ETV Bharat / technology

ପୃଥିବୀ ଆଡକୁ ମାଡି ଆସୁଛି 170ଫୁଟର ବିରାଟ ଆଷ୍ଟେରଏଡ; କାଲି ନିକଟତର ହେବ - ASTEROID TO PASS BY EARTH ON NOV 24

ପୁଣି ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିମାନ ଆକାରର ବିଶାଳ ଆଷ୍ଟେରଏଡ । ଯାହାକି କାଲି ଭୋରରୁ ପୃଥିବୀ ପାର୍ଶ୍ବ ଦେଇ ଅତିକ୍ରମ କରିବ । NASAର ଚେତାବନୀ...

170 ft Aeroplane Sized Asteroid
170 ft Aeroplane Sized Asteroid (ETV Bharat)
author img

By ETV Bharat Tech Team

Published : Nov 23, 2024, 12:58 PM IST

ହାଇଦ୍ରାବାଦ: ପୁଣି ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ ବିରାଟ ବଡ଼ ଆଷ୍ଟେରଏଡ (ସୂର୍ଯ୍ୟଙ୍କ ଚାରିପାଖରେ ଘୂରି ବୁଲୁଥିବା ପଥର ଭଳି ପିଣ୍ଡ) । ଯାହାର ଆକାର 170 ଫୁଟ ବା ଏକ ବିମାନର ଆକାର ପରି । ଆସନ୍ତାକାଲି (ନଭେମ୍ବର 24) ଏହା ସକାଳ 6:35ରେ ପୃଥିବୀର ଅତି ନିକଟତର ହୋଇ ଅତିକ୍ରମ କରିବ । ଏହି ଆଷ୍ଟେରଏଡର ନାମ '2024 VY2' ବୋଲି ରଖାଯାଇଛି । ଏହା ପୃଥିବୀଠାରୁ ପ୍ରାୟ 6,260,00କିମି ଦୂରରୁ ଅତିକ୍ରମ କରିବ ।

170 ft Aeroplane Sized 2024  VY2' Asteroid
170 ft Aeroplane Sized 2024 VY2' Asteroid (Credit- NASA)

ଅନେକ ଥର ଆପଣ ଏହି ଆଷ୍ଟେରଏଡ ସମ୍ପର୍କରେ ଶୁଣିଥିବେ । ଏହାର ଚର୍ଚ୍ଚା ଏଥିପାଇଁ କରାଯାଏ କାରଣ ଏହା ପୃଥିବୀର ଅତି ନିକଟତର ଦେଇ ଅତିକ୍ରମ କରିବା ସମୟରେ ପୃଥିବୀ ସହିତ ଧକ୍କା ଖାଇବାର ସମ୍ଭାବନା ରହିଥାଏ । ଏଭଳି ବିରାଟ ପଥର ଭଳି ଖଣ୍ଡ ଯଦି ପୃଥିବୀକୁ ଧକ୍କା ଦିଏ ତେବେ ମାନବ ଜଗତ ପ୍ରତି କ୍ଷତି ପହଞ୍ଚାଇପାରେ । ଏଣୁ ଏଭଳି ପଥର ପିଣ୍ଡ ପୃଥିବୀ ନିକଟତର ହେଲେ ଆମେରିକାର ମହାକାଶ ଗବେଷଣା ସଂସ୍ଥା NASA ଏ ନେଇ ସତର୍କ କରାଇଥାଏ ଯ

କେତେ ବେଗରେ ଯିବ ଆଷ୍ଟେରଏଡ '2024 VY2' ?

