ETV Bharat / state

ପୂର୍ବ ଶତ୍ରୁତାରୁ ଯୁବକକୁ ପିଟି ପିଟି ହତ୍ୟା, ବନ୍ଧା ହେଲା ଅଭିଯୁକ୍ତ

author img

By ETV Bharat Odisha Team

Published : Feb 16, 2024, 6:24 PM IST

Youth Murder Over past enmity: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ସୋମବାର ଦିନ ଯୁବକଙ୍କୁ ପିଟିପିଟି ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ମାମଲା
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ମାମଲା

ରାଉରକେଲା: ବନ୍ଧମୁଣ୍ଡାରେ ଯୁବକଙ୍କୁ ପିଟିପିଟି ନିର୍ମମ ହତ୍ୟା । ଗତ ସୋମବାର ଦିନ ଯୁବକଙ୍କୁ ପିଟିପିଟି ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଗତକାଲି(ଗୁରବାର) ଅଭିଯୁକ୍ତକୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି ପୋଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟାଇଥିବା ସୂଚନା ଦେଇଛି ପୋଲିସ । ମୃତକ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ଏର 32 ବର୍ଷୀୟ ଅମର ତନ୍ତି ହୋଇଥିବା ବେଳେ ଅଭିଯୁକ୍ତଙ୍କ ନାମ ସୁରଜ ଦାସ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁୟାୟୀ, ସୋମବାର ବିଳମ୍ବିତ ରାତିରେ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ଏରେ ଅମରଙ୍କୁ ହତ୍ୟା କରାଯାଇଥିଲା । ପୂର୍ବରୁ ଅଭିଯୁକ୍ତ ସୁରଜଙ୍କ ଭାଇ କିଛି ଦିନ ତଳେ ଅମର ତନ୍ତିଙ୍କ ଦେକାନରେ ଚୋରି କରିଥିଲେ । ଯାହାର ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହା ପରେ ଅମର ତନ୍ତି ଓ ସୁରଜ ଦାସଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ସୋମବାର ରାତିରେ ସେକ୍ଟର-ଏ ସ୍ଥିତ ପରିତ୍ୟକ୍ତ ରେଲୱେ କ୍ୱାର୍ଟର ନମ୍ବର 452ରେ ଅମର ତନ୍ତି ଶୋଇଥିବା ବେଳେ ଅଭିଯୁକ୍ତ ସୁରଜ ତାଙ୍କୁ ପିଟିପିଟି ହତ୍ୟା କରିଥିବା ସୂଚନା ମିଳିଛି । ତନ୍ତିଙ୍କ ମୁଣ୍ଡ ଓ ମୁହଁକୁ ଲୁହା ରଡରେ ଆକ୍ରମଣ କରାଯାଇଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ.... 2014 ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣା: ଅଭିଯୁକ୍ତ ଫାର୍ମାସିଷ୍ଟକୁ ଆଜୀବନ ଜେଲ

ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ଲୋକେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ । ବନ୍ଧମୁଣ୍ଡା ଥାନା ଅଧିକାରୀ ରଞ୍ଜନ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଏହି ମାମଲା ରୁଜୁ ହୋଇଥିଲା । ପରେ ସୁରଜ ଦାସକୁ ହତ୍ୟା ଅଭିଯୋଗରେ ଗତକାଲି ରାତିରେ ବନ୍ଦମୁଣ୍ଡା ପୋଲିସ ଗିରଫ କରିଥିଲା । ତେବେ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ପୋଲିସର କହିବା ଅନୁଯାୟୀ ପୂର୍ବ ଶତ୍ରୁତାକୁ ନେଇ ଅଭିଯୁକ୍ତ ଏହି ହତ୍ୟାକାଣ୍ଡ କରିଛି । ତେବେ କିଛି ଦିନ ତଳେ ମାଲକାନଗିରିରେ ମଧ୍ୟ ଜଣେ ବୃଦ୍ଧଙ୍କର ହତ୍ୟା କରାଯାଇଥିଲା । ତାଙ୍କ ହତ୍ୟା ଜମିଜମା ବିବାଦକୁ ନେଇ ହୋଇଥିବା ଗଣ୍ଡଗୋଳ କାରଣରୁ ହୋଇଥିବା ସନ୍ଦେହ କରାଯାଉଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.