ETV Bharat / technology

ଆଜି ଲଞ୍ଚ ହେବ Royal Enfieldର ନୂଆ ବାଇକ୍‌; କରନ୍ତୁ ବୁକିଂ, ରହିଛି ଦମଦାର ଫିଚର୍ସ - Royal Enfield Classic Launch Today - ROYAL ENFIELD CLASSIC LAUNCH TODAY

ROYAL ENFIELD CLASSIC LAUNCH TODAY: ଦେଶର ରେଟ୍ରୋ-ମଡର୍ଣ୍ଣ ନିର୍ମାତା କମ୍ପାନୀ ରୟାଲ ଏନଫିଲ୍ଡ ଆଜି ନିଜର ଲୋକପ୍ରିୟ ମୋଟରସାଇକେଲ୍‌ Royal Enfield Classic 350ର 2024 ମଡେଲ ଲଞ୍ଚ କରିବାକୁ ଯାଉଛି । ଏଥିରେ ଅନେକ ନୂଆ ଫିଚର୍ସ ଯୋଡ଼ି ହୋଇଥିବା ବେଳେ ଲଞ୍ଚ ସହିତ ବୁକିଂ ମଧ୍ୟ ଆରମ୍ଭ ହୋଇଯିବ । ଆପଣ କିଣିବାକୁ ଚାହୁଁଥିଲେ ଜାଣିନିଅନ୍ତୁ କଣ ରହିଛି ନୂଆ ମଡେଲରେ ସୁବିଧା । ଅଧିକ ପଢନ୍ତୁ

ROYAL ENFIELD CLASSIC LAUNCH TODAY
ROYAL ENFIELD CLASSIC LAUNCH TODAY (@royalenfield)
author img

By ETV Bharat Tech Team

Published : Sep 1, 2024, 10:38 AM IST

ହାଇଦ୍ରାବାଦ: ଦେଶର ରେଟ୍ରୋ-ମଡର୍ଣ୍ଣ ନିର୍ମାତା କମ୍ପାନୀ Royal Enfieldର Classic 350 ଭାରତୀୟ ବଜାରରେ ସବୁଠୁ ଲୋକପ୍ରିୟ ବାଇକ ମଧ୍ୟରୁ ଅନ୍ୟତମ । ଆଜି କମ୍ପାନୀ ପକ୍ଷରୁ ଭାରତରେ ଲଞ୍ଚ ହେବାକୁ ଯାଉଛି 2024 Royal Enfield Classic 350 ମଡେଲ୍‌ । ଏହାର ଲଞ୍ଚ ସହିତ ମୋଟର ସାଇକେଲର ବୁକିଂ ମଧ୍ୟ ଆରମ୍ଭ ହୋଇଯିବ । ବାଇକ ଲଭରଙ୍କଠାରୁ ଆରମ୍ଭ କରି ପୁରୁଷମାନେ ଏହି ବାଇକକୁ କିଣିବାକୁ ବେଶ ପସନ୍ଦ କରିଥାନ୍ତି । ତେବେ ଆପଣ ମଧ୍ୟ ଏହି ବାଇକକୁ କିଣିବାକୁ ଚାହୁଁଥିଲେ ଏହାର ଫିଚର୍ସ ସମ୍ପର୍କରେ ଜାଣି ନିଅନ୍ତୁ ।

ରୟାଲ ଏନଫିଲ୍ଡ କମ୍ପାନୀ ପକ୍ଷରୁ ଅଗଷ୍ଟ 12 ତାରିଖରେ ମୋଟର ସାଇକେଲର ଅପଡେଟେଡ ମଡେଲର ଉଦଘାଟନ କରିଥିଲା । କିନ୍ତୁ ଏହାର ଦାମ ସମ୍ପର୍କରେ କୌଣସି ସୂଚନା ଦିଆଯାଇନଥିଲା । ଆଜି ଏହାର ଲଞ୍ଚ ସାଙ୍ଗକୁ ପ୍ରାଇସ ସମ୍ପର୍କରେ ମଧ୍ୟ ଗ୍ରାହକଙ୍କୁ ଅବଗତ କରାଯିବ । Classic 350j 2024 ମଡେଲରେ ଅନେକ ଉନ୍ନତମାନର ଫିଚର୍ସକୁ ଯୋଗ କରାଯାଇଛି । କିନ୍ତୁ ଏହି ବାଇକରେ ମେକାନିକାଲ ଦୃଷ୍ଟିରୁ ସେପରି କୌଣସି ପରିବର୍ତ୍ତନ କରାଯାଇନାହିଁ ।

କଣ ହୋଇଛି ପରିବର୍ତ୍ତନ ?