ଆଷ୍ଟେରଏଡ 2024 VY2 ପ୍ରାୟ 6,260,000 କିମି ଦୂରତାରେ ପୃଥିବୀଠାରୁ ଅତିକ୍ରମ କରିବ । ଏହି ଦୂରତା ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଥିବା ହାରାହାରି ସ୍ଥାନଠାରୁ ପ୍ରାୟ 16 ଗୁଣ ଅଧିକ । ଘଣ୍ଟାକୁ 47,644 କିଲୋମିଟର ବେଗରେ ଆଷ୍ଟେରଏଡ ପୃଥିବୀକୁ ଅତିକ୍ରମ କରିବ । ନାସା ନିଶ୍ଚିତ କରିଛି ଯେ ଆମ ଗ୍ରହ ପୃଥିବୀ ସମେତ ଏହାର ନିକଟତମ ଗ୍ରହ ପ୍ରତି କୌଣସି ବିପଦ ନାହିଁ ।

ଏହା ବି ପଢନ୍ତୁ
  1. ଆଉ କିଛି ଦିନ ପରେ ପୃଥିବୀକୁ ବାଏ ବାଏ କହିବ ମିନି ମୁନ୍‌; ପାଖେଇ ଆସୁଛି ବିଦାୟ ଘଡ଼ି
  2. ମହାକାଶରେ 'ଆଷ୍ଟରଏଡ' ଠାବ କଲେ ୧୧ ବର୍ଷୀୟ ହାଇଦ୍ରାବାଦୀ ଛାତ୍ରୀ, ନାସା କଲା ପ୍ରଶଂସା

ନିକଟ ଭବିଷ୍ୟତରେ ଆମ ନିକଟତର ହୋଇଥିବା Asteroid:-

ନଭେମ୍ବର 24ତାରିଖ ନୁହଁ, ଆଜି ମଧ୍ୟ ପୃଥିବୀକୁ କିଛି ଆଷ୍ଟେରଏଡ ଅତିକ୍ରମ କରିବେ । ଆସନ୍ତାକାଲି ପ୍ରାୟ ତିନୋଟି ଆଷ୍ଟେରଏଡ ପୃଥିବୀର ଅତି ନିକଟତର ହୋଇ ଅତିକ୍ରମ କରିବେ । ସେଗୁଡ଼ିକ ହେଉଛି:

  • 2024 WV: ଏହି ଆଷ୍ଟେରଏଡଟି ଗତକାଲି (ନଭେମ୍ବର 22)ରେ 1,830,000 ମାଇଲ ଦୂରରେ ପୃଥିବୀର ନିକଟତର ହୋଇ ଗତି କରିଛି । ଏହାର ଆକାର 56 ଫୁଟ ଥିଲା ।
  • 2024 WE: ଏକ 29 ଫୁଟ ଚଉଡା ଆଷ୍ଟେରଏଡ୍ ଯାହାକି ଆଜି (ନଭେମ୍ବର 23) 6,35,000 ମାଇଲ୍ ଦୂରତାରେ ରାତି ପ୍ରାୟ 10:36ରେ ପୃଥିବୀର ନିକଟତର ହେବ ।
  • 2024 WY: 110 ଫୁଟ ଓସାର ବିଶିଷ୍ଟ ଆଷ୍ଟେରଏଡ ଯାହାକି ନଭେମ୍ବର 23 ଆଜି 3,470,000 ମାଇଲ ଦୂରରେ ସନ୍ଧ୍ୟା 05:02ରେ ପୃଥିବୀର ନିକଟତର ହେବ ।
  • 2024 WK: ଏକ 63 ଫୁଟ ଓସାର ବିଶିଷ୍ଟ ଆଷ୍ଟେରଏଡ୍ ଯାହାକି ଆସନ୍ତାକାଲି (ନଭେମ୍ବର 24) 1,090,000 ମାଇଲ ଦୂରରେ ରାତି 11:13ରେ ପୃଥିବୀର ନିକଟତର ହେବ ।
  • 2024 WU: 64.4ଫୁଟ ଓସାର ବିଶିଷ୍ଟ ଏହି ଆଷ୍ଟେରଏଡଟି ଆସନ୍ତାକାଲି (ନଭେମ୍ବର 24) ଅପରାହ୍ନ 03:58ଟାରେ 3,017,793 କିମି ଦୂରରୁ ପୃଥିବୀର ନିକଟତର ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.