ETV Bharat / state

ଥାନାରେ ଜୀବନ ହାରିବା ଉଦ୍ୟମ: ଲୋକଲଜ୍ଜା ଭୟରେ କାଟିଦେଲେ ବେକ !

author img

By ETV Bharat Odisha Team

Published : Feb 12, 2024, 8:15 PM IST

Young Man Attempts To Kill Himself: ଥାନା ଭିତରେ ନିଜ ବେକ କାଟି ଜୀବନ ହାରିବାକୁ ଉଦ୍ୟମ କଲେ ଯୁବକ । ଗୁରୁତର ଅବସ୍ଥାରେ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପଢନ୍ତୁ ପୁରା ଖବର

ଥାନାରେ ଜୀବନ ହାରିବା ଉଦ୍ୟମ
ଥାନାରେ ଜୀବନ ହାରିବା ଉଦ୍ୟମ

ରାଇରଙ୍ଗପୁର: ଥାନା ଭିତରେ ନିଜ ବେକ କାଟି ଜୀବନ ହାରିବାକୁ ଉଦ୍ୟମ । ଚୋରି ଅଭିଯୋଗରେ ଅଟକ ଥିବା ଜଣେ ଅଭିଯୁକ୍ତ ଏପରି କାଣ୍ଡ ଭିଆଇଛନ୍ତି । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦା ଟାଉନ ଥାନାରେ ଘଟିଛି ଏଭଳି ଘଟଣା । ସୂଚନା ଅନୁଯାୟୀ, ଗତ ଶନିବାର ଦିନ ବାରିପଦା ଟାଉନ ଥାନା ଅନ୍ତର୍ଗତ ବାରିପଦା ଷ୍ଟେସନ୍‌ ବଜାର ଅଞ୍ଚଳରେ ଗୋଟିଏ ଦୋକାନ ଗୃହର ତାଲା ଭାଙ୍ଗି ଚୋରି ହୋଇଥିଲା । ଏନେଇ ଦୋକାନ ମାଲିକ ଜଣକ ବାରିପଦା ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ବାରିପଦା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ଚୋରି ଘଟଣାକୁ ନେଇ ସନ୍ଦେହ ହେବାରୁ ବାରିପଦା ଟାଉନ ଥାନା ପୋଲିସ ବାରିପଦା ସହରର ଜଣେ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା ଜାରି ରଖିଥିଲେ । ତେବେ ଯୁବକଙ୍କ ଥାନାକୁ ଆସି ପୁଅ ନିର୍ଦ୍ଦୋଷ ଥିବା ଦର୍ଶାଇ ପୁଅକୁ ଛାଡ଼ିବାକୁ ପୋଲିସ ନିକଟରେ ନେହୁରା ହୋଇଥିଲେ । ଏଥି ସହିତ ଯୁବକଙ୍କ ମାଆ ଚୋରି ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଗୋଡ଼ ଧରି କାନ୍ଦି କାନ୍ଦି ନେହୁରା ହୋଇ ପୁଅ ନାଁରେ ମାମଲା ପ୍ରତ୍ୟାହାର ପାଇଁ କହିଥିଲେ । ଏହି ସବୁ ଦୃଶ୍ୟ ଦେଖିବା ପରେ ଲକ୍ଷ୍ମୀ ଜେନାଙ୍କ ପୁଅ ମାଆର ଅପମାନ ସହି ନ ପାରି ନିଜ ପାଖରେ ରଖିଥିବା ଏକ ଧାରୁଆ ଜିନିଷ ସାହାଯ୍ୟରେ ନିଜ ବେକକୁ କାଟି ପକାଇଥିଲେ।

ଏହା ମଧ୍ୟ ପଢନ୍ତୁ...ଗର୍ଭବତୀ ହେଉଛନ୍ତି ମହିଳା କଏଦୀ: ପଶ୍ଚିମବଙ୍ଗର ବିଭିନ୍ନ ଜେଲରେ 196 ଶିଶୁ ଜନ୍ମ, ହାଇକୋର୍ଟଙ୍କ ଉଦବେଗ

ଏହା ମଧ୍ୟ ପଢନ୍ତୁ...ରାଉରକେଲା ସ୍ବତନ୍ତ୍ର ଜେଲରେ କଏଦୀ ମୃତ, କାରଣ ଅସ୍ପଷ୍ଟ

ଏହା ମଧ୍ୟ ପଢନ୍ତୁ...ଜେଲରେ 38 କଏଦୀ ଏଚଆଇଭି ପଜିଟିଭ, ଚିନ୍ତାରେ ପ୍ରଶାସନ

ଫଳରେ ଥାନା ଭିତରେ ଯୁବକ ଜଣକ ରକ୍ତ ଜୁଡୁବୁଡୁ ସହ ଗୁରୁତର ହୋଇପଡିବାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରି ମେଡିକାଲକୁ ନେଇଥିଲା ପୋଲିସ । ସେଠାରେ ତାଙ୍କର ଚିକିତ୍ସା କରାଯାଇଛି । ତେବେ ଗୁରୁତର ଯୁବକ ଜଣକ ଭଞ୍ଜପୁର ଥାନା ୱାର୍ଡ ନଂ ୧୯ର ହୋଇଥିବା ଜଣାପଡିଛି । ତେବେ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ସମ୍ପୃକ୍ତ ଯୁବକର ଚିକିତ୍ସା ଜାରି ରହିଥିବାବେଳେ କିଛି ସମୟ ପାଇଁ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.