ପୂର୍ବରୁ ଥିବା ବଲବ୍-ଟାଇପ ହେଡଲ୍ୟାମ୍ପ ଏବଂ ଟାଇଗର ଲ୍ୟାମ୍ପ ବଦଳରେ ନୂଆ ମଡେଲରେ ଏଲଇଡି ୟୁନିଟ୍ ବ୍ୟବହାର କରାଯାଇଛି । ଆଡଜଷ୍ଟେବଲ୍ କ୍ଲଚ୍ ଏବଂ ବ୍ରେକ୍ ଲିଭର ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି | ଏଲଇଡି ଟର୍ଣ୍ଣ ଇଣ୍ଡିକେଟର ଏହାର ଟପ୍-ସ୍ପେକ୍ ଭାରିଏଣ୍ଟରେ ଦେଖାଯିବ । Royal Enfieldର ନୂଆ କ୍ଲାସିକ 350 ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟରରେ ସେପରି କୌଣସି ପରିବର୍ତ୍ତନ କରାଯାଇନାହିଁ, କିନ୍ତୁ ଏହାର ଛୋଟ ଏଲସିଡି ଡିସପ୍ଲେରେ ଗିଅର ପୋଜିସନରେ ଇଣ୍ଡିକେଟରକୁ ସାମିଲ କରାଯାଇଛି । ଏହାସହିତ ବାଇକରେ USB-ସି ଚାର୍ଜିଂ ପୋର୍ଟ ସାମିଲ କରାଯାଇଛି ।

7 ନୂଆ କଲର୍‌ ଅପସନ:-

2024 କ୍ଲାସିକ୍ 350ର ବଡି ୱାର୍କ ସମାନ ରହିଛି । କିନ୍ତୁ ରୟାଲ୍ ଏନଫିଲ୍ଡ ଏମେରାଲ୍ଡ, ଜୋଧପୁର ବ୍ଲୁ, କମାଣ୍ଡୋ ସ୍ୟାଣ୍ଡ, ମାଡ୍ରାସ ରେଡ, ମେଡାଲିଅନ ବ୍ରୋଞ୍ଜ, ସ୍ୟାଣ୍ଡ ଗ୍ରେ ଏବଂ ଷ୍ଟିଲଥ ବ୍ଲାକ୍ ସହିତ ସାତୋଟି ନୂତନ ରଙ୍ଗ ବିକଳ୍ପ ଗ୍ରାହକମାନଙ୍କୁ ପ୍ରଦାନ କରାଯାଇଛି । ଏହାସହ ଷ୍ଟିଲ୍‌ଥ ବ୍ଲାକ ରଙ୍ଗର ବାଇକରେ ଷ୍ଟାଣ୍ଡାର୍ଡ ଆଲଏ ହ୍ବିଲ ଦିଆୟାଇଛି ।

ଇଞ୍ଜିନରେ କରାଯାଇନି କୌଣସି ପରିବର୍ତ୍ତନ:-

ଟେକ୍ନିକାଲ୍ 2024 କ୍ଲାସିକ୍ 350ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହି ନୂଆ ମଡେଲରେ ସମାନ ପୁରୁଣା 349cc, ସିଙ୍ଗଲ୍-ସିଲିଣ୍ଡର, ଜେ-ସିରିଜ୍ ଇଞ୍ଜିନ ଦିଆୟାଇଛି । ଯାହାକି 6,100rpmରେ 20.2bhpର ଶକ୍ତି ଏବଂ 4,000rpm ରେ 27 ନ୍ୟୁଟନ୍ ମିଟରର ସର୍ବାଧିକ ଟର୍କ ପ୍ରଦାନ କରିଥାଏ ।

କଣ ରହିଛି ନୂଆ ଫିଚର୍ସ ?

ଏହି ଏୟାର/ ଆୟଲ-କୁଲ୍ଡ ଇଞ୍ଜିନ୍ ଏକ ପାଞ୍ଚ-ସ୍ପିଡ୍ ଗିଅରବକ୍ସ ସହିତ ଆସିଛି । ଏଥିରେ ଉପଲବ୍ଧ ଅନ୍ୟାନ୍ୟ ବୈଶିଷ୍ଟ୍ୟଗୁଡିକ ବିଷୟରେ କହିବାକୁ ଗଲେ, ନୂତନ କ୍ଲାସିକ୍ 350 ବାଇକରେ 18 ଇଞ୍ଚର ଚକ, ଅପ୍ ସାଇଡ୍ ଡାଉନ୍ ଫ୍ରଣ୍ଟ୍ ସସପେନ୍ସନ୍, ଡୁଆଲ୍ ସ୍ପ୍ରିଙ୍ଗ୍ ଏବଂ ଉଭୟ ଚକ ଉପରେ ଡିସ୍କ ବ୍ରେକ୍ ବ୍ୟବହାର କରାଯାଇଛି ।

ଏହା ବି ପଢନ୍ତୁ- ଇଲେକ୍ଟ୍ରିକ୍‌ ସ୍କୁଟର କିଣିବାକୁ ଆଗ୍ରହୀ କି ? ସେପ୍ଟେମ୍ବର ଆପଣଙ୍କ ପାଇଁ ଉପଯୁକ୍ତ ସମୟ; ମିଳିବ ସରକାରୀ ଫାଇଦା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.