ETV Bharat / state

ବିବାହ ପ୍ରତିଶୃତି ଦେଇ ଠକିଦେଲା ଦଗାଦିଆ ପ୍ରେମିକ, ବାନ୍ଧିଲା ପୋଲିସ - YOUTH ARRESTED FOR RAPE CASE

author img

By ETV Bharat Odisha Team

Published : Apr 12, 2024, 8:42 AM IST

Youth Arrested For Rape: ଫିରିଙ୍ଗିଆ ବ୍ଲକରେ ଜଣେ ଯୁବତୀଙ୍କୁ ମିଛ ପ୍ରତିଶୃତି ଦେଇ ଶାରୀରିକ ଶୋଷଣ ଅଭିଯୋଗ ଆସିଛି । ଗୋଛାପଡା ପୋଲିସ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ

ବିବାହ ଆଳରେ ଅନାଥ ଯୁବତୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତକୁ କୋର୍ଟ ଚାଲାଣ

ଫୁଲବାଣୀ: ବାପା ମା’ ଛେଉଣ୍ଡ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ଯୁବକ ଗିରଫ । ଗତକାଲି(ଶୁକ୍ରବାର) ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଗୋଛାପଡା ପୋଲିସ । ଗିରଫ ହୋଇଥିବା ଯୁବକ ଜଣକ ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ସଲାଗୁଡା ପଞ୍ଚାୟତ ଅନ୍ତର୍ଗତ ବଦାପାଜୁ ଗାଁର ପ୍ରଭାତ କହଁର ବୋଲି ଜଣାପଡିଛି । ତେବେ ପୋଲିସର ସୂଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଗୋଛାପଡା ପଞ୍ଚାୟତ ବନ୍ଧୁଲି ଗାଁର ନାମକ ଜଣେ ଦଳିତ ବର୍ଗର ବାପ ମା’ ଛେଉଣ୍ଡ ୨୨ ବର୍ଷୀୟ ଯୁବତୀ ପ୍ରାୟ ବର୍ଷେ ତଳେ ପେଟପାଟଣା ଚିନ୍ତାରେ ଶ୍ରମିକ ଭାବରେ କାମ କରିବା ପାଇଁ ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ସଲାଗୁଡା ପଞ୍ଚାୟତ ଅଧୀନରେ ଥିବା ବଦାପାଜୁ ଗାଁକୁ ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ... ମୁନିଗୁଡା ନାବାଳିକା ମୃତ୍ୟୁର ଖୋଲିଲା ଗୁମର, ଦୁଷ୍କର୍ମ ପରେ ହତ୍ୟା କରିଥିଲା ଅଭିଯୁକ୍ତ - Muniguda Murder Case

ସେ ବଦାପାଜୁ ଗାଁ ନିକଟରେ ଥିବା ବନବିଭାଗ ଅଧୀନରେ ଚାଲିଥିବା ବାଉଁଶ କାମ କରୁଥିଲେ । ସେହି ସମୟରେ ସେହି ବଦାପାଜୁ ଗାଁର ପ୍ରଭାତ କହଁର ନାମକ ଜଣେ ଆଦିବାସୀ ଯୁବକ ଓ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଦୀର୍ଘ ବର୍ଷେ ହେବ ଦୁହିଁଙ୍କ ମଧ୍ୟରେ ଭଲପାଇବା ରହିଥିବା ବେଳେ ଯୁବକ ଜଣକ ସମ୍ପୃକ୍ତ ଯୁବତୀଙ୍କ ସହ ବହୁବାର ଶାରୀରିକ ସମ୍ପର୍କ ମଧ୍ୟ୍ୟ ରଖିଥିଲେ । ଏମିତିକି ଯୁବତୀ ଜଣକ ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ପାଇଁ ବାରଣ କରିଆସୁଥିଲେ ମଧ୍ୟ୍ୟ ଜୋରଜବରଦସ୍ତ ଯୁବକ ଜଣକ ତାଙ୍କ ସହ ସମ୍ପର୍କ ରଖିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ତାଙ୍କ ସହ ଯୁବକ ଜଣକ ରଖିଥିବା ଅନ୍ତରଙ୍ଗ ମୁହୂର୍ତ୍ତ ବିଷୟରେ କାହାକୁ କହିଲେ ପୀଡିତାଙ୍କୁ ଜୀବନରୁ ମାରିଦେବା ପାଇଁ ମଧ୍ୟ୍ୟ ଯୁବକ ଜଣକ ଧମକ ଦେଇଥିବା କହିଛନ୍ତି ପୀଡିତା ।

ତେବେ ବର୍ତ୍ତମାନ ଯୁବତୀ ଜଣକ ପାଞ୍ଚ ମାସର ଗର୍ଭବତୀ ଥିବା ଜାଣିବା ପରେ ଯୁବକ ଜଣକ ଯୁବତୀଙ୍କ ସହ ବିବାହ କରିବା ପାଇଁ ମନା କରିଦେବା ସହ ଅନ୍ୟ ଏକ ଯୁବତୀଙ୍କୁ ବିବାହ କରିଥିଲା ଓ ବାରମ୍ବାର ଜୀବନରୁ ମାରିଦେବା ପାଇଁ ଧମକ ଦେଉଛନ୍ତି ବୋଲି ଯୁବତୀ ଜଣକ ଗୋଛାପଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ଯୁବତୀ ଜଣକ ବାଧ୍ୟ ହୋଇ ନିଜ ଗାଁର ଗ୍ରାମବାସୀ ଓ ତାଙ୍କ ଭାଇମାନଙ୍କ ସହ ଗୋଛାପଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅନ୍ୟପଟେ ଯୁବତୀଙ୍କ ଅଭିଯୋଗ ଆଧାରରେ ଗୋଛାପଡା ପୋଲିସ ମଧ୍ୟ୍ୟ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ବୁଧବାର ପୋଲିସ ଅଭିଯୁକ୍ତକୁ ତାଙ୍କ ଘରୁ ଗିରଫ କରିବାରେ ସଫଳ ହୋଇଥିଲା ଓ ଗୁରୁବାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.