ETV Bharat / state

ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର - FOOD VLOGGER FOUND DEAD

ଭୁବନେଶ୍ୱରର ଏକ ଘରୋଇ ହଷ୍ଟେଲରେ ରହୁଥିଲେ । ଫୁଡ ବ୍ଲଗର ଭାବେ ଥିଲେ ପରିଚିତ । ପରିବାରର ଅଭିଯୋଗ ଆଧାରରେ ପୋଲିସର ତଦନ୍ତ ଜାରି ।

Food Vlogger found dead in Bhubaneswar
Food Vlogger found dead in Bhubaneswar (ETV Bharat Odisha)
author img

By ETV Bharat Odisha Team

Published : Dec 30, 2024, 8:31 PM IST

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ହଷ୍ଟେଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀ କେନ୍ଦ୍ରାପଡା ଅଞ୍ଚଳର ଓ ସେ ଜଣେ ଫୁଡ ବ୍ଲଗର ଭାବେ ଜଣାଶୁଣା ଥିଲେ । ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ମହିଳା ହଷ୍ଟେଲ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀ ଜଣକ ଜୀବନ ହାରିଥିବା ନେଇ ହଷ୍ଟେଲ କର୍ତ୍ତୃପକ୍ଷ କହୁଥିବା ବେଳେ ମୃତକଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

  • ଫୁଡ ବ୍ଲଗରଙ୍କ ମୃତଦେହ ଉଦ୍ଧାର

ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ମୃତ ଯୁବତୀଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ । ବେଳେ ସେ ୪ ବର୍ଷ ହେଲା ଇନଫୋସିଟି ଥାନା ଅଞ୍ଚଳର ଏକ ଘରୋଇ ହଷ୍ଟେଲରେ ରହିଆସୁଥିଲେ । ଗତକାଲି (ରବିବାର) ସେ ଦିନ ସାରା ହଷ୍ଟେଲ ବାହାରକୁ ବାହାରି ନଥିବା ବେଳେ ଆଜି (ସୋମବାର) ବାଥରୁମରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀଜଣକ ଏକ ବିଲଡର ସଂସ୍ଥାରେ କାମ କରିବା ସହ ସୋସିଆଲ ମିଡିଆରେ ଜଣେ ଫୁଡ ବ୍ଲଗର ଭାବେ ବେଶ ପରିଚିତ ଥିଲେ ।

Food Vlogger found dead in Bhubaneswar (ETV Bharat Odisha)
  • ହତ୍ୟା ଅଭିଯୋଗ ଆଣିଲେ ମୃତ ଯୁବତୀଙ୍କ ବାପା

ମୃତ ଯୁବତୀଙ୍କ ବାପା କହିଛନ୍ତି,"ରବିବାର ଦିନ ସାରା ଝିଅ ହଷ୍ଟେଲ ଭିତରେ ଥିବା ନେଇ ହଷ୍ଟେଲ କର୍ତ୍ତୃପକ୍ଷ କହିଛନ୍ତି । ରବିବାର ଦିନ ସେ ରୁମରୁ ବାହାରକୁ ବାହାରିନଥିଲା । ହଷ୍ଟେଲ କର୍ତ୍ତୃପକ୍ଷ ଏନେଇ କାହିଁକି ଯାଞ୍ଚ କଲେ ନାହିଁ । ତାଙ୍କୁ ହତ୍ୟା କରାଯାଇଛି ।’’

Food Vlogger found dead in Bhubaneswar
Food Vlogger found dead in Bhubaneswar (ETV Bharat Odisha)

ଏହାମଧ୍ୟ ପଢନ୍ତୁ...

ମିଛ ଅପହରଣ ନାଟକରୁ ସତ ହତ୍ୟାକାଣ୍ଡ, ସାଙ୍ଗ ସାଜିଲା ସଇତାନ

ନିଖୋଜ ଥିଲେ, ଅଖା ବସ୍ତାରୁ ମିଳିଲା ମୃତଦେହ

ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ, ଲାଗିଥିଲା ମୋବାଇଲ ଚୋରି ଅଭିଯୋଗ

  • ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସର ତଦନ୍ତ ଜାରି

ଅନ୍ୟପଟେ ଏନେଇ ଖବର ପାଇବା ପରେ ଇନଫୋସିଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଫରେନସିକ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ତନାଘନା ଜାରି ରଖିଛି । ପାରିପାର୍ଶ୍ୱିକ ଅବସ୍ଥା ଓ ଘର ଭିତର ପଟୁ ବନ୍ଦ ଥିବା କାରଣରୁ ଏହାକୁ ପ୍ରାଥମିକ ଭାବେ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି ପୋଲିସ । କୌଣସି ନିର୍ଦ୍ଦିଷ୍ଟ କାରଣ ସାମ୍ନାକୁ ଆଣିନଥିଲେ ସୁଦ୍ଧା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.