା ବି ପଢନ୍ତୁ-iPhone 16 ଲଞ୍ଚ ପୂର୍ବରୁ ଖସିଲା iPhone 14 ଓ 15 ଦାମ; କିଣିବାକୁ ଲାଗିଲାଣି ଲାଇନ୍‌

ଚିପସେଟ୍‌:-

  • iPhone 16 ଓ ଏହାର Plus ମଡେଲରେ ଆପଲ୍‌ର ଲାଟେଷ୍ଟ A18 ଚିପସେଟ୍‌ ମିଳିବ । ଯାହାକି 3nm ଟେକ୍ନୋଲୋଜିର ସେକେଣ୍ଡ ଜେନେରେସନ ।
  • କମ୍ପାନୀର କହିବାନୁସାରେ iPhone 16 ୟୁଜରଙ୍କୁ iPhone 15 ତୁଳନାରେ 30 ପ୍ରତିଶତ ଅଧିକ ଫାଷ୍ଟ ପରଫର୍ମାନ୍ସ ସୁବିଧା ଦେଉଛି ।
  • ସେହିପରି iPhone 16 Pro ଓ iPhone 16 Pro Maxରେ A18 Pro ଚିପସେଟ ଆସୁଛି । ଯାହାକି A17 Pro ଚିପସେଟ୍‌ ତୁଳନାରେ 20% ଅଧିକ କ୍ଷିପ୍ର ଗତିରେ କାମ କରିବ ।

କ୍ୟାମେରା ଅପଗ୍ରେଡେସନ:-

  • ସ୍ମାର୍ଟଫୋନ ବ୍ୟବହାରକାରୀ କ୍ୟାମେରା ପାଇଁ ଆଇଫୋନର ବ୍ୟବହାର କରନ୍ତି । କାରଣ ଏହାର କ୍ୟାମେରା କ୍ବାଲିଟି ଉନ୍ନତମାନର ହୋଇଥାଏ ।
  • iPhone 16 ଏଥର ପାୱାରଫୁଲ 48-megapixel ମେନ କ୍ୟାମେରା ସହିତ ଆସିଛି । ଏଥିରେ 2x telephoto ଜୁମ ଅପସନ ଓ କମ ଲାଇଟ୍‌ରେ ଭଲ ସଟ୍‌ ଆଣିବା ଲାଗି f/1.6 aperture ରହିଛି ।
  • ଆପଣ ଏଥିରେ 4K60 video ଭିଡିଓ ସୁଟ୍‌ କରିପାରିବେ ।
  • ସେହିପରି iPhone 16 Pro ଓ iPhone 16 Pro Maxରେ 48MP ଫ୍ୟୁଜନ କ୍ୟାମେରା ରହିଛି । ଏହି କ୍ୟାମେରା ମଧ୍ୟ 4K120 ଭିଡିଓ ସପୋର୍ଟ କରେ । ଏଥିରେ 48MP ultra-wide କ୍ୟାମେରାକୁ ଆଡ୍‌ କରାଯାଇଛି ।

ବ୍ୟାଟେରୀ:-

କମ୍ପାନୀ ପକ୍ଷରୁ ବ୍ୟାଟେରୀ ସାଇଜ ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରାଯାଇନାହିଁ । କିନ୍ତୁ ଏହି ମଡେଲରେ ବ୍ୟାଟେରୀ ବୃହତ କ୍ଷମତା ଏବଂ ଉନ୍ନତ ଶକ୍ତି ପରିଚାଳନା ସହିତ ଆସିଛି । iPhone 16 Pro Max ସମସ୍ତ ଆଇଫୋନ ମଡେଲ ମଧ୍ୟରେ ସର୍ବୋତ୍କୃଷ୍ଟ ବ୍ୟାଟେରୀ ଲାଇଫ ପ୍ରଦାନ କରିବ ବୋଲି କମ୍ପାନୀ କହିଛି ।

କଲର ଅପସନ କଣ ରହିଛି ?

  • iPhone 16 ଓ iPhone 16 Plus ଗ୍ରାହକଙ୍କ ଲାଗି ବ୍ଲାକ, ହ୍ବାଇଟ, ପିଙ୍କ, Teal ଓ Ultramarine କଲର ଅପସନ ରହିଛି ।
  • ସେହିପରି iPhone 16 Pro "Desert Titanium" କଲରରେ ମିଳିବ ।

Last Updated : Sep 10, 2024, 10:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.