ଢେଙ୍କାନାଳ: ଦୋଳ ପୂର୍ଣ୍ଣିମାରେ ଅଘଟଣ, ରେଙ୍ଗାଲି କେନାଲରେ ବୁଡି ଯୁବକ ମୃତ । ଢେଙ୍କାନାଳ ବଳଦିଆ ବନ୍ଧ ରେଙ୍ଗାଲି କେନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଆଜି ଦୋଳ ପୂର୍ଣ୍ଣିମା । ଚାରିଆଡେ ଉତ୍ସବର ମାହୋଲ ଥିବାବେଳେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । କେନାଲକୁ ଗାଧୋଇ ବାକୁ ଯାଇଥିବା ବେଳେ ଘଟିଥିଲା ଅଘଟଣ । କେନାଲରେ ଅସାବଧାନତା ବଶତଃ ଯୁବକଙ୍କ ଖସିଗଲା ଗୋଡ଼ । ଫଳରେ କେନାଲ ପାଣିରେ ବୁଡି ଯୁବକ ମୃତ । ମୃତକ ଜଣକ ହେଲେ ସେହି ଗ୍ରାମର ପ୍ରବୀର ନାୟକ ।
ସୂଚନାଯୋଗ୍ୟ, ଆଜି(ସୋମବାର) ଦିନ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ଗାଁର ପ୍ରବୀର ନାୟକ ରେଙ୍ଗାଲି କେନାଳକୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ ଅସାବଧାନତା ଯୋଗଁ ତାଙ୍କର ଗୋଡ଼ ଖସିଯାଇଥିଲା । ଫଳରେ ସେ କେନାଲରେ ବୁଡ଼ି ଯାଇ ମୃତ୍ୟୁବରଣ କରିଥିଲେ । ଯୁବକ ଜଣକ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇନଥିଲେ । କେନାଲ ପାଖକୁ ଯାଇ ପରିବାର ଲୋକେ ଓ ଗ୍ରାମବାସୀ ମିଶି ବହୁ ଖୋଜାଖୋଜି କରିବା ପରେ ଯୁବକଙ୍କୁ ମୃତଦହକୁ ଉଦ୍ଧାର କରିଥିଲେ ।
ଏହାପରେ 108 ଆମ୍ବୁଲାନ୍ସରେ ଢେଙ୍କାନାଲ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ସେପଟେ ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡ଼ିଛି । ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଏହି ଦୁଃଖଦ ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ଏହା ମଧ୍ୟ ପଢନ୍ତୁ ......ପିକନିକ କରିବାକୁ ଯାଇ ଫେରିଲେନି, ନଦୀରେ ବୁଡ଼ି ଦୁଇ ଯୁବକ ମୃତ
ସେହିପରି ପୂର୍ବରୁ ଆଜି କଟକ ଜିଲ୍ଲା ନିଆଳି ଥାନା ବିଳାଶୁଣୀ ପଞ୍ଚାୟତ ବାଲିକୁଦା ଗ୍ରାମ ନଦୀରେ ବୁଡି ଜଣଙ୍କ ମୃତ୍ୟୁ ଘଟିଛି । ତେବେ ମୃତକ ଜଣକ ହେଲେ ସେହି ଗ୍ରାମର ରବିନ୍ଦ୍ର ବେହେରା (୫୨) । ସବୁଦିନ ପରି ଆଜି ବି ଗାଁ ନିକଟରେ ଥିବା କୁଣ୍ତିମୁହଁ କନ୍ଦଳ ନଦୀକୁ ଗାଧୋଇବାକୁ ଯାଇଥିଲେ ରବିନ୍ଦ୍ର । ବିଳମ୍ବିତ ସମୟ ଯାଏଁ ଘରକୁ ନ ଫେରିବାରୁ ଖୋଜା ଖୋଜି ଆରମ୍ଭ କରିଥିଲେ ପରିବାର ଲୋକେ । ଖବର ପାଇଁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତଦହକୁ ଉଦ୍ଧାର କରିଥିଲା ।
ଇଟିଭି ଭାରତ, ଢେଙ୍କାନାଳ