ETV Bharat / technology

ମାରୁତି ସୁଜୁକିର ଏହି କାରକୁ 5-ଷ୍ଟାର ସେଫ୍ଟି ରେଟିଂ ଦେଲା Global NCAP; ଦେଖନ୍ତୁ ଭିଡିଓ - 2024 MARUTI DZIRE

ନୂଆ 2024 Maruti Dzireକୁ ଗ୍ଲୋବାଲ ଏନସିଏପି 5-ଷ୍ଟାର ସେଫ୍ଟି ରେଟିଂ ଦେଇଛି । 5-ଷ୍ଟାର ରେଟିଂ ପାଇବାରେ ଏହା ପ୍ରଥମ କାର । ପଢନ୍ତୁ ପୂରା ଖବର

2024 Maruti Dzire Gets 5 Star Safety Rating
2024 Maruti Dzire Gets 5 Star Safety Rating (Credit- Maruti Suzuki)
author img

By ETV Bharat Tech Team

Published : Nov 9, 2024, 2:08 PM IST

ହାଇଦ୍ରାବାଦ: ଭାରତରେ ମାରୁତି ଡିଜାୟାର (Maruti Dzire)ର ଚତୁର୍ଥ ଜେନେରେସନର ଖୁଲାସା ହେବା ପରେ ପରେ ମାରୁତି ସୁଜୁକି ପାଇଁ ଏକ ଖୁସି ଖବର ଆସିଛି । କାରଣ ନୂଆ କମ୍ପାକ୍ଟ ସେଡାନ 2024 ମାରୁତି ଡିଜାୟାରକୁ ଗ୍ଲୋବାଲ ଏନସିଏପି କ୍ରାସ ଟେଷ୍ଟରେ ପୂରା ମାର୍କ ମିଳିଛି । ନୂଆ ମାରୁତି ଡିଜାୟାର ଆଡଲ୍ଟ ଯାତ୍ରୀ ସୁରକ୍ଷା (AOP)ରେ ପ୍ରଭାବଶାଳୀ 5-ଷ୍ଟାର ଓ ଶିଶୁ ଯାତ୍ରୀ ସୁରକ୍ଷା (COP)ରେ 4-ଷ୍ଟାର ସୁରକ୍ଷା ରେଟିଂ ପାଇଛି । ଏହାସିହତ ଗ୍ଲୋବାଲ NCAP ଦ୍ବାରା 5-ଷ୍ଟାର ସେଫ୍ଟି ରେଟିଂ ପାଇବାରେ ଏହା ପ୍ରଥମ କାର ହୋଇପାରିଛି ।

2024 Maruti Dzire Gets 5 Star Safety Rating
2024 Maruti Dzire Gets 5 Star Safety Rating (Credit- Maruti Suzuki)

Maruti Suzukiକୁ ନିଜର କାରଗୁଡ଼ିକ ଖରାପ ସୁରକ୍ଷା ରେଟିଂକୁ ନେଇ ଲମ୍ବା ସମୟ ଧରି ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । କିନ୍ତୁ ମାରୁତି ସ୍ବେଚ୍ଛାକୃତ ଭାବରେ ନୂତନ ଡିଜାୟାର କାରକୁ ଗ୍ଲୋବାଲ୍ NCAPକୁ କ୍ରାସ୍ ପରୀକ୍ଷଣ ପାଇଁ ପଠାଇଥିଲା । ଯାହା ଏହାର ସୁରକ୍ଷା କାର୍ଯ୍ୟଦକ୍ଷତା ଉପରେ ସେମାନଙ୍କର ଆତ୍ମବିଶ୍ବାସକୁ ପ୍ରତିପାଦିତ କରିଥିଲା । ଗ୍ଲୋବାଲ୍ NCAP ମଧ୍ୟ ପୂର୍ବ ଜେନେରେସନ ମଡେଲକୁ ଏକ ରେଫରେନ୍ସ ଭାବରେ ପରୀକ୍ଷା କରିଥିଲା ।

ଏହା ବି ପଢନ୍ତୁ
  1. 2024 Maruti Dzire ବୁକିଂ ଆରମ୍ଭ; ଏହି ତାରିଖରେ ହେବ ଲଞ୍ଚ
  2. ପ୍ରଥମ ଇଲେକ୍ର୍ଟିକ କାର ନାଁ ଖୁଲାସା କଲା Maruti ସୁଜୁକି; ଜାଣନ୍ତୁ କେବେ ଲଞ୍ଚ
  3. ପ୍ରଥମ ଇଲେକ୍‌ଟ୍ରିକ୍‌ କାର ଆଣୁଛି Maruti Suzuki; ଦେଖନ୍ତୁ ଫଟୋ

ଏହା ଆଶ୍ଚର୍ଯ୍ୟଜନକ କଥା ନୁହେଁ ଯେ, ତୃତୀୟ ଜେନେରେସନର ଡିଜାୟାର କାରକୁ ଉଭୟ ବୟସ୍କ ଏବଂ ଶିଶୁ ଯାତ୍ରୀଙ୍କ ସୁରକ୍ଷା ପାଇଁ 2-ଷ୍ଟାର ମୂଲ୍ୟାୟନ ଦିଆଯାଇଛି । ଏହାର ବଡିସେଲ ଏବଂ ଫୁଟୱେଲ କ୍ଷେତ୍ରକୁ ମଧ୍ୟ ଅସ୍ଥିର ମାନ୍ୟତା ଦିଆଯାଇଛି । କହି ରଖୁଛୁ କି ଏବେ ଭାରତରେ କାରଗୁଡିକର ନିରାପତ୍ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରି ସ୍ଥଳେ ଲାଗୁଛି ଯେ ମାରୁତି ସୁଜୁକି ଶେଷରେ ଏହାକୁ ଗୁରୁତ୍ବର ସହିତ ନେଇ ଏହା ଉପରେ ନଜର ରଖିଛି । ତଦନୁଯାୟୀ ଯାତ୍ରୀଙ୍କ ଲାଗି ନିରାପତ୍ତା କାର ନିର୍ମାଣ କରୁଛି ।

