ETV Bharat / state

ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା, ଲାଗିଲା ଧାରା ୧୬୩ - Youth Killed In Group Attack

author img

By ETV Bharat Odisha Team

Published : Aug 25, 2024, 8:56 PM IST

Youth Killed In Group Attack: ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଅଞ୍ଚଳରେ ଜଣେ ଯୁବକଙ୍କୁ ଖଣ୍ତାରେ ହାଣି ହତ୍ୟା । ଅଭିଯୁକ୍ତ ଫେରାର । ଲାଗୁହେଲା ଧାରା ୧୬୩ । ଅଧିକ ପଢ଼ନ୍ତୁ

Youth Killed In Group Attack
Youth Killed In Group Attack (ETV Bharat Odisha)

ଖୋର୍ଦ୍ଧା: ଅଶାନ୍ତ ହେଲା ଖୋର୍ଦ୍ଧା ଟାଉନ । ଗ୍ୟାରେଜ ଭିତରେ ପଶି ଯୁବକଙ୍କୁ ଖଣ୍ତାରେ ହାଣି ହତ୍ୟା କରାଯାଇଛି । ପୁର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଖୋର୍ଦ୍ଧା ମକୁନ୍ଦପ୍ରସାଦ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।

ଦିନରେ ବୁଲିଲା ଖଣ୍ଡା:

ସୂଚନା ଅନୁସାରେ, ଆଜି (ରବିବାର) ମଧ୍ୟାହ୍ନ ସମୟରେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଅଞ୍ଚଳର ଏକ ଗ୍ୟାରେଜରେ ପସି କିଛି ଦୁର୍ବୃତ୍ତ ସେକ୍‌ ସାଜିଦ ନାମକ ଜଣେ ଯୁବକକୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏହି ଘଟଣା ପରେ ଉତ୍ତେଜନା ଦେଖାଦେଇଥିବା ବେଳେ ମକୁନ୍ଦପ୍ରସାଦ ନିକଟରେ ମୃତଦେହ ରଖି ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିବା ଦେଖିବାକୁ ମିଳିଥିଲା । ସେହିପରି ଘଟଣା ପରେ ଖୋର୍ଦ୍ଧା ପୋଡା ସାହିରେ କିଛି ଯୁବକ ପଶି ବାଇକ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି ।

ଧାରା ୧୬୩ ଲାଗୁ:

ସେପଟେ ଘଟଣା ଅତି ସମ୍ବେଦନଶୀଳ ଆଡକୁ ଗତି କରୁଥିବା ଜଣାପଡିବା ପାରେ ଘଟଣାସ୍ଥଳରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ରାମକୃଷ୍ଣ ଶର୍ମା, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ, ଡିଆଇଜି କ୍ରାଇମ, ଉପଜିଲ୍ଲାପାଳ, ଷଷ୍ଠ ବାଟାଲିଆନ କାମାଣ୍ଡାଣ୍ଟ, ଅତିରିକ୍ତ ଏସପିଙ୍କ ସହ ପ୍ରମୁଖ ଅଧିକାରୀ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି । ସେହିପରି ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗମ୍ଭୀର ସ୍ଥିତିକୁ ନେଇ ମକୁନ୍ଦପ୍ରସାଦ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୬୩ ଲାଗୁ କରାଯାଇଛି । ଏପର୍ଯ୍ୟନ୍ତ ଅଭିଯୁକ୍ତମାନେ ଧରାପଡ଼ିନଥିବା ବେଳେ ଛାନଭିନ ଆରମ୍ଭ କରିଛି ପୋଲିସ ।

ଖୁବଶୀଘ୍ର କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ:

ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରମା କହିଛନ୍ତି, "ଆଜି ମକୁନ୍ଦପ୍ରସାଦରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଖବର ପାଇଥିଲୁ । ଯୁବକଙ୍କ ସମ୍ପର୍କୀୟ ପୋଲିସରେ ଅଭିଯୋଗ କରିଛନ୍ତି । ପୋଲିସ ସବୁ ଦିଗରୁ ଛାନଭିନ କରୁଛି । ଉଚିତ କାର୍ଯ୍ୟାନୁଷ୍ଟାନ ନିଆଯିବ । ସବୁ ସିନିୟର ପୋଲିସ ଅଫିସର ଉପସ୍ଥିତ ଅଛନ୍ତି । ଯେଉଁମାନେ ବି ଏଭଳି କାର୍ଯ୍ୟ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଖୁବଶୀଘ୍ର କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ପରକୀୟା ପ୍ରୀତି ପାଇଁ ଟ୍ରାକ୍ଟର ଡ୍ରାଇଭରକୁ ହତ୍ୟା, ୬ ଅଭିଯୁକ୍ତକୁ ଗିରଫ - mantu malik murder case

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.