ETV Bharat / state

ଜୀବନର ଶେଷ ନାଚ; ଯାତ୍ରା ପାଇଁ ନାଚ ଶିଖାଇବା ବେଳେ ଟଳିପଡିଲେ ନୃତ୍ୟଗୁରୁ - Opera Party Dance Teacher dies

author img

By ETV Bharat Odisha Team

Published : Jul 26, 2024, 11:08 PM IST

Opera Party Dance Teacher Dies:ନାଚ ଶିଖାଉ ଶିଖାଉ ଷ୍ଟେଜରେ ଟଳିପଡିଲେ ନୃତ୍ୟଗୁରୁ । ମୃତ୍ୟୁ ପରେ ଚିନ୍ତାରେ ନୃତ୍ୟଗୁରୁଙ୍କ ପରିବାର । ଅଧିକ ପଢ଼ନ୍ତୁ

OPERA PARTY DANCE TEACHER DIES
OPERA PARTY DANCE TEACHER DIES (ETV Bharat Odisha)

ଯାଜପୁର: ଅପେରା କ୍ୟାମ୍ପରେ ଚାଲିଥିଲା ନାଚ ଶିଖା । ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କଲେ ନୃତ୍ୟଗୁରୁ । ନାଚ ଶିଖାଉ ଶିଖାଉ ଷ୍ଟେଜରେ ଟଳିପଡିଲେ ନୃତ୍ୟଗୁରୁ । ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ସଠିପୁର ସ୍ଥିତ ଯାଜ୍ଞସେନୀ ଯାତ୍ରା ପାଟିରେ ।

ଷ୍ଟେଜ ଉପରେ ଟଳି ପଡ଼ିଲେ:

ସୂଚନା ଅନୁଯାୟୀ, ପ୍ରତ୍ୟେକ ଦିନ ଭଳି ଆଜି ସକାଳୁ ନୃତ୍ୟଗୁରୁ ପୀତବାସ ନାୟକ ଯାଜ୍ଞସେନୀ ଯାତ୍ରା ପାର୍ଟିର ନାଟକ 'ଆଖିର ଦୋଷ ନାଁ ଲୁହର ଦୋଷ' ନାଟକ ପାଇଁ କଳାକାରମାନଙ୍କୁ ନୃତ୍ୟ ଶିଖାଉଥିଲେ । ନୃତ୍ୟ ଶିଖାଉଥିବା ସମୟରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ଷ୍ଟେଜ ଉପରେ ଅଚେତ ହେଇ ପଡିଯାଇଥିଲେ । ଉପସ୍ଥିତ ସାଥୀ କଳାକାରମାନେ ଯାତ୍ରା ପାର୍ଟିର ମାଲିକ ଓ ବରିଷ୍ଠ କଳାକାରମାନଙ୍କୁ ଖବର ଦେଇଥିଲେ । ଖବର ପାଇ ନାଟକର ନିର୍ଦ୍ଦେଶକ ତଥା ସିନେ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ସାଥି କଳାକାରମାନଙ୍କ ସହିତ ନୃତ୍ୟ ଗୁରୁ ପୀତବାସଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପାଣିକୋଇଲି ମେଡିକାଲ ନେଇଥିଲେ । ପରେ ସେଠାରୁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇ ଆସିଥିଲେ l ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲାପରେ ନୃତ୍ୟଗୁରୁ ପୀତବାସଙ୍କୁ ମୃତ ଘୋଷଣା କରିଛନ୍ତି ।

ଦୁଃଖ ପ୍ରକାଶ କଲେ ଯାତ୍ରା ନିର୍ଦ୍ଦେଶକ:

ନୃତ୍ୟଗୁରୁ ପୀତବାସଙ୍କ ମୃତ୍ୟୁକୁ ନେଇ ସମଗ୍ର ଯାତ୍ରା କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଆଜିର ଘଟଣାକୁ ନେଇ ବରିଷ୍ଠ ଅଭିନେତା ଓ ଯାତ୍ରା ନିର୍ଦ୍ଦେଶକ ଅଶ୍ରୁ୍ମୋଚନ ମହାନ୍ତି ଦୁଃଖ ପ୍ରକାଶ କରିଛନ୍ତି । ସେପଟେ ପୀତବାସଙ୍କ ଠାରୁ ନୃତ୍ୟଶିକ୍ଷା କରୁଥିବା କଳାକାରମାନେ ମଧ୍ଯ ସେମନଙ୍କୁ ଗୁରୁଙ୍କୁ ଅକାଳରେ ହରାଇ ଦୁଃଖ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ହାତୀ ଆକ୍ରମଣରେ ମହିଳାଙ୍କ ସହ ଶିଶୁ ମୃତ, ଜାତୀୟ ରାଜପଥ ଅବରୋଧ - Elephant Attack Death

ମୃତ୍ୟୁ ପରେ ଚିନ୍ତାରେ ପରିବାର:

ପ୍ରକାଶ ଯୋଗ୍ୟ ଏହି ଯାତ୍ରା ପାର୍ଟି ନାଁ "ଆକାଶ ଗଙ୍ଗା" ଥିବା ବେଳେ ଚଳିତ ବର୍ଷ ଯାତ୍ରା ପାର୍ଟିର ମାଲିକ ନାଁ ପରିବର୍ତ୍ତନ କରି ଯାଜ୍ଞସେନୀ ରଖିଥିଲେ । ତେବେ ନାଁ ପରିବର୍ତ୍ତନ ହେବା ପରେ ଆଜକୁ ଏକ ମାସ ହେବ ଯାଜପୁର ଜିଲ୍ଲା ସଠିପୁର ନିକଟରେ ପାର୍ଟି ତାର ଆଖଡ଼ାଶାଳ ଆରମ୍ଭ କରିଥିଲା । ଆଖଡ଼ାଶାଳ ଚାଲିବା ପରେ ଏଥର ପ୍ରଥମ ଥର ପାଇଁ ପୀତବାସ ନାଚ ଶିଖାଇବାକୁ ଆସିଥିଲେ । ନୃତ୍ୟ ଗୁରୁ ପୀତବାସଙ୍କ ଘର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗଭରପୁର ଅଞ୍ଚଳରେ । ତାଙ୍କ ପରିବାର କହିଲେ ପତ୍ନୀ ଓ ଦୁଇ ଝିଅ । ତେବେ ପୀତବାସ ପ୍ରଥମେ ବାଘାଯତୀନ ଗଣନାଟ୍ୟରେ ନାଚ ଶିଖାଉଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ଯାତ୍ରା ପାର୍ଟିରେ କଣ୍ଟ୍ରାକ୍ଟ ବେସ୍‌ରେ ନାଚ ଶିଖାଉଥିଲେ । ଯାତ୍ରା ପାର୍ଟିରୁ ଯେତିକି ଟଙ୍କା ରୋଜଗାର ହେଉଥିଲା ସେଥିରେ ପରିବାର ପ୍ରତିପୋଷଣ ନହେବାରୁ ନିଜ ଗାଁରେ ଏକ ଛୋଟ ଡ୍ୟାନ୍ସ ସ୍କୁଲ କରି ଛୋଟ ଛୋଟ ପିଲାଙ୍କୁ ନାଚ ଶିଖାଉଥିଲେ । ଏବେ ତାଙ୍କର ମୃତ୍ୟୁ ପରେ ଚିନ୍ତାରେ ପରିବାର ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.