Maruti Suzuki Dzireରେ ବୟସ୍କ ସୁରକ୍ଷା ରେଟିଂ:-

ଡିଜାୟାର ବୟସ୍କଙ୍କ ସୁରକ୍ଷା ଲାଗି 34ରୁ 31.24 ନମ୍ବର ହାସଲ କରିଛି । Global NCAPj ଏକ ରିପୋର୍ଟରେ କୁହାଯାଇଛି ଯେ ଡ୍ରାଇଭର ଓ ଯାତ୍ରୀଙ୍କ ମୁଣ୍ଡ ଓ ବେକକୁ ଦିଆଯାଇଥିବା ସୁରକ୍ଷା ଉନ୍ନତମାନର । କିନ୍ତୁ ଡ୍ରାଇଭରର ଛାତି ଲାଗି ସୁରକ୍ଷା ଉପକରଣ ସାମାନ୍ୟ ନିମ୍ନମାନର ହୋଇଥିବା ବେଳେ ଆଗରେ ବସୁଥିବା ଯାତ୍ରୀଙ୍କ ଛାତି ଲାଗି ଭଲ ସୁରକ୍ଷା ଉପକରଣ ଲଗାଯାଇଛି । ଯାତ୍ରୀ ଓ ଡ୍ରାଇଭରର ଆଣ୍ଠୁର ସୁରକ୍ଷା ଲାଗି ମଧ୍ୟ ଭଲ ଉପକରଣର ବ୍ୟବହାର କରାଯାଇଛି ।

Maruti Suzuki Dzireରେ ଶିଶୁ ସୁରକ୍ଷା ରେଟିଂ:-

ଶିଶୁ ସୁରକ୍ଷା ପାଇଁ ଡିଜାୟାରକୁ 42ରୁ 39.20 ପଏଣ୍ଟ ମିଳିଛି । 3 ବର୍ଷର ଶିଶୁ ପାଇଁ ଆଗ ଶିଶୁ ସିଟ୍, (ଯାହାକୁ ISOFIX ଆଙ୍କୋରେଜ୍ ବ୍ୟବହାର କରାଯାଇ ସ୍ଥାପିତ କରାଯାଇଛି ) ମୁହାଁମୁହିଁ ଧକ୍କା ସମୟରେ ଅତ୍ୟଧିକ ଆଗୁଆ ଗତିକୁ ରୋକିବାରେ ସକ୍ଷମ ହୋଇଥିଲା । ମୁଣ୍ଡ ଏବଂ ଛାତିର ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେଇଥିବା ବେଳେ ବେକକୁ ସୀମିତ ସୁରକ୍ଷା ମିଳିଥିଲା ।

ଏକ 18 ମାସର ଶିଶୁ ପାଇଁ ପଛପଟ ମୁହାଁ ହୋଇଥିବା ଶିଶୁ ସିଟ୍ ଯାହା ISOFIX ଆଙ୍କୋରେଜ୍ ବ୍ୟବହାର କରି ସ୍ଥାପିତ ହୋଇଥିଲା ତାହା ସଂପୂର୍ଣ୍ଣ ସୁରକ୍ଷା ଯୋଗାଇ ଏକ ସାମ୍ନା ଧକ୍କା ସମୟରେ ମୁଣ୍ଡକୁ ବିପଦରୁ ରକ୍ଷା କରିବାରେ ସକ୍ଷମ ହୋଇଥିଲା । CRS ଇନଷ୍ଟଲେସନ ଦୁର୍ଘଟଣା ସମୟରେ ଉଭୟ 18 ମାସର ଶିଶୁ ଏବଂ 3 ବର୍ଷର ଶିଶୁ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦର୍ଶନ କରିଥିଲା ।

Maruti Suzuki Dzireର ଷ୍ଟାଣ୍ଡାର୍ଡ ସୁରକ୍ଷା ଫିଚର:-

ଗ୍ଲୋବାଲ୍ ଏନସିଏପି ଦ୍ବାରା ପରୀକ୍ଷିତ ମାରୁତି ଡିଜାୟାରରେ 6ଟି ଏୟାରବ୍ୟାଗ, ESC, 3-ପଏଣ୍ଟ ସିଟ୍ ବେଲ୍ଟ ସହିତ ସମସ୍ତ ସିଟ୍ ପାଇଁ ରିମାଇଣ୍ଡର୍, ପଛ ଆଉଟବୋର୍ଡ ସିଟ୍ ପାଇଁ ISOFIX ମାଉଣ୍ଟ ଏବଂ ଫ୍ରଣ୍ଟ ସିଟ୍ ବେଲ୍ଟ ପ୍ରିଟେନ୍ସର୍ ଏବଂ ଲୋଡ୍ ଲିମିଟର ରହିଛି । ଡିଜାୟାରର 'ଜାତିସଂଘ 127 ପଥଚାରୀଙ୍କ ସୁରକ୍ଷା ନିୟମ'କୁ ମଧ୍ୟ ହାଳନ କରିଛି । ପରୀକ୍ଷଣ ପାଇଁ ଯାଇଥିବା ମଡେଲଟି ଘରୋଇ ବଜାର ପାଇଁ ଭାରତରେ ନିର୍ମାଣ